ଦେବେନ୍ଦ୍ର ପ୍ରଧାନଙ୍କୁ ଶ୍ରଦ୍ଧାଞ୍ଜଳି

ଅନୁଗୁଳ :  ଆଲୁମିନିୟମ ମଜଦୂର ସଂଘ କାର୍ଯ୍ୟାଳୟ ଠାରେ ଅନୁଗୋଳ ମାଟିର ସୁପୁତ୍ର, ପୂର୍ବତନ କେନ୍ଦ୍ରମନ୍ତ୍ରୀ ସ୍ୱର୍ଗତଃ ଡା ଦେବେନ୍ଦ୍ର ପ୍ରଧାନଙ୍କ ସ୍ମୃତିଚାରଣ ନିମନ୍ତେ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଥିଲା । ଏହି ସଭାରେ ଶତାଧିକ କର୍ମୀ ଯୋଗଦାନ କରିବା ସହିତ ଦୁଇ ମିନିଟ ନୀରବ ପ୍ରାର୍ଥନା କରିଥିଲେ । ସଂଗଠନର ସଭାପତି ମୁନା ସାମଲ ସଭାକୁ ପରିଚାଳନା କରିବା ସହିତ ସ୍ୱର୍ଗତଃ ପ୍ରଧାନଙ୍କର ଜୀବନଶୈଳୀ ତଥା ବୃତ୍ତିଗତ ଜୀବନଠୁ ସ୍ୱୟଂ ସେବକ ଏବଂ ସ୍ୱୟଂ ସେବକ ଜୀବନଠୁ ରାଜନୀତି ଜୀବନ ଯାତ୍ରାକୁ ବର୍ଣ୍ଣନା କରିଥିଲେ । ସଂଘର ଉପସଭାପତି ତଥା ବରିଷ୍ଠ କର୍ମକର୍ତ୍ତା ଶ୍ରୀ ମାଧବ ସାମଲ ଆଲୁମିନିୟମ ମଜଦୂର ସଂଘର ପ୍ରତିଷ୍ଠା ଥିବା ଶ୍ରୀ ପ୍ରଧାନଙ୍କ ଯୋଗଦାନ ଓ ନାଲକୋର ସମସ୍ୟାକୁ ମୂଳୋତ୍ପାଟନ କରିବାରେ ଭୂମିକାକୁ ପ୍ରତିପାଦନ କରିଥିଲେ । ଲୋକପାଳ ବିଭୁତି ଭୂଷଣ ପ୍ରଧାନ ଅନୁଗୁଳ ତଥା ଓଡ଼ିଶାର ବିକାଶ ନିମନ୍ତେ ସ୍ୱର୍ଗତଃ ପ୍ରଧାନଙ୍କ ଅଭୂତପୂର୍ବ ଯୋଗଦାନକୁ ବର୍ଣ୍ଣନା କରିଥିଲେ । ଏହି ସଭାରେ ଉପସଭାପତି ମଦନ ସାହୁ, ଦୀନବନ୍ଧୁ ଭୁତିଆ, ସୁବାଷ ଗଡ଼ନାୟକ, କୃଷ୍ଣଚନ୍ଦ୍ର ମହାରଣା, ନେହରୁ ସାହୁ, ତ୍ରିପତି ସେନାପତି, ଅଜୟ ସାହୁ, ସୁନୀଲ ତ୍ରିପାଠୀ, ଜିତୁ ସାହୁ, ଦୀପକ ସାହୁ, କିଶୋର ଦେହୁରୀ, ଛବି ବେହେରା, ଟିକନ ସାହୁ, ମହେନ୍ଦ୍ର ବେହେରା, ରଘୁନାଥ ସାହୁ, ରାମଧନ ହେମ୍ବ୍ରମ ଓ ଦିଲ୍ଲୀପ ସାହୁ ସମେତ ଶତାଧିକ କର୍ମଚାରୀ ଯୋଗଦାନ କରିଥିଲେ ।