ଚାକିରି ନାଁରେ ଠକେଇ, ଆଉ ଜଣେ ଗିରଫ
କେନ୍ଦୁଝର : କେନ୍ଦୁଝର ଜିଲ୍ଲାରେ ସ୍ୱାସ୍ଥ୍ୟ ବିଭାଗରେ ଚାକିରୀ ଦେବା ନାଁରେ ୧ କୋଟି ଟଙ୍କାରୁ ଅଧିକ ଟଙ୍କାର ଠକେଇ ହୋଇଛି । ଏହି ଘଟଣାରେ ଟାଉନ ଥାନା ପୋଲିସ ଗତ ୨୬ ତାରଖ ଦିନ ପ୍ରମିଳା ପରିଡା ଙ୍କୁ ଗିରଫ କରିଥିଲା । ଆଜି ଏହି ମାମଲାରେ ସଦର ଥାନା କଶିରା ଗ୍ରାମର ଭୁବନ କୁମାର ମହାନ୍ତ(୨୯)ଙ୍କୁ ଗିରଫ କରିଛି । ତାଙ୍କ ନିକଟରୁ ୧୫ ଟି ଏଟିଏମ୍ କାର୍ଡ,୨ ଟି ମୋବାଇଲ ଫୋନ ଏବଂ ୧୧୪ଜଣ ଯୁବକ/ଯୁବତୀଙ୍କୁ ଚାକିରି ଦେବା ପାଇଁ ଜବ୍ ସହମତି ପତ୍ର ଜବତ୍୍ ହୋଇଛି । ଭୁବନ ମହାନ୍ତଙ୍କୁ ୨ ଦିନିଆ ରିମାଣ୍ଡରେ ଅଣାଯିବ ବୋଲି ଟାଉନ ଥାନା ଅଧିକାରୀ ଶ୍ରୀକାନ୍ତ ସାହୁ ସୂଚନା ଦେଇଛନ୍ତି । ରିମାଣ୍ଡରେ ଆଣିବା ପରେ କାହା ଠାରୁ କେତେ ଅର୍ଥ ଚାକିରି ପାଇଁ ନେଇଛି ଏବଂ ଏଥିରେ ଆଉ କିଏ ସଂପୃକ୍ତ ଅଛି ତାହା ଜଣାପଡିବ । କେବଳ କେନ୍ଦୁଝର ଜିଲ୍ଲା ନୁହେଁ ପଡୋଶୀ ଜିଲ୍ଲାରେ ବହୁ ଯୁବକ/ଯୁବତୀଙ୍କୁ ଠକିଥିବା ନେଇ ଉଭୟଙ୍କ ନାମରେ ଅଭିଯୋଗ ହୋଇଥିଲା । ୨୦୨୦ ମସିହାରୁ ଚାକିରୀ ଆଶାୟୀଙ୍କ ଠାରୁ ସେ ଆସୁଥିଲା । ଗତ ୨୬ ତାରଖ ଦିନ କେନ୍ଦୁଝର ଟାଉନ ଥାନାରେ ୨ ଟି ଏତଲାରେ ୧୦ ଜଣ ଏବଂ ସଦର ଥାନାରେ ଜଣେ ଅଭିଯୋଗ କରିବା ପରେ ପୋଲିସ ଠକ ମହିଳା ପ୍ରମିଳା ପରିଡାଙ୍କୁ ଗିରଫ କରିବା ପରେ ଅନ୍ୟତମ ସହଯୋଗୀ ଭୁବନ କୁମାର ମହାନ୍ତ ଙ୍କୁ ଗିରଫ କରିଛି । ଜିଲ୍ଲା ମୁଖ୍ୟ ଚିକିସôାଳୟରେ କିରାଣୀ ଚାକିରୀ କରାଇଦେବା ପାଇଁ ପ୍ରମିଳା ଏବଂ ଭୁବନ ଯୁବକ/ଯୁବତୀଙ୍କ ଠାରୁ ଏହି ଅର୍ଥ ନେଉଥିଲେ । କେସ ନମ୍ବର ୧୬୦/୨୦୨୫ ଭାରତୀୟ ନ୍ୟାୟ ସଂହିତା ୩୧୯(୨), ୩୧୮(୪), ୩୫୧(୩), ୩(୫)ରେ ମାମଲା ରୁଜୁ କରି ଭୁବନ କୁମାର ମହାନ୍ତ ଙ୍କୁ କୋର୍ଟ ଚାଲାଣ କରିଛି ।