ଗଣେଶ୍ୱରଙ୍କ ନେତୃତ୍ୱରେ ବିଜେଡି କର୍ମୀଙ୍କ କଟକ ଯାତ୍ରା
କେନ୍ଦ୍ରାପଡ଼ା: କେନ୍ଦ୍ରାପଡା ନିର୍ବାଚନ ମଣ୍ଡଳୀ ବିଜେଡି ସଂଗଠନର ବହୁ ସଂଖ୍ୟକ ଛାମୁଆ ନେତା, ନେତ୍ରୀ ଓ ଯୁବ କର୍ମୀ ବିଧାୟକ ଗଣେଶ୍ୱର ବେହେରାଙ୍କ ନେତୃତ୍ୱରେ ଆରଡିସି ଅଫିସ ଘେରାଉ ପାଇଁ କଟକ ଯାତ୍ରା କରିଛନ୍ତି । ଫକୀର ମୋହନ ବିଶ୍ୱବିଦ୍ୟାଳୟର ମୃତା ଛାତ୍ରୀ ସୌମ୍ୟାଶ୍ରୀ ଓ ବଳଙ୍ଗାର ଅଗ୍ନିଦାହରେ ପୀଡିତା ନାବାଳିକା ପ୍ରତି ସମର୍ଥନ ଜଣାଇବା ଓ ନ୍ୟାୟ ଦାବିରେ ବିଜେଡି ପକ୍ଷରୁ ଆରଡିସି ଅଫିସ ଘେରାଉ ଡାକରା ଦିଆଯାଇଥିଲା । ରାଜ୍ୟରେ ବଢି ଚାଲିଥିବା ଛାତ୍ରୀ ଓ ମହିଳା ହିଂସା ରୋକିବାରେ ରାଜ୍ୟ ସରକାର ବିଫଳ ହୋଇଥିବା ଅଭିିଯୋଗ କରିବା ସହ ଆଇନ ଶୃଙ୍ଖଳା ପରିସ୍ଥିତି ବଜାୟ ରଖିବାରେ ରାଜ୍ୟ ସରକାର ବ୍ୟର୍ଥ ହୋଇଥିବା ଅଭିଯୋଗ କରି ବିଜେଡି ସଂଗଠନ ପକ୍ଷରୁ ଦାବି କରାଯାଇଛି । ଏନେଇ ବିଧାୟକ ଗଣେଶ୍ୱର ବେହେରାଙ୍କ ସମେତ ଜିଲ୍ଲା ପରିଷଦ ଅଧ୍ୟକ୍ଷା ଲିଲିତା ଦାସ, ପୂର୍ବତନ ବ୍ଲକ୍ ଅଧ୍ୟକ୍ଷ ଦୁର୍ଗାଶିଷ ମହାନ୍ତି, ପ୍ରଦିପ୍ତ ମହାନ୍ତି, ଶିବ ପ୍ରସାଦ ଭୋଳ, ରଞ୍ଜିତ ସାହୁ, ଯୁବନେତା ରାଜେଶ ପଣ୍ଡା, ରାଜେଶ ଦାସ, ଜିଲ୍ଲା ପରିଷଦ ସଦସ୍ୟା ମଧୁଛନ୍ଦା ମହାନ୍ତି, ରଶ୍ମି ରଞ୍ଜନ ରାଉତ, ରାଜେଶ ମହାନ୍ତି, ଆଲେକ ସାହୁ, ନିରାକାର ସ୍ୱାଇଁ, ହିରଣ୍ୟ ପଣ୍ଡା, ବ୍ଲକ ଅଧ୍ୟକ୍ଷା ରଶ୍ମିତା ସେଠୀଙ୍କ ସମେତ ବହୁ ନେତା ଓ କର୍ମୀ ଉପସ୍ଥିତ ଥିଲେ ।