ଗୁଳୁଗୁଳିରେ ଅସ୍ତବ୍ୟସ୍ତ ଜନଜୀବନ 

 ବୁଗୁଡା : ବୁଗୁଡା ଅଞ୍ଚଳରେ ପ୍ରବଳ ଗରମ ସାଙ୍ଗକୁ ଅସହ୍ୟ ଗୁଳୁଗୁଳିରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡୁଛି । ସହରରେ ତାପମାତ୍ର ବଢୁଥିବାବେଳେ ରାସ୍ତାଘାଟ ଏକ ପ୍ରକାର ଜନଶୂନ୍ୟ ହୋଇପଡୁଛି । କେଉଁ କେଉଁ ଦିନ ପାଗ ମେଘୁଆ ରହୁଥିଲେ ସୁଦ୍ଧା ଗୁଳୁଗୁଳିରୁ ନିସ୍ତାର ମିଳୁନି ।  ତାତିରୁ ତ୍ରାହି ପାଇବା ପାଇଁ ଲୋକେ ଚାତକ ଭଳି ବର୍ଷାକୁ ଚାହିଁ ବସିଥିବା ବେଳେ ମେଘ ପବନ ଆସୁଛି କିନ୍ତୁ ବର୍ଷା ହେଉନାହିଁ । ଅନ୍ୟପକ୍ଷରେ ମେଘ ପବନ ଆଳରେ ବିଦୁ୍ୟତ୍ କାଟ ଲୋକଙ୍କ ଦୁର୍ଦ୍ଦଶାକୁ ଦ୍ୱିଗୁଣ କରି ପକାଉଛି । ମୌସୁମୀର ଆଗମନ ନିକଟତର ହେଲାଣି ବୋଲି ପାଣିପାଗ ବିଭାଗର ସୂଚନା ରହିଥିଲେ ସୁଦ୍ଧା ମୌସୁମୀର ଲୁଚକାଳି ଖେଳ ଯୋଗୁଁ ଗରମ ଓ ଗୁଳୁଗୁଳିରେ ଲୋକେ ଅସ୍ତବ୍ୟସ୍ତ ହୋଇପଡୁଛନ୍ତି ।