ଅମଲା ସଂଘର କାର୍ଯ୍ୟକର୍ତ୍ତା ଚୟନ

 ନବରଙ୍ଗପୁର :  ଓଡ଼ିଶା ଅମଲା ସଂଘ ଆନୁକୂଲ୍ୟରେ ନବରଙ୍ଗପୁର ଜିଲ୍ଲା ଶାଖାର ଏକ ପ୍ରସ୍ତୁତି ବୈଠକ ସ୍ଥାନୀୟ ତୃପ୍ତି ଲଜ୍ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି ।  ଓଡ଼ିଶା ଅମଲା ସଂଘ ର ସଭାପତି  ତଥା  କୋରାପୁଟ ଜିଲ୍ଲା ଶାଖା ତଥା ରାଜ୍ୟ ଅତିରିକ୍ତ ସାଧାରଣ ସମ୍ପାଦକ ଶଶୀଭୂଷଣ ଦାଶ୍ ମୁଖ୍ୟଅତିଥି ଭାବେ ଯୋଗଦାନ କରି ଅମଲାମାନଙ୍କ ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋଚନା କରିଥିଲେ । ଉକ୍ତ ବୈଠକରେ ଜିଲ୍ଲା ଅମଲା ସଂଘର ବରିଷ୍ଠ ସଭ୍ୟ ଏମ୍ ବାଲକ୍ରିଷ୍ଣା ରାଓ ସଭାପତିତ୍ୱ କରିଥିବାବେଳେ ଅନ୍ୟତମ ବରିଷ୍ଠ ସଦସ୍ୟ ସଞ୍ଜୟ କୁମାର ପଣ୍ଡା, ଓଡ଼ିଶା ଅମଲା ସଂଘ କୋରାପୁଟ ଜିଲ୍ଲା ଶାଖା ସମ୍ପାଦକ କାଳି ପ୍ରସାଦ ମିଶ୍ର, ଉପସଭାପତି ଓଡ଼ିଶା ଅମଲା ସଂଘ କୋରାପୁଟ ଜିଲ୍ଲା ଶାଖା ଅରୁଣ କୁମାର ରଥ,  ବରିଷ୍ଠ ସଦସ୍ୟ,  ସିଦେ୍ଧଶ୍ୱରି ବେନିଆ ଉପସଭାପତି ଓଡ଼ିଶା ଅମଲା ସଂଘ ମଞ୍ଚାସିନ ହୋଇ ମତବ୍ୟକ୍ତ କରିଥିଲେ  ।  ନବରଙ୍ଗପୁର ଜିଲ୍ଲାର ବିଭିନ୍ନ ବିଭାଗରେ କାର୍ଯ୍ୟରତ ଶତାଧିକ ଅମଲା ଉକ୍ତ ବୈଠକରେ ଯୋଗଦାନ କରିବା ସହିତ ନିଜ ନିଜର ମତ ପ୍ରକାଶ କରିଥିଲେ । କନିଷ୍ଠ ସହାୟକମାନଙ୍କର ପ୍ରବେଶିକା ଦରମା ହାର ଷଷ୍ଠ ବେତନ କମିଶନ ଅନୁଯାୟୀ ୪୨୦୦/- ଗ୍ରେଡ଼ ପେ ପ୍ରଦାନ ନିମନ୍ତେ ସରକାର ଙ୍କ ଦୃଷ୍ଟି ଆକର୍ଷଣ କରିବା ପାଇଁ ସମସ୍ତ ଉପସ୍ଥିତ ଅମଲା ମତାମତ ପ୍ରଦାନ କରିଥିଲେ ।  ଆସନ୍ତା ସେପ୍ଟେମ୍ବର ୧୪ ତାରିଖରେ ନବରଙ୍ଗପୁର ଠାରେ  ଏକ ରାଜ୍ୟସ୍ତରୀୟ ସମ୍ମିଳନୀ କରିବା ନେଇ ଶ୍ରୀ ଦାଶ ଦେଇଥିବା ପ୍ରସ୍ତାବରେ ଉପସ୍ଥିତ ସମସ୍ତ ସଭ୍ୟ ସଭ୍ୟା ସହମତ ପ୍ରକାଶ କରିଥିଲେ  ।  ବୈଠକ ଶେଷରେ ସର୍ବସମ୍ମତି କ୍ରମେ ଜିଲ୍ଲା ଅମଲା ସଂଘର ଅଧ୍ୟକ୍ଷ ଭାବରେ ଏମ୍ ବାଳକୃଷ୍ଣ ରାଓ ଙ୍କୁ ମନୋନୀତ କରିଥିବା ବେଳେ ମୁଖ୍ୟ ଉପଦେଷ୍ଟା ଭାବରେ ସିଦେ୍ଧଶ୍ୱରି ବେନିଆ ସେହିପରି ଉପଦେଷ୍ଟା ଅଶୋକ ସୁଆର, ସଭାପତି ଅରୁଣ କୁମାର ରଥ, ଉପ ସଭାପତି ନୀଳାଚଳ ପଣ୍ଡା, ସମ୍ପାଦକ ଦିଲିପ୍ କୁମାର୍ ସାହୁ, କାର୍ଯ୍ୟକାରୀ ସଭାପତି ରଞ୍ଜିତ ଷଡ଼ଙ୍ଗୀ, ଯୁଗ୍ମ ସମ୍ପାଦକ ଭାବରେ ରାମ ପଣ୍ଡା ଏବଂ ଅନିତା ମହାରଣା, କୋଷାଧ୍ୟକ୍ଷ ବାଳକୃଷ୍ଣ ମିଶ୍ର,  ସମୀକ୍ଷକ ପୁର୍ଣ୍ଣ ତନ୍ତି, ଗଣମାଧ୍ୟମ ସମ୍ପାଦକ ଦିପ୍ତି ରଞ୍ଜନ ମହାଙ୍କୁଡ, କାର୍ଯ୍ୟାଳୟ ସମ୍ପାଦକ ଫିଲିପ୍ ବାଗ, ସାଙ୍ଗଠନିକ ସମ୍ପାଦକ ହେମନ୍ତ ଗୈଡଙ୍କ ସମେତ ୩୨ ଜଣ  ସଭ୍ୟା ସଭ୍ୟାଙ୍କୁ କାର୍ଯ୍ୟକାରୀ ସଦସ୍ୟ ଭାବେ ନିର୍ବାଚିତ କରାଯାଇଛି । ପରିଶେଷରେ ଉକ୍ତ ବୈଠକର ସଭାପତି ଶ୍ରୀ ରାଓ ଉପସ୍ଥିତ ସମସ୍ତ  ସଭ୍ୟ ସଭ୍ୟାଙ୍କୁ ଧନ୍ୟବାଦ ଜଣାଇ ସଭା ସାଙ୍ଗ କରିଥିଲେ ।