ଗୁଜରାଟକୁ ହରାଇଲା ଚେନ୍ନାଇ
ଅହମ୍ମଦାବାଦ : ଚେନ୍ନାଇର ଡେଭନ୍ କନୱେ ଏବଂ ଡେୱାଲଡ ବ୍ରେଭିସ୍ଙ୍କ ବିସ୍ଫୋରକ ବ୍ୟାଟିଂରେ ଆଜି ଧରାଶାୟୀ ହୋଇଛି ଗୁଜରାଟ । ଡେୱାଲଡ ୨୩ ବଲ୍ରୁ ସର୍ବାଧିକ ୫୭ ଏବଂ କନୱେ ୩୫ ବଲ୍ରୁ ୫୨ ରନ୍ କରି ଚେନ୍ନାଇକୁ ବିରାଟ ସ୍କୋର୍ରେ ପହଞ୍ଚାଇଥିଲେ । ଆଜି ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମ ଠାରେ ଖେଳାଯାଉଥିବା ଆଇପିଏଲ-୨୦୨୫ର ୬୭ତମ ମ୍ୟାଚରେ ଗୁଜରାଟ ଟାଇଟନ୍ସକୁ ୮୩ ରନ୍ରେ ହରାଇ ୫ ୱିକେଟ୍ ବ୍ୟବଧାନରେ ବିପୁଳ ବିଜୟ ହାସଲ କରିଛି ଚେନ୍ନାଇ ସୁପରକିଙ୍ଗ୍ସ ।
୨୩୧ ରନର ଲକ୍ଷ୍ୟର ଜବାବରେ ଗୁଜରାଟ ୧୮.୩ ଓଭରରେ ୧୪୭ ରନ କରି ଅଲଆଉଟ ହୋଇଯାଇଥିଲା । ଦଳ ପକ୍ଷରୁ ସାଇ ସୁଦର୍ଶନ ୪୧ ରନ କରିଥିବାବେଳେ ଅର୍ଶଦ ଖାଁ ୨୦ ଓ ଶାହରୁଖ ଖାଁ ୧୯ ରନ କରିଥିଲେ । ମ୍ୟାଚରେ ଚେନ୍ନାଇ ସୁପରକିଙ୍ଗସ ପ୍ରଥମେ ବ୍ୟାଟିଂ କରିଥିା ବେଳେ ଦଳର ଦୁଇ ଓପନର ଆୟୁଷ ମାହାତ୍ରେ ଓ ଦେୱନ କନୱେ ଆରମ୍ଭରୁ ବିସ୍ଫୋରକ ବ୍ୟାଟିଂ କରି ଦଳକୁ ଏକ ଭଲ ଆରମ୍ଭ ଦେଇଥିଲେ । ମାହାତ୍ରେ ୩୪ ରନ କରିଥିବାବେଳେ କନୱେ ୫୨ ରନ କରିଥିଲେ । ଉର୍ଭିନ ପଟେଲ ୩୭ ରନ କରଥିବାବେଳେ ଡେୱାଲଡ ବ୍ରେଭିସ୍ ୫୭ ରନ କରିଥିଲେ । ବ୍ରେଭିସ ମାତ୍ର ୨୩ ବଲରେ ୫ ଛକା, ୪ ଚୌକା ସହ ଏହି ୫୭ ରନ କରିଥିଲେ । ଗୁଜରାଟ ପକ୍ଷରୁ ପ୍ରସିଦ୍ଧ କ୍ରିଷ୍ଣା ୨ଟି ୱିକେଟ ନେଇଥିବାବେଳେ ସାଇ କିଶୋର, ରସିଦ ଖାଁ ଓ ଶାହରୁଖ ଖାଁ ଗୋଟିଏ ଲେଖାଏଁ ୱିକେଟ ନେଇଥିଲେ ।