ଡାକ ମେଳା ଅନୁଷ୍ଠିତ
କୁଆଖିଆ: ଭାରତୀୟ ଡାକ ସେବାରେ ମିଳୁଥିବା ବିଭିନ୍ନ ଯୋଜନା ଏବଂ ସେଥିରୁ ମିଳୁଥିବା ଲାଭାଂଶ ଗ୍ରାମାଞ୍ଚଳରେ ବସବାସ କରୁଥିବା ମହିଳା ମାନେ କିପରି ଉପକୃତ ହୋଇପାରିବେ ସେଥି ନେଇ ଡାକ ବିଭାଗ ପକ୍ଷରୁ ଏକ ସଚେତନତା ଡାକ ମେଳା ଅନୁଷ୍ଠିତ ହୋଇଯାଇଛି । ରସୁଲପୁର ଉପ ଡ଼ାକଘର ଅଧିନରେ ଥିବା ମଧୁବନ ସବ୍ପୋଷ୍ଟ ଅଫିସ ପରିସରରେ ଆୟୋଜିତ ମେଳାରେ ଯାଜପୁର ମୁଖ୍ୟ ଡାକଘରର ସୁପରିଟେଣ୍ଡେଣ୍ଟ ସୁବ୍ରତ ପ୍ରକାଶ ନାୟକ ଯୋଗଦେଇ ଡ଼ାକ ଘରେ ମିଳୁଥିବା ବିଭିନ୍ନ ସୁଦୁରପ୍ରସାରି ଯୋଜନା ଡାକ ଜୀବନ ବୀମା, ଡ଼ାକଘର ସଞ୍ଚୟ ବ୍ୟାଙ୍କ୍, ମିଆଦୀ ଜମା, ବରିଷ୍ଠ ନାଗରିକ ଜମା ଯୋଜନା, ଜନ ଭବିଷ୍ୟନିଧି, ପାଞ୍ଚ ବର୍ଷିଆ ପୌନଃ ପୌନିକ ଜମା, ଡ଼ାକଘର ମାସିକ ଆୟ ଯୋଜନା, କିଶାନ ବିକାଶ ପତ୍ର, ଜାତୀୟ ସଞ୍ଚୟ ପତ୍ର ସହିତ ମହିଳା ମାନଙ୍କ ପାଇଁ ସୁକନ୍ୟା ଯୋଜନାରେ ମିଳୁଥିବା ସୁବିଧା ସହିତ ଅଟଳ ପେନସନ ଯୋଜନା, ପ୍ରଧାନମନ୍ତ୍ରୀ ସୁରକ୍ଷା ବୀମା ଯୋଜନା, ପ୍ରଧାନମନ୍ତ୍ରୀ ଜୀବନଜ୍ୟୋତି ବୀମା ଯୋଜନା ପ୍ରଭୃତିରୁ ମିଳୁଥିବା ଲାଭ ଏବଂ ସେବା ସମ୍ପର୍କରେ ଆଲୋଚନା କରିଥିଲେ । ଏଥିସହିତ ରାଷ୍ଟ୍ରାୟତ, ଘରୋଇ ବ୍ୟାଙ୍କ୍ ଏବଂ ଡାକଘର ବ୍ୟାଙ୍କ୍ ମଧ୍ୟରେ ଥିବା ପାର୍ଥକ୍ୟ ବିଷୟରେ ଅବଗତ କରିଥିଲେ । ବିଭାଗୀୟ ଡାକ ଅଧିକାରୀ ଅଶୋକ କୁମାରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ମେଳାରେ ସରପଞ୍ଚ ଅଶୋକ ମଲ୍ଲିକ, ସମିତିସଭ୍ୟ ସୋମ୍ୟରଂଜନ ରାଉତ, ଆଇବିପିଏମ୍ ଚିନ୍ତାମଣି ବାବୁ, ଡାକ ଇନିସପେକ୍ଟର କୁମାର ପ୍ରସାଦ ଜେନା, ଓଭରସିୟର ପ୍ରବୀଣ ଖୁଣ୍ଟିଆ, ପୋଷ୍ଟ ମାଷ୍ଟର ଅନନ୍ତ ଚରଣ ପଣ୍ଡା ପ୍ରମୁଖ ଯୋଗଦେଇ ଲୋକାଭିମୁଖୀ ଯୋଜନା ସମ୍ପର୍କରେ ସୂଚନା ପ୍ରଦାନ କରିଥିଲେ । କାର୍ଯ୍ୟକ୍ରମକୁ ଓଭରସିୟର ପ୍ରକାଶ ଚନ୍ଦ୍ର ବେହେରା, ସୁବାଷ ଚନ୍ଦ୍ର ମହାରଣା ପରିଚାଳନା କରିଥିବାବେଳେ ଏଥିରେ ଅଙ୍ଗନବାଡ଼ି କର୍ମୀ, ଆଶା କର୍ମୀ, ସ୍ୱୟଂ ସହାୟକ ଗୋଷ୍ଠୀର ମହିଳା ମାନେ ଯୋଗ ଦେଇଥିଲେ ।