ଗାଁ ମଜ୍ଲିସ ସାହିତ୍ୟ ସଂସଦର ପ୍ରତିଷ୍ଠା ଦିବସ
ସୋର : ସୋର ସଂସ୍କୃତି ଭବନ ଠାରେ ଗାଁ ମଜ୍ଲିସ ସାହିତ୍ୟ ସଂସଦର ୩୬ ତମ ପ୍ରତିଷ୍ଠା ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ବିଶିଷ୍ଟ ସାହିତି୍ୟକ ଡ. ରମାକାନ୍ତ ବେହେରାଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ଏହି ସଭାରେ ଉଦ୍ଘାଟକ ଭାବେ ସୋର ବିଧାୟକ ମାଧବ ଧଡା ଯୋଗ ଦେଇ କହିଲେ ଯେ, ସାହିତ୍ୟ ସଂସ୍କୃତିର ମାଟି ସୋରରେ ଦୀର୍ଘ ୩୬ ବର୍ଷ ଧରି ଗଢ଼ି ଉଠିଥିବା ଉକ୍ତ ସାହିତ୍ୟ ସହିତ୍ୟ ସଂସଦ ଓଡିଆ ଭାଷା ସାହିତ୍ୟକୁ ଅଧିକ ଉଦ୍ଜୀବିତ କରିପାରିଛି । ମୁଖ୍ୟ ଅତିଥି ଭାବେ କବି ସୈରିନ୍ଧ୍ରୀ ସାହୁ, ମୁଖ୍ୟବକ୍ତା ଭାବେ ଡ. ରୁଦ୍ରାଣୀ ମହାନ୍ତି, ଅନ୍ୟତମ ଅତିଥି ଭାବେ ପ୍ରାକ୍ତନ ଅଧ୍ୟକ୍ଷ ବିଜୟ କୁମାର ମହାପାତ୍ର ଯୋଗ ଦେଇଥିଲେ ।
ଏହି ଅବସରରେ ପ୍ରାକ୍ତନ ଅଧ୍ୟକ୍ଷ ଚେମେଇ ଦାସଙ୍କ ପ୍ରବନ୍ଧ ପୁସ୍ତକ ‘ସାହିତ୍ୟରେ ସ୍ୱର ଓ ସ୍ୱାକ୍ଷର’ ଉନ୍ମେମୋଚିତ ହୋଇଥିଲା । ସମୀକ୍ଷକ ଭାବେ ଡ.ରବୀନ୍ଦ୍ର ବିହରୀ ଯୋଗ ଦେଇଥିଲେ । ଏହି ଅବସରରେ ପ୍ରତିଷ୍ଠାତା ସଦସ୍ୟ ଦାଶରଥି ନାୟକଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ସଂପାଦକ ଦେବେନ୍ଦ୍ର କୁମାର ପ୍ରଧାନ ଅତିଥି ପରିଚୟ ପ୍ରଦାନ ଏବଂ ଦାମୋଦର ଦାଶ ମହାପାତ୍ର ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ । ଚନ୍ଦ୍ରମୋହନ ମହାପାତ୍ର, ଅଶୋକ କୁମାର ମହାନ୍ତି, ମହେଶ୍ୱର ପଣ୍ଡା ଓ ସୁଧାକର ସାମଲ ପ୍ରମୁଖ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ । ପ୍ରଥମ ଅଧିବେଶନରେ ଏକ ରାଜ୍ୟସ୍ତରୀୟ କବିତା ପାଠୋତ୍ସବ ଅନୁଷ୍ଠିତ ହୋଇଥିଲା । ଏଥିରେ ପ୍ରାକ୍ତନ ଅଧ୍ୟକ୍ଷ ବିଜୟ କୁମାର ଦାସ ସଭାପତିତ୍ୱ କରିଥିବାବେଳେ କବି ଭରତ ବେହେରା ମୁଖ୍ୟ ଅତିଥି ଏବଂ ମୁଖ୍ୟବକ୍ତା ଭାବେ କବି ସୁବାସିନୀ ଜୀ ଯୋଗ ଦେଇଥିଲେ । ସଂଯୋଜିକା ଭାବେ ନୀହାରିକା ରଥ ଏବଂ ଡ. ହରିପ୍ରିୟା ସେଠୀ ଯୋଗ ଦେଇଥିଲେ । କବି ସୁରଂଜନ ପାତ୍ର, କବୀ ଲାବଣ୍ୟ ନାୟକ, ଜୟନ୍ତୀ ବିଶ୍ୱାଳ ବେଉରିଆ, ପ୍ରୀତିଲେଖା ଦାସ, କମଳିନୀ କାସ୍ତା, ପ୍ରିୟଙ୍କା ପ୍ରିୟଦର୍ଶିନୀ ଦାସ, ସସ୍ମିତା ରାଉତ, ଭରତ ଚନ୍ଦ୍ର ଦାଶ, ସୁରେନ୍ଦ୍ରନାଥ ବାରିକ, ମାୟାଧର ନାୟକ, ବିପ୍ଲବ ରଂଜନ ପତି, ଦେବେନ୍ଦ୍ର ମହାଳିକ, ରବୀନ୍ଦ୍ର କୁମାର ଦାସ, ଲମ୍ବୋଦର ମିଶ୍ର, ଶିଶିର କୁମାର କର, ପରମାନନ୍ଦ ତ୍ରିପାଠୀ, ଗୀତାରାଣୀ ରାଉତ, ମିନତୀ କର, ସ୍ନେହଲତା ସାହୁ, ବିଚିତ୍ରାନନ୍ଦ ଜେନା, ନିତ୍ୟାନନ୍ଦ ପାଣିଗ୍ରାହୀ, ପ୍ରଦୀପ୍ତ ମହାନ୍ତି, ପ୍ରତିଭା ମଞ୍ଜରୀ ଜେନା, ଜ୍ୟୋସô୍ନାରାଣୀ ଜେନା, କୃଷ୍ଣା ପ୍ରଧାନ, କମଳଲୋଚନ ବେହେରା, ଜ୍ୟୋତି ରଂଜନ ଜେନା, ଭାଗ୍ୟଶ୍ରୀ ଦେ, ଅମ୍ବିକା ସାହୁ ଓ ସଂହିତା ଦାସ ପ୍ରମୁଖ ସ୍ୱରଚିତ କବିତାପାଠ କରିଥିଲେ ।