ନବୀନଙ୍କ ସୁସ୍ଥତା ପାଇଁ ଦୀପ ପ୍ରଜ୍ଜ୍ୱଳନ
ଭଣ୍ଡାରିପୋଖରୀ: ଓଡ଼ିଶାର କୋଣ ଅନୁକୋଣରେ ଶୁଭେଚ୍ଛୁ, ଜନସାଧାରଣ, ଦଳୀୟ କର୍ମୀ ଓ ନେତାମାନେ ବିଭିନ୍ନ ଦେବାଦେବୀ ପୀଠରେ ହୋମଯଜ୍ଞ ସହିତ ନବୀନଙ୍କ ଆରୋଗ୍ୟ ପ୍ରାର୍ଥନା କରି ଦୀପ ପ୍ରଜ୍ୱଳନ କରିଛନ୍ତି । ଏହି ଉପଲକ୍ଷେ ଭଣ୍ଡାରିପୋଖରୀ ବ୍ଲକ ବିଜେଡି ପକ୍ଷରୁ ମଧ୍ୟ ନବୀନଙ୍କ ଦ୍ରୁତ ଆରୋଗ୍ୟ କାମନା କରି ଶହେ ଆଠ ଦୀପ ପ୍ରଜ୍ୱଳନ କରାଯାଇଛି । ବ୍ଲକ ସମ୍ମୁଖସ୍ଥ ଶନି ଦେବଙ୍କ ପୀଠରେ ବିଧାୟକ ସଞ୍ଜୀବ କୁମାର ମଲ୍ଲିକ କର୍ମୀମାନଙ୍କ ସହିତ ପହଞ୍ଚି ପୂଜାର୍ଚ୍ଚନା କରିଥିଲେ । ଏହାପରେ କୋଟି ଓଡିଆଙ୍କ ଶ୍ରଦ୍ଧା ସମ୍ମାନର କେନ୍ଦ୍ରବିନ୍ଦୁ ପାଲଟି ଥିବା ନବୀନଙ୍କ ଦୀର୍ଘ ସୁସ୍ଥ ନୀରାମୟ ଜୀବନ ପାଇଁ ବିଧାୟକ ଶନି ଦେବଙ୍କ ନିକଟରେ ପ୍ରାର୍ଥନା କରିଥିଲେ । ସଂଧ୍ୟାରେ ମାଳଦା ବଜାର ହନୁମାନ ମନ୍ଦିରରେ ଦୀପ ଜାଣିଥିଲେ । ଆୟୋଜିତ କାର୍ଯ୍ୟକ୍ରମରେ ବ୍ଲକ ଅଧ୍ୟକ୍ଷା ସୁମତୀ ସେଠୀ, ବ୍ଲକ ବିଜେଡି ସଭାପତି ଲକ୍ଷ୍ମୀଧର ସାହୁ, ଜିଲ୍ଲା ପରିଷଦ ଉକôଳ କେଶରୀ ମହାନ୍ତି,ବର୍ଷା ରାଣୀ ଜେନା, ଧନେଶ୍ୱର ଖୁଣ୍ଟିଆ, ପୂର୍ଣ୍ଣଚନ୍ଦ୍ର ମାଝି, ସତ୍ୟବ୍ରତ ପାଲ, ସମିତି ସଭ୍ୟ ବିଷ୍ଣୁ ଚରଣ ଦାସ,ଜଗତ ଜୀବନ ବାରିକ, ବରିଷ୍ଠ ନେତା ଶରତ ଚନ୍ଦ୍ର ଜେନା, ମୁକ୍ତିକାନ୍ତ ମହାନ୍ତି, ଦେବେନ୍ଦ୍ର ଦାସ, ଅନନ୍ତ ତ୍ରିପାଠୀ, ହେମନ୍ତ ଜେନା, ସତ୍ୟାନନ୍ଦ ମହାପାତ୍ର, ଜଳଧର ଜେନା ପ୍ରମୁଖ ଯୋଗ ଦେଇଥିଲେ । ଏହାଛଡା ଯୁବ ନେତା ଲଳିତ ରାଉତ, ମନୋରଞ୍ଜନ ସାହୁ, ଅବିନାଶ ରାଉତ, ସୁଶାନ୍ତ କୁମାର ମଲ୍ଲିକ, ଜୟନ୍ତ କୁମାର ସାହୁ,ମୋହନ ରାୟ, ସୁରଥ ଦାସ, ପ୍ରତୁ୍ୟଷ କୁମାର ସାମଲ, ଭାଗିରଥି ପରିଡ଼ା, ହରେକୃଷ୍ଣ ବାରିକ, ଦେବେନ୍ଦ୍ର ଦାଶ,ମନୁ ରାୟ,ବିଜୟ ଖିଲାର,ଅଭୟ ବେହେରା,ଟିକା ନାୟକ ପ୍ରମୁଖ ଶହଶହ କର୍ମୀ ଉପସ୍ଥିତ ରହି ନବୀନଙ୍କ ସୁସ୍ଥ ପାଇଁ ପ୍ରାର୍ଥନା କରିଥିଲେ ।
 
 Rasmita Behera
                                    Rasmita Behera                                 
    
 
    
 
 
 
