‘ଗୁରୁଙ୍କୁ ନମଣିବ ନର, ଗୁରୁହିଁ ସାକ୍ଷାତ ଈଶ୍ୱର’

˜ ଭଣ୍ଡାରିପୋଖରୀ, ୬ା୯: ଭଣ୍ଡାରିପୋଖରୀ ବ୍ଲକ ଗୋଷ୍ଠୀ ଶିକ୍ଷା କାର୍ଯ୍ୟାଳୟର ବାରିକପୁର ସାଧନକେନ୍ଦ୍ର ଅନ୍ତର୍ଗତ ପାହିମହୁରା ଉପ୍ରା ବିଦ୍ୟାଳୟ ଶିକ୍ଷୟିତ୍ରୀ ମିତରାଣୀ ସାହୁଙ୍କୁ ଚଳିତ ବର୍ଷ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାରରେ ସମ୍ମାନିତ କରାଯାଇଛି । ଶୁକ୍ରବାର ପବିତ୍ର ଗୁରୁଦିବସ ପାଳନ ଅବସରରେ ଅନୁଷ୍ଠିତ ଜିଲ୍ଲାସ୍ତରୀୟ ଉସôବରେ ଶ୍ରୀମତୀ ସାହୁଙ୍କୁ ଏହି ପୁରସ୍କାର ପ୍ରଦାନ କରାଯାଇଛି । ଜିଲ୍ଲା ହାଇସ୍କୁଲ ପରିସରରେ ଅତିରିକ୍ତ ଜିଲ୍ଲାପାଳ ରବିନାରାୟଣ ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉସôବରେ ଜିଲ୍ଲା ଶିକ୍ଷାଧିକାରୀ ଜଗବନ୍ଧୁ ସାହୁ, ଅତିରିକ୍ତ ଜିଳ୍ଲା ଶିକ୍ଷାଧିକାରୀ ତୃପ୍ତିମୟୀ ପାତ୍ର ଓ ଧରଣୀଧର ପାତ୍ର, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ କାର୍ତ୍ତିକନାଥ ମଣ୍ଡଳଙ୍କ ସମେତ ଜିଲ୍ଲାର ସମସ୍ତ ଗୋଷ୍ଠୀ ଶିକ୍ଷାଧିକାରୀଙ୍କ ଉପସ୍ଥିତିରେ ଡା. ପୂର୍ଣ୍ଣଚନ୍ଦ୍ର ପାତ୍ର ଶିକ୍ଷୟତ୍ରୀ ସାହୁଙ୍କୁ ଉଭୟ ଶୈଖିକ ଓ ସହଶୈଖିକ କ୍ଷେତ୍ରରେ ଉକôର୍ଷତା ପାଇଁ ପୁରସ୍କାର ଓ ମାନପତ୍ର ପ୍ରଦାନ କରିଥିଲେ । ସେହିପରି ପ୍ରାଥମିକ ବର୍ଗର ଶିକ୍ଷକ ଜୟପ୍ରକାଶ ସ୍ୱାଇଁ ଓ ଭୁପେଶ କୁମାର ଲେଙ୍କା, ଉଚ୍ଚମାଧ୍ୟମିକ ବିଦ୍ୟାଳୟ ବର୍ଗର ପ୍ରଧାନଶିକ୍ଷକ ଅଜୟ କୁମାର ନନ୍ଦ, ଶିକ୍ଷାସଂଯୋଜକ ଅଭିମନୁ୍ୟ ବେହେରା, ଅଜୟ ରାୟ, ଜଗନ୍ନାଥ ପଣ୍ଡା, ପ୍ରକାଶ ଚନ୍ଦ୍ର ଦାସ ଓ ଅକ୍ଷୟ କୁମାର ନନ୍ଦଙ୍କୁ ଗୁରୁଦିବସ ପୁରସ୍କାର ପ୍ରଦାନ କରାଯାଇଛି । ସଂପୃକ୍ତ ଶିକ୍ଷକ ଓ ଶିକ୍ଷୟତ୍ରୀଙ୍କୁ ଏଥିପାଇଁ ଗୋଷ୍ଠୀ ଶିକ୍ଷା କାର୍ଯ୍ୟାଳୟ ପକ୍ଷରୁ ଶୁଭେଚ୍ଛା ଜ୍ଞାପନ କରାଯାଇଛି । 
˜ କେନ୍ଦୁଝର: ସିଟିଜି ଫାଉଣ୍ଡେସନ ଦ୍ୱାରା ପ୍ରତିଷ୍ଠିତ ସିଟିଜି ଗ୍ଲୋବାଲ ସ୍କୁଲ, ସିଟିଜି ବିଦ୍ୟାମନ୍ଦିର, କେନ୍ଦୁଝର ହାୟର ସେକେଣ୍ଡାରୀ ସ୍କୁଲ, କେନ୍ଦୁଝର ଡିଗ୍ରୀ କଲେଜ ଏବଂ ସିଟିଜି ପ୍ରଫେସନାଲରେ ଗୁରୁଦିବସ ପାଳିତ ହୋଇଯାଇଛି । ସିଟିଜି ଫାଉଣ୍ଡେସନର ପ୍ରତିଷ୍ଠାତା ତଥା ସିଟିଜି ଗ୍ରୁପ ଅଫ୍ ଇନଷ୍ଟିଚୁ୍ୟସନ ର ଚେୟାରମ୍ୟାନ୍ ରୋଟାରିୟାନ୍ ଡ଼ ରାଜେନ୍ଦ୍ର ପଲେଇ, ସିଟିଜି ଚାରିଟେବୁଲ ଟ୍ରଷ୍ଟର ସଂପାଦିକା ସୁଭଦ୍ରା ପଲେଇ, ପ୍ରିନ୍ସପାଲ ମାନସ ରଞ୍ଜନ ମହାପାତ୍ର ଏବଂ ସମସ୍ତ ଶିକ୍ଷକ, ଶିକ୍ଷୟିତ୍ରୀ, ଅଧ୍ୟାପକ, ଅଧ୍ୟାପିକା ଡକ୍ଟର ସର୍ବପଲ୍ଲୀ ରାଧାକ୍ରିଷ୍ଣନଙ୍କୁ ଫୁଲ,ଚନ୍ଦନ,ଧୂପଦୀପରେ ବନ୍ଦନା କରିବା ପରେ ସଭାକାର୍ଯ୍ୟ ଆରମ୍ଭ ହୋଇଥିଲା । ପ୍ରତିବର୍ଷ ପରି ଚଳିତ ବର୍ଷ ମଧ୍ୟ ସିଟିଜି ଶିକ୍ଷା କ୍ଷେତ୍ରରେ ବଳିଷ୍ଠ ଅବଦାନ ପାଇଁ ବଡହଳ ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷକ ରାଜେନ୍ଦ୍ର ପ୍ରସାଦ ମହାନ୍ତ  ଓ ମୋଚିବନ୍ଧ ଉଚ୍ଚ ବିଦ୍ୟାଳୟର ସୁନାମଧନ୍ୟା ବିଜ୍ଞାନ ଶିକ୍ଷୟିତ୍ରୀ ଦେବସ୍ମିତା ପଟ୍ଟନାୟକଙ୍କୁ ‘ଗୁରୁଶ୍ରୀ’ ସମ୍ମାନରେ ସମ୍ମାନିତ କରାଯାଇଛି ।  କେନ୍ଦୁଝର ବଡହଳସ୍ଥିତ ଯୁକ୍ତ ୨ ବିଜ୍ଞାନ ବିଦ୍ୟାଳୟରେ ଗୁରୁଦିବସ ପାଳିତ ହୋଇଯାଇଛି  । କାର୍ଯ୍ୟକ୍ର୍ରମରେ ମୁଖ୍ୟ ଅତିଥି ଭାବେ ସ୍କୁଲ ସଭାପତି ଇଂ ଜିତେନ କ୍ରିଷ୍ଣାରାମ ଦାନୀ ସଭାପତିତ୍ୱ କରିଥିଲେ । ଛାତ୍ରଛାତ୍ରୀମାନେ ପ୍ରତ୍ୟେକ ଗୁରୁଙ୍କୁ ଅତି ସୁନ୍ଦର ଭାବରେ ପୂଜାର୍ଚ୍ଚନା କରି ଉପହାର ପ୍ରଦାନ କରିଥିଲେ ଏବଂ ଗୁରୁଦିବସ ସଂପର୍କରେ ଅଭିଭାଷଣ ପ୍ରଦାନ କରିଥିଲେ । 
˜ ବାଣପୁର: ବାଣପୁର ମା’ ଟିକିରାଈଙ୍କ  ପ୍ରାଙ୍ଗଣରେ ବାଣପୁର ପ୍ରାଥମିକ ଶିକ୍ଷକ ସଂଘ ଦ୍ୱାରା ଏକ ସାମୂହିକ ଶିକ୍ଷକ ସମ୍ବର୍ଦ୍ଧନା ସଭା ସଭାପତି ତାପସ ମହାରଣାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମରେ ବ୍ଲକରେ ନୂତନ ଭାବେ ଯୋଗଦେଇଥିବା କନିଷ୍ଠ ଶିକ୍ଷକ, ଓ ଅନ୍ୟ ବ୍ଲକ ବା ଜିଲ୍ଲା ରୁ ଆସିଥିବା ଶତାଧିକ ଶିକ୍ଷକ ଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା କରାଯିବା ସଂଗେସଂଗେ ଗତ ଏକ ବର୍ଷ ମଧ୍ୟରେ ଚାକିରିରୁ ଅବସର ନେଇଥିବା ୩୦ ଜଣ ଶିକ୍ଷକଙ୍କୁ ଅବସର କାଳୀନ ସମ୍ବର୍ଦ୍ଧନା ସ୍ୱରୂପ ମାନପତ୍ର ଓ ଉତ୍ତରୀୟ ପ୍ରଦାନ କରାଯାଇ ସମ୍ବର୍ଦ୍ଧିତ କରାଯାଇଥିଲା । ସମ୍ପାଦକ ପ୍ରଦୀପ୍ତ କିଶୋର ମହାପାତ୍ର ବିବରଣୀ ପାଠ କରିଥିବା ବେଳେ ସଂଘର ଅନ୍ୟ କର୍ମକର୍ତ୍ତା ପାଣ୍ଡବ ମହାରଣା, ଗଙ୍ଗାଧର ମହାପାତ୍ର, ଦିଲ୍ଲୀପ କୁମାର ସ୍ୱାଇଁ, ଦୟାନିଧି ମହାରଣା, ବିଭୁତି ଭୂଷଣ ଦାଶ ଶିକ୍ଷକଙ୍କର ଭୂମିକା ବିଷୟରେ ଆଲୋଚନା କରିଥିଲେ । 
˜ ଭଦ୍ରକ: ଜିଲ୍ଲାସ୍ତରୀୟ ଗୁରୁ ଦିବସ ଓ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ସମାରୋହ ଭଦ୍ରକ ସରକାରୀ ହାଇସ୍କୁଲରେ ପାଳନ ହୋଇଛି । ଏହି ସଭାରେ ମୁଖ୍ୟ ଅତିଥି ରବି ନାରାୟଣ ସାହୁ, ଅନ୍ୟତମ ଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ ସରୋଜ ଦତ୍ତ, ଡେପୁଟୀ କଲେକ୍ଟର କାର୍ତ୍ତିକ ନାଥ ମଣ୍ଡଳ, ଜଗବନ୍ଧୁ ସାହୁ, ଡ. କାର୍ତିକେଶ୍ୱର୍ ରାଉଳ, ସମସ୍ତ ଅତିରିକ୍ତ ଜିଲ୍ଲା ଶିକ୍ଷାଧିକାରୀ, ଗୋଷ୍ଟୀ ଶିକ୍ଷାଧିକାରୀ, ଶିକ୍ଷକ ଓ ଶିକ୍ଷୟିତ୍ରୀ ଉପସ୍ଥିତ ଥିଲେ । ୨୬ ଜଣ କୃତୀ ଶିକ୍ଷକଙ୍କୁ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପ୍ରଦାନ କରାଯାଇଥିଲା । ସେଇପରି ବିଭିନ୍ନ ସ୍କୁଲର ଶିକ୍ଷକ, ଶିକ୍ଷୟିତ୍ରୀ, ସିଆରସିସିଙ୍କୁ ମାନପତ୍ର ପ୍ରଦାନ କରାଯାଇଥିଲା । ଆଜିର ଯୁବ ପିଢ଼ି ଗୁରୁଙ୍କ ଆଦର୍ଶରେ ଅନୁପ୍ରାଣିତ ହେବା ଆବଶ୍ୟକ । ଜିଲ୍ଲା ସାରା ଓଡିଶା ରେ ଶିକ୍ଷା କ୍ଷେତ୍ରରେ ଅଗ୍ରୀମ ଭୂମିକା ହାସଲ କରିବ ବୋଲି ଅତିଥି କହିଥିଲେ ।
˜ ନବରଙ୍ଗପୁର: ରାଜା ଚୈତନ୍ୟ ଦେବ ନୋଡାଲ ସରକାରୀ ହାଇସ୍କୁଲରେ ଜିଲ୍ଲାସ୍ତରୀୟ ଗୁରୁଦିବସ ଓ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ସମାରୋହ ଅନୁଷ୍ଠିତ ହୋଇଛି । ଜିଲ୍ଲା ଶିକ୍ଷାଧିକାରୀ ଛତ୍ରପତି ସାହୁଙ୍କ ଅଧ୍ୟକ୍ଷତାରେ ଆୟୋଜିତ ସଭାରେ ବିଧାୟକ ଗୌରୀ ଶଙ୍କର ମାଝୀ ମୁଖ୍ୟଅତିଥି, ଅତିରିକ୍ତ ଜିଲ୍ଲାପାଳ ତପନ ଖୁଣ୍ଟିଆ ସମ୍ମାନୀତଅତିଥି ଭାବେ ଯୋଗ ଦେଇଥିଲେ । ପାଳକା ରବୀନ୍ଦ୍ର, ଡ. ମଳୟ ରଞ୍ଜନ ତ୍ରିପାଠୀ, ଡ଼. ଓଁକାର ପଟ୍ଟନାୟକ, ପ୍ରକାଶ ମେହେର, ପ୍ରକାଶ ଚନ୍ଦ୍ର ମହାଳିକ, ସୁଦୀପ୍ତ ଦାସ, ଚିତ୍ତରଞ୍ଜନ ପଟ୍ଟନାୟକ ଜିଲ୍ଲା ବିଜ୍ଞାନ ପରିଦର୍ଶକ ଅତିଥି ଭାବେ ଯୋଗ ଦେଇଥିଲେ । ପ୍ରକାଶ ଚନ୍ଦ୍ର ମହାଳିକ ସ୍ୱାଗତ ଭାଷଣ ଦେଇଥିବା ବେଳେ, ବିଧାୟକ ମାଝୀ ଦେଶ ଗଠନରେ ଶିକ୍ଷକଙ୍କ ଭୂମିକା ସମ୍ପର୍କରେ ଆଲୋକପାତ କରିଥିଲେ । କାର୍ଯ୍ୟକ୍ରମରେ ୧୪ ଜଣ ମାଧ୍ୟମିକ ଶିକ୍ଷକ, ୧୦ ଜଣ ପ୍ରାଥମିକ ଶିକ୍ଷକ ଓ ୧ ଜଣ ସିଆର୍ସିସି, ୩୮ଜଣ ମାଧ୍ୟମିକ ସ୍କୁଲର ପ୍ରଧାନଶିକ୍ଷକମାନଙ୍କୁ ଗତ ମାଟ୍ରିକ ପରୀକ୍ଷାରେ ଶତ ପ୍ରତିଶତ ଫଳ ପାଇଁ ସମ୍ମାନିତ କରାଯାଇଥିଲା  । ସୁଦୀପ୍ତ ଦାସ ଧନ୍ୟବାଦ ଅର୍ପଣ କରିଥିବା ବେଳେ ନରେଶ ପଟ୍ଟନାୟକ ମଞ୍ଚ ପରିଚାଳନା କରିଥିଲେ । ରକ୍ତଦାନ ଶିବିରରେ ମୋଟ୍ ୫୮ ୟୁନିଟ ରକ୍ତ ସଂଗୃହୀତ ହୋଇଥିଲା  । ପ୍ରଭାତ ପଟ୍ଟନାୟକ, ପ୍ରକାଶିନୀ ଚୌଧୁରୀ ପରିଚାଳନା କରିଥିଲେ । ସେହିପରି ସରସ୍ୱତୀ ଶିଶୁ ଜ୍ଞାନ ମନ୍ଦିରରେ ଛାତ୍ରଛାତ୍ରୀଙ୍କ ଦ୍ୱାରା ଅନୁଷ୍ଠାନର ଅଧ୍ୟକ୍ଷ ରବି ଶଙ୍କର ସାହୁଙ୍କ ସଭାପତିତ୍ୱରେ ଗୁରୁ ଦିବସ ପାଳନ କରାଯାଇଛି  । ମୁଖ୍ୟଅତିଥି ଭାବେ ଶିକ୍ଷାବିତ୍ ତଥା ଜିଲ୍ଲା କ୍ରୀଡା ସଂଘ ସହସମ୍ପାଦକ ମନୋଜ ପଟ୍ଟନାୟକ ଯୋଗଦେଇ ଜୀବନ ତମାମ ଯିଏ ଗୁରୁଙ୍କୁ ସମ୍ମାନ ଦେଇଛି ତାର କେବେ ଅବନ୍ନତି ହୋବ ନାହିଁ ବୋଲି ମତ ଦେଇଥିଲେ  । ଅବସରପ୍ରାପ୍ତ ଶିକ୍ଷକ ମନମହୋନ ପଟ୍ଟନାୟକ ଯୋଗଦେଇ ଗୁରୁ ଦିବସର ତାପ୍ତର୍ଯ୍ୟ ସମ୍ପର୍କରେ କହିଥିଲେ ।
˜ ଛତ୍ରପୁର: ଅନସ୍ଲୋ ସରକାରୀ ହାଇସ୍କୁଲରେ ଗଞ୍ଜାମ ଜିଲ୍ଲାସ୍ତରୀୟ ଗୁରୁଦିବସ ଏବଂ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରୁସ୍କାର ପାଳିତ ହୋଇଛି  । ଏଥିରେ ଗଞ୍ଜାମ ଜିଲ୍ଲାପାଳ ଭି. କୀର୍ତ୍ତିଭାସନ୍ ମୁଖ୍ୟଅତିଥି ଭାବେ ଯୋଗଦେଇ ଶିକ୍ଷକ ସମାଜର ମେରୁଦଣ୍ଡ ଏବଂ ସମାଜ ଗଠନରେ ପ୍ରମୁଖ ଭୂମିକା ଗ୍ରହଣ କରୁଛନ୍ତି । ଗୁରୁ ଦିବସରେ ସମସ୍ତ ଗୁରୁଙ୍କୁ ଶୁଭେଚ୍ଛା ଜଣାଇବା ସହ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ଜିଲ୍ଲାର ୬୦ ଜଣ ଗୁଣାତ୍ମକ ଶିକ୍ଷା ପ୍ରଦାନ କରିଥିବା ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି  । ଅଜୟ ପାତ୍ର ଅଧ୍ୟକ୍ଷତା କରି ସଭାର ଆଭିମୁଖ୍ୟ ଆଲୋଚନା କରିଥିଲେ । ସମ୍ମାନିତଅତିଥି ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଡ. ପ୍ରଭାତୀ ମହାପାତ୍ର ଓ ବସନ୍ତ ପଣ୍ଡା ଏବଂ ପ୍ରଧାନଶିକ୍ଷୟିତ୍ରୀ ସୁଚିତ୍ରା ପାଣିଗ୍ରାହୀ, ବିଇଓ ସୁଜିତ ପାଢି ପ୍ରମୁଖ ଯୋଗ ଦେଇଥିଲେ । ପ୍ରଭାତୀ ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ ।
˜ ବୋରିଗୁମ୍ମା : ପ୍ରାଥମିକ ଶିକ୍ଷକ ସଂଘ ବୋରିଗୁମ୍ମା ଏବଂ କୁମୁଲି ମିଳିତ ଆନୁକୂଲ୍ୟରେ ୧୭ଟି କ୍ଲଷ୍ଟରରୁ ୧୭ଜଣ ଶିକ୍ଷକ, ଶିକ୍ଷୟିତ୍ରୀଙ୍କୁ ସର୍ବପଲ୍ଲୀ ଗୁରୁ ସମ୍ମାନରେ ସମ୍ମାନୀତ କରାଯାଇଥିଲା  । ଏଥିରେ ସଭାପତି ବିଜୟ ଷଡଙ୍ଗୀ, ମୁଖ୍ୟଅତିଥି ଜଗନ୍ନାଥ ସାମନ୍ତରାୟ, ମୁଖ୍ୟବକ୍ତା ସୁବାଷ ଚନ୍ଦ୍ର ମାଝୀ, ସମ୍ମାନୀତ ଅତିଥି ସିଏଚ୍ ନାଗେଶ୍ୱର ରାଓ, ମୃତୁ୍ୟଞ୍ଜୟ ପଣ୍ଡା, ପ୍ରଫୁଲ୍ଲ ନାୟକ, ମହେନ୍ଦ୍ର ଶତପଥି, ରମାକାନ୍ତ ମହାପାତ୍ର, ଅନୀଲ ଦେବତା ପ୍ରମୁଖ ମଞ୍ଚାସୀନ ଥିଲେ । ସସ୍ମିତା ରଥ ଉପସ୍ଥାପନା କରିଥିବା ବେଳେ ଏନ୍. କାମେଶ୍ୱର ରାଓ ଏବଂ ମୁନୁ ସାହୁ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ  । ବୋରିଗୁମ୍ମା ବ୍ଲକର ୧୭ କ୍ଲଷ୍ଟରରୁ ୧୭ ଜଣ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ବ୍ଲକ୍ ସ୍ତରୀୟ ଗୁରୁ ସମ୍ମାନରେ ସମ୍ମାନୀତ କରାଯାଇଥିଲା  । ତ୍ରିନାଥ ସାହୁ, ବସନ୍ତ କୁମାରୀ ପାତ୍ର, ଏମ୍ ସତ୍ୟ ନାରାୟଣ ଆଚାରୀ, ମହେନ୍ଦ୍ର ତ୍ରିପାଠୀ, ଶିବରାମ ପୂଜାରୀ, ନବୀନ ଚନ୍ଦ୍ର ନାୟକ, ରମାକାନ୍ତ ସାମନ୍ତରାୟ, ସୁବାଷିନୀ ଦାସ, ହରିକ୍ରିଷ୍ଣା ନାୟକ, ପ୍ରଦୁ୍ୟମ୍ନ ମିଶ୍ର, ରୀନା ପୂଜାରୀ, ଲବ ପେଣ୍ଠିଆ, ଘାସି ହରିଜନ, ନିତ୍ୟାନନ୍ଦ ଗୋଲରୀ, ପୂର୍ଣ୍ଣଚନ୍ଦ୍ର ଖିନବୁଡି, ଗୋବିନ୍ଦ ଗରଡା, ଉମାଶଙ୍କର ହାଲବାଙ୍କୁ ସମ୍ମାନିତ କରାଯାଇଥିଲା  । ରମାକାନ୍ତ ମହାପାତ୍ର ଧନ୍ୟବାଦ୍ ଅର୍ପଣ କରିଥିଲେ  ।
˜ ବୁଗୁଡ଼ା: ବୁଗୁଡ଼ା ଅଞ୍ଚଳର ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ଗୁରୁ ଦିବସ ପାଳିତ ହୋଇଯାଇଛି  । ଏଥିରେ ବୁଗୁଡ଼ା ବ୍ଲକ୍ ମିଳିତ ପ୍ରାଥମିକ ଶିକ୍ଷକ ସଂଘ ପକ୍ଷରୁ ବୁଦ୍ଧଖୋଲ ପାଦଦେଶସ୍ଥ କଲ୍ୟାଣ ମଣ୍ଡପ ପରିସରରେ ଶିକ୍ଷକ ପ୍ରତାପ ଖାଡଙ୍ଗାଙ୍କ ପୌରହିତ୍ୟରେ ଗୁରୁ ଦିବସ ଓ ବିଦାୟ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ ହୋଇଯାଇଛି  । ଏଥିରେ ମୁଖ୍ୟଅତିଥି ଭାବେ ମତ୍ସ୍ୟ ଓ ପଶୁସମ୍ପଦ ବିକାଶ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ, ମୁଖ୍ୟବକ୍ତା ବିଶ୍ୱ ମୋହନ ମିଶ୍ର, ସମ୍ମାନିତ ଅତିଥି ପ୍ରଭାକର ପଣ୍ଡା, କେ. ନୀଳମାଧବ ଆଚାରୀ, ମଦନ ଗୋପାଳ ଦୋରା, କେଦାର ନାଥ ମହାରଣା, କୃଷ୍ଣଚନ୍ଦ୍ର ମହାପାତ୍ର, ମଞ୍ଜୁଳା ପଣ୍ଡା ଯୋଗ ଦେଇଥିଲେ  । ୧୬ ଜଣ ଅବସରପ୍ରାପ୍ତ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ବିଦାୟ ସମ୍ବର୍ଦ୍ଧନା ଦିଆଯାଇଥିଲା  । ଶିକ୍ଷକ ଜୟନ୍ତ ପଟ୍ଟନାୟକ ଧନ୍ୟବାଦ ଅର୍ପଣ କରିଥିଲେ । ସ୍ଥାନୀୟ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ପକ୍ଷରୁ ପ୍ରଧାନ ଆଚାର୍ଯ୍ୟ ଆଟଲ୍ ଲିଙ୍ଗରାଜଙ୍କ ପୌରହିତ୍ୟରେ ଗୁରୁ ଦିବସ ପାଳନ ଉତ୍ସବରେ ଅତିଥି ଭାବେ ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ଅନନ୍ତ କର ଏବଂ ମନୋରଞ୍ଜନ ଦାଶ ଯୋଗ ଦେଇଥିଲେ  । ସ୍ଥାନୀୟ ପିପୁଲ୍ସ ହାଇସ୍କୁଲ, ବିରଞ୍ଚି ନାରାୟଣ ବାଳିକା ହାଇସ୍କୁଲ, ନିୟୁ ଏରା ପବ୍ଲିକ ସ୍କୁଲ, ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ର ସମେତ ବିଭିନ୍ନ ଶିକ୍ଷାନୁଷ୍ଠାନରେ ଗୁରୁ ଦିବସ ପାଳିତ ହୋଇଯାଇଛି  । 
˜ ଆସିକା: ଆସିକା ମିଳିତ ପ୍ରାଥମିକ ଶିକ୍ଷକ ସଂଘ ପକ୍ଷରୁ ହରିହର ହାଇସ୍କୁଲରେ ବ୍ଲକ୍ସ୍ତରୀୟ ଗୁରୁ ଦିବସ ପାଳିତ ହୋଇଛି  । ସଙ୍ଘ ସଭାପତି ସନ୍ତୋଷ ସେଠୀଙ୍କ ସଂଯୋଜନାରେ ବିଧାୟକ ସରୋଜ ପାଢ଼ୀ, ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ମିହିରକାନ୍ତ ମହାପାତ୍ର, ଜୟରାମ ନାୟକୟ, ହାଡୁବନ୍ଧୁ ମହାରଣା ଉପସ୍ଥିତ ଥିଲେ । ଏହି ଅବସରରେ ଅବସର ନେଇଥିବା ୧୮ ଜଣ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ସମ୍ମାନିତ କରାଯାଇଥିଲା  । ଏଥିରେ ସଙ୍ଘର ଉପଦେଷ୍ଟା ସିତାରାମ ପ୍ରଧାନ, ରାମନାଥ ପଟ୍ଟନାୟକ, ବିଚିତ୍ର ଦାସ, ସମ୍ପାଦକ ସରୋଜ ନାୟକ, କାର୍ଯକାରୀ ସଭାପତି ସରୋଜ ପ୍ରଧାନ, ଉପସଭାପତି ଶିବ ଶଙ୍କର ଜେନା, ରଞ୍ଜିତା ଦାସ, ଜିଲ୍ଲା ସଂଯୋଜକ ସନ୍ତୋଷ ବେହେରା, ପ୍ରଶାନ୍ତ ବେହେରା, ସତ୍ୟ ନାରାୟଣ ସେଠୀ, କୋଷାଧ୍ୟକ୍ଷ ସୁନୀଲ ମିଶ୍ର, ଯୁଗ୍ମସମ୍ପାଦକ ରାଜ ସ୍ୱାଇଁ ପ୍ରମୁଖ ସହଯୋଗ କରିଥିଲେ  । 
ହାଟପଦା ଏକ୍ସ ବୋର୍ଡ଼ ଉଚ୍ଚ ପ୍ରାଥମିକ ବାଳିକା ସ୍କୁଲରେ ନିଖିଳ ଉକôଳ ପ୍ରାଥମିକ ଶିକ୍ଷକ ସଙ୍ଘ ପକ୍ଷରୁ ଗୁରୁ ଦିବସ ପାଳିତ ହୋଇଛି  । କାର୍ଯ୍ୟକ୍ରମରେ ଶିକ୍ଷକ ସଙ୍ଘ ସଭାପତି ଶିବରାମ ଗୌଡ଼ଙ୍କ ଅଧ୍ୟକ୍ଷତାରେ ସମ୍ପାଦକ ଅର୍ଜୁନ ନାହାକ, ରାଜେଶ୍ୱର ପାତ୍ର, ସଂକର୍ଷଣ ତ୍ରିପାଠୀ, ସୁକାନ୍ତି ଲତା ମିଶ୍ର, ଅବନି ପଟ୍ଟନାୟକ ପ୍ରମୁଖ ଯୋଗଦେଇ ଗୁରୁମାନଙ୍କ କାର୍ଯ୍ୟ ଦକ୍ଷତାକୁ ଭୁୟସୀ ପ୍ରଶଂସା କରିଥିଲେ । ଅରୁ ଚରଣ ପ୍ରଧାନ, ରାଜେନ୍ଦ୍ର ପଟ୍ଟନାୟକ, ଦିଲ୍ଲୀପ ପରିଡ଼ା, ସଞ୍ଜୟ ଖଟେଇ, ତ୍ରିଲୋଚନ ଦାସ, ମହେନ୍ଦ୍ର ଭୋଇଙ୍କୁ ସମ୍ମାନୀତ କରାଯାଇଥିଲା । ଏହି ସଭାକୁ ପୂର୍ବତନ ସିଆରସି ସି. ଶୁଭେନ୍ଦୁ ଶେଖର ଜେନା ସଂଯୋଜନା କରି ଥିଲେ ।
˜ ହିଞ୍ଜିଳିକାଟୁ: ଲକ୍ଷ୍ମୀ ନୃସିଂହ କଳାମନ୍ଦିର ପକ୍ଷରୁ ଗୁରୁଦିବସ ଅବସରରେ କଳାମନ୍ଦିର ପରିସରରେ ଗୁରୁପୂଜନ ଉସôବ ପାଳିତ ହୋଇଛି  । କଳା ମନ୍ଦିର ସଭାପତି ନୃସିଂହ ପ୍ରସାଦ ପଟ୍ଟନାୟକଙ୍କ ସଂଯୋଜନାରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଗୁରୁ ଗଣେଷ ପଟ୍ଟନାୟକ ଯୋଗଦେଇଥିଲେ । ଅନ୍ୟତମ ଅତିଥି ଅନୁଷ୍ଠାନ ଉପସଭାପତି ପର୍ଶୁରାମ ସାହୁ, ସମ୍ପାଦକ ଲିଙ୍ଗରାଜ ସେନାପତି, ସହସମ୍ପାଦକ ତରଣୀ ସାହୁ, ସଙ୍ଗୀତ ଗୁରୁ ସତ୍ୟ ନାରାୟଣ ସାହୁ, ଦିଲ୍ଲିପ ବୈଠାରୁ, ସାମ୍ବାଦିକ ଦ୍ୱିତୀକୃଷ୍ଣ ପଣ୍ଡା ପ୍ରମୁଖ ମଞ୍ଚାସିନ ଥିଲେ । ଏହି ଅବସରରେ ଗାନ୍ଧର୍ବ କଳା ନିକେତନ ଗୁରୁ ଶ୍ରୀ ପଟ୍ଟନାୟକଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଗୁରୁ ମାନସ ରଥ, ସତ୍ୟ ନାରାୟଣ ସାହୁ, ଲିଙ୍ଗରାଜ ସେନାପତି, ଦିଲ୍ଲିପ ସାହୁ, ରଜନୀକାନ୍ତ ସାହୁ, ରମାକାନ୍ତ ସାହୁଙ୍କୁ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା । କାର୍ଯ୍ୟକ୍ରମକୁ ଗୁରୁ ନିରଞ୍ଜନ ସାହୁ ପରିଚାଳନା କରିଥିେ । ଶେଷରେ ସମ୍ପାଦକ ଶ୍ରୀ ସେନାପତି ଧନ୍ୟବାଦ ଅର୍ପଣ କରିଥିଲେ  ।
˜ ବୌଦ୍ଧ,୬ା୯: ଜିଲ୍ଲାସ୍ତରୀୟ ଗୁରୁଦିବସ ପାଳନ ଉତ୍ସବ ଏବଂ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ସମାରୋହ ଅନୁଷ୍ଠିତ ହୋଇଛି । ଅତିରିକ୍ତ ଜିଲ୍ଲାପାଳ ଅନିରୁଦ୍ଧ ପ୍ରଧାନଙ୍କ ସଭାପତିତ୍ୱରେ ଆୟୋଜିତ ସମାରୋହରେ ବୌଦ୍ଧ ବିଧାୟକ ସରୋଜ କୁମାର ପ୍ରଧାନ ମୁଖଅତିଥି, ସମ୍ମାନୀତଅତିଥି କନ୍ଧମାଳ ସାଂସଦଙ୍କ ପ୍ରତିନିଧି ଯୁଗଳ କିଶୋର ସାମଲ, ବୌଦ୍ଧ ବିଜ୍ଞାପିତ ଅଞ୍ଚଳ ପରିଷଦର ଅଧ୍ୟକ୍ଷ ମୃତୁ୍ୟଞ୍ଜୟ ମିଶ୍ର, ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଜ୍ୟୋତିକାନ୍ତ ସାହୁ, ଜିଲ୍ଲା ଶିକ୍ଷା ଓ ଶିକ୍ଷକ ପ୍ରତିଷ୍ଠାନର ଅଧ୍ୟକ୍ଷ ପୂର୍ଣ୍ଣାନନ୍ଦ ସିଂ ଏବଂ କାର୍ଯ୍ୟକ୍ରମର ଆବାହକ ଭାବେ ଜିଲ୍ଲା ଶିକ୍ଷା ଅଧିକାରୀ ଟେମଲାଲ ଦୁବେ ପ୍ରମୁଖ ମଞ୍ଚାସୀନ ଥିଲେ । ଅତିଥିଙ୍କ ଦ୍ୱାରା ଜିଲ୍ଲାର ମନୋନୀତ ୧୧ ଜଣ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ଟ୍ରଫି ଦେଇ ସମ୍ମାନୀତ କରାଯାଇଥିଲା । ଶିକ୍ଷକ ସନ୍ତୋଷ କର୍ଣ୍ଣ ମଞ୍ଚ ପରିଚାଳନା କରିଥିଲେ । ଶିକ୍ଷକ ପ୍ରତିଷ୍ଠାନର ଅଧ୍ୟକ୍ଷ ପୂର୍ଣ୍ଣାନନ୍ଦ ସିଂ ଧନ୍ୟବାଦ ଦେଇଥିଲେ । ଜିଲ୍ଲାର ସମସ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ, ସହଗୋଷ୍ଠୀ ଶିକ୍ଷା ଅଧିକାରୀ, ସିଆରସିସି ଓ ଶିକ୍ଷକ ଶିକ୍ଷୟିତ୍ରୀ ଉପସ୍ଥିତ ଥିଲେ ।
˜ ନୂଆପଡ଼ା: ଅଗସେନ ଭବନ ସଭା ଗୃହରେ ଖଡ଼ିଆଳ ମିଳିତ ଶିକ୍ଷକ ସଂଘ ଆନୁକଲ୍ୟରେ ଅନୁଷ୍ଠିତ ହୋଇଛି । ମିଳିତ ଶିକ୍ଷକ ସଂଘ ସଭାପତି ଯଶୋବନ୍ତ ନାରାୟଣ ପଣ୍ଡାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ମୁଖ୍ୟଅତିଥି ଭାବେ ଖଡ଼ିଆଳ ବିଧାୟକ ଅଧିରାଜ ମୋହନ ପାଣିଗ୍ରାହୀ, ସମ୍ମାନିତଅତିଥି ଜିଲ୍ଲାପାଳ ମଧୁସୂଦନ ଦାସ,ସମ୍ମାନିତ ଅତିଥି ଭାବରେ ଖଡ଼ିଆଳ ଗୋଷ୍ଠୀ ଶିକ୍ଷା ଅଧିକାରୀ କାହ୍ନୁ ଚରଣ ନାଏକ, ରାଜ୍ୟ ସରକାରଙ୍କ ପୂର୍ବତନ ରାଜ୍ୟ ବନ୍ୟଜନ୍ତୁ ସଂରକ୍ଷଣ ବିଭାଗ ସଦସ୍ୟ ଫକିର ମୋହନ ଜଗତ, ପୂର୍ବତନ ବିଜେପି ସଭାପତି ଶିବ ପ୍ରସାଦ ମୁଣ୍ଡ ଓ ମୁଖ୍ୟବକ୍ତା ଭାରତ ସରକାରଙ୍କ ପ୍ରାକ୍ତନ ଡେପୁଟିକମିଶନର ବାସୁଦେବ ସୁନାନୀ ପ୍ରମୁଖ ଯୋଗଦାନ କରି ଗୁରୁ ଦିବସ ପାଳନର ମହତ୍ତ୍ୱ ସମ୍ପର୍କରେ ମତ ରଖିଥିଲେ । ସିଆରସିସି ମିତ୍ରବାଦୀ ମଲ୍ଲିକ ସଭା ପରିଚାଳନା କରିଥିବା ବେଳେ, ସିଆରସିସି ପ୍ରଫୁଲ୍ଲ କୁମାର ବେହେରା ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ । ଏହି ଅବସରରେ ଅବସରପ୍ରାପ୍ତ ୫୬ ଜଣ ଗୁରୁଙ୍କୁ ସମର୍ଦ୍ଧିତ କରାଯାଇଥିଲା । ବ୍ଲକ ସିଆରସିସି ସଙ୍ଘ ସଭାପତି ଖଗେଶ୍ୱର ବାଗ, ସମ୍ପାଦକ ଜଗଦୀପ ଦାସ, କୋଷାଧ୍ୟକ୍ଷ ବିଶ୍ୱାମିତ୍ର ବନଛୋର,ସିଲୁ ମହାନନ୍ଦ, ଓମ ପ୍ରକାଶ ଦଣ୍ଡସେନା, ସନୁଧର ନାଗ, ଜୟନ୍ତ ପ୍ରଧାନୀ ଦେବରାଜ ମହାନ୍ତି, ନିରଞ୍ଜନ ପ୍ରମୁକ ଉପସ୍ଥିତ ଥିଲେ । ସଂଘ ସଭାପତି ଜଗଦୀପ ଦାସ ଧନ୍ୟବାଦ ଅର୍ପଣ କରିଥିଲେ ।  
˜ ଢେଙ୍କାନାଳ: ଢେଙ୍କାନାଳ ଜିଲ୍ଲା ଶିକ୍ଷା କାର୍ଯ୍ୟାଳୟ ଆନୁକୂଲ୍ୟରେ ସମ୍ମିଳନୀ କକ୍ଷରେ ଜିଲ୍ଲା ସ୍ତରୀୟ ଗୁରୁ ଦିବସ ଏବଂ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ସମାରୋହ ଅନୁଷ୍ଠିତ ହୋଇଯାଇଛି  । ଏହି ଉତ୍ସବରେ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ, ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା ବିଭାଗ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ମୁଖ୍ୟଅତିଥି ଭାବେ ଯୋଗ ଦେଇଥିଲେ  । ଜିଲ୍ଲା ଶିକ୍ଷା ଅଧିକାରୀ ବିନୀତା ସେନାପତିଙ୍କ ସଭାପତିତ୍ୱରେ ଆୟୋଜିତ ଏହି ସଭାରେ କାମାକ୍ଷାନଗରର ବିଧାୟକ ଶତୃଘ୍ନ ଜେନା, ପରଜଙ୍ଗ ବିଧାୟକ ବିଭୂତି ଭୂଷଣ ପ୍ରଧାନ, ହିନେ୍ଦାଳ ବିଧାୟିକା ସୀମାରାଣୀ ନାୟକ, ଜିଲ୍ଲା ପରିଷଦ ଅଧ୍ୟକ୍ଷା ଅର୍ଚ୍ଚନା ପୁହାଣ, ସାଂସଦଙ୍କ ପ୍ରତିନିିଧି ନରେଶ ଚନ୍ଦ୍ର ମହାପାତ୍ର, ଅତିରିକ୍ତ ଜିଲ୍ଲାପାଳ ରମେଶ ଚନ୍ଦ୍ର ସେଠୀ ସମାଜ ପ୍ରତିଷ୍ଠାରେ ଗୁରୁଙ୍କ ଅବଦାନ ସଂପର୍କରେ ମତ ଦେଇଥିଲେ  । ସରକାରଙ୍କ ଦ୍ୱାରା ମନୋନୀତ ହୋଇଥିବା ୨୦ ଜଣ ମାଧ୍ୟମିକ ଶିକ୍ଷକ, ୮ ଜଣ ପ୍ରାଥମିକ ଶିକ୍ଷକ ଏବଂ ୩ ଜଣ ସିଆରସିସିଙ୍କୁ ସମ୍ମାନିତ କରିଥିଲେ  । ବିଜ୍ଞାନ ପର୍ଯ୍ୟବେକ୍ଷକ ଲକ୍ଷ୍ମୀଧର ମହନ୍ତ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ ।
˜ ବେତନଟୀ : ଆଞ୍ଚଳିକ ଗୁରୁପୂଜନ କମିଟି ତରଫରୁ ବେତନଟୀ ଧର୍ମଶାଳାରେ ୨୦ତମ ଗୁରୁ ପୂଜନ ଅନୁଷ୍ଠିତ ହୋଇଯାଇଛି  । ବେତନଟୀ ଆଞ୍ଚଳିକ ଗୁରୁ ପୂଜନ କମିଟି ସଭାପତି ପ୍ରକାଶ ବେହେରାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସଭାରେ ବେତନଟୀ ଓ ବଡ଼ସାହି ବ୍ଳକରୁ ୧୧୫ ଜଣ ଅବସରପ୍ରାପ୍ତ ଶିକ୍ଷକ, ଶିକ୍ଷୟିତ୍ରୀ ଯୋଗ ଦେଇଥିଲେ । ସମ୍ପାଦକ ଅରୁଣ ଓତା କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ  । କମିଟି ସଦସ୍ୟ ସଚ୍ଚିଦାନନ୍ଦ ମହାନ୍ତି ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ସନ୍ତୋଷ ଖଣ୍ଡା ଓ କମଳଲୋଚନ କର ପରିଚଳନାରେ ସହଯୋଗ କରିଥିଲେ  । ଏଥିରେ ମୁଖ୍ୟଅତିଥି ଭାବେ ରଞ୍ଜନ ଗିରି ଯୋଗ ଦେଇଥିବା ବେଳେ ବିଶିଷ୍ଟ ପ୍ରବଚକ ଭାଗବତ ପଣ୍ଡା, ବଡ଼ସାହି ପୂର୍ବତନ ବିଧାୟକ ଗଣେଶ୍ୱର ପାତ୍ର, ସ୍ଥାନୀୟ ଷ୍ଟେଟ୍ବ୍ୟାଙ୍କ ମ୍ୟାନେଜର ପଙ୍କଜିନୀ ସେଠୀ, ଚୂଡ଼ାମଣି ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ  । ଅବସରପ୍ରାପ୍ତ ଶିକ୍ଷକଙ୍କ ମଧ୍ୟରୁ ହରିଶ ଚନ୍ଦ୍ର ନନ୍ଦ ଗୋସ୍ୱାମୀ, ରବୀନ୍ଦ୍ର ନାଥ ମିଶ୍ର, ବିଷ୍ଣୁ ଚରଣ ସାହୁ, ସୁମନ୍ତ ବାରିକ, କୃଷ୍ଣଚନ୍ଦ୍ର ନାୟକ, ଦେବେନ୍ଦ୍ର ନାଥ ପଣ୍ଡା, ବେତନଟୀ କଲେଜର ପୂର୍ବତନ ଅଧ୍ୟକ୍ଷା ସଂଯୁକ୍ତା ଜୀ ପ୍ରମୁଖ ଉପସ୍ଥିତ ଥିଲେ  । ଏଥିରେ ରାଜେନ୍ଦ୍ର ଜେନା ଓ ଅତୁଲ ମିଶ୍ରଙ୍କୁ ସମ୍ମାନିତ କରାଯାଇଥିବା ବେଳେ ଜୟନ୍ତ ପଟ୍ଟନାୟକ ଧନ୍ୟବାଦ ଅର୍ପଣ କରିଥିଲେ  ।
˜ ଖଣ୍ଡପଡ଼ା : ଖଣ୍ଡପଡ଼ା ବ୍ଲକ ଅଧିନ ବନମାଳିପୁର ପ୍ରଭୁ ଶ୍ରୀସୋମନାଥଦେବଙ୍କ ପଞ୍ଚୁଦୋଳ ଯାତ୍ରା ପଡ଼ିଆରେ ସାଂସ୍କୃତିକ ଓ ସାମାଜିକ ଅନୁଷ୍ଠାନ ‘ମୋ ମାଟି ଭାପୁର' ପକ୍ଷରୁ ୪ର୍ଥ ବାର୍ଷିକ "ଗୁରୁ ସାକ୍ଷାତ ପରଂବ୍ରହ୍ମ’ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି  । ଶିକ୍ଷାବିତ୍ ରବୀନ୍ଦ୍ର ନାଥ ପଟ୍ଟନାୟକଙ୍କ ପୌରୋହିତ୍ୟରେ ଆୟୋଜିତ ଏହି ସଭାରେ ଭାପୁର ବ୍ଲକ ଉପାଧ୍ୟକ୍ଷ ବେଣୁଧର ପ୍ରଧାନ ଗୁରୁମାନଙ୍କ ପାଦ ଧୋଇ ଆଶୀର୍ବାଦ କାମନା କରିଥିଲେ  । ଏଥିରେ ବିଶିଷ୍ଟ କଣ୍ଠଶିଳ୍ପୀ ପ୍ରାଣକୃଷ୍ଣ ମହାରଣା, ସବିତା ଶୁକ୍ଲା, ବାଣିକଣ୍ଠ ଶିଳ୍ପୀ ଯୁଧିଷ୍ଠିର ଖୁଣ୍ଟିଆ ପ୍ରମୁଖ ଭଜନ ପରିବେଷଣ କରିଥିବା ବେଳେ ଛାତ୍ରୀ ବଂଶୀକା ସାଇକୃପା ଓଡ଼ିଶୀ ନୃତ୍ୟ ପରିବେଶଣ କରିଥିଲେ  । ଅଂଶୁମାନ ଜେନା କାର୍ଯ୍ୟକ୍ରମରେ ସଂଯୋଜନା କରିବା ସହ ଅତିଥି ପରିଚୟ ପ୍ରଦାନ କରିଥିଲେ । ଅନୁଷ୍ଠାନ ପକ୍ଷରୁ ମୁଦ୍ରିତ ‘ବୁଝୁ ନ ବୁଝୁ ପଢ଼ ଗୀତା' ପୁସ୍ତକ ଲୋକାର୍ପିତ ହୋଇଥିଲା  । ସ୍ୱତନ୍ତ୍ର ଅତିଥି ଭାବେ ପୂର୍ବତନ ଅର୍ଥମନ୍ତ୍ରୀ ପ୍ରଫୁଲ୍ଲ ଚନ୍ଦ୍ର ଘଡ଼ାଇ, ସମ୍ମାନିତ ଅତିଥି ସିଦ୍ଧାର୍ଥ ଶେଖର ସିଂହ ମର୍ଦ୍ଦରାଜ, ଜିତେନ୍ଦ୍ର ନାରାୟଣ ଦାଶ, ଡ. ପବିତ୍ର ସୁବୁଦ୍ଧି, ଡ. ଗଣେଶ୍ୱର ସ୍ୱାଇଁ, ଡ. ମୃତ୍ୟଞ୍ଜୟ ରଥ, ପ୍ରଫୁଲ୍ଲ ମହାନ୍ତି, ଉପମା ବେହେରା, ରାମେଶ୍ୱର ଶତପଥୀ, ଯୁଗଳ କିଶୋର ସାହୁ ପ୍ରମୁଖ ଯୋଗ ଦେଇଥିଲେ  । ସମଗ୍ର ଖଣ୍ଡପଡ଼ା ନିର୍ବାଚନମଣ୍ଡଳୀରୁ ୨ ହଜାରରୁ ଉଦ୍ଧ୍ୱର୍ କାର୍ଯ୍ୟରତ ଓ ଅବସରପ୍ରାପ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । ମୋ ମାଟି ଭାପୁର ଅନୁଷ୍ଠାନର ସଦସ୍ୟଙ୍କ ସମେତ ଖଣ୍ଡପଡ଼ା ଓ ଭାପୁର ବ୍ଲକର ଜନପ୍ରତିନିଧିମାନେ କାର୍ଯ୍ୟକ୍ରମ ସହଯୋଗ କରିଥିଲେ  । 
˜ ସାଲେପୁର: ଟାଙ୍ଗୀ-ସାଲେପୁର ଶିକ୍ଷାମଣ୍ଡଳ ପକ୍ଷରୁ ଗୁରୁ ପ୍ରତିଭା ସମ୍ମାନ ସମାରୋହ ସାଲେପୁର ହାଇସ୍କୁଲ ଅଡିଟୋରିୟମ୍ ହଲରେ ଅନୁଷ୍ଠିତ ହୋଇଯାଇଛି  । ଏଥିରେ ସାଲେପୁର ବିଧାୟକ ପ୍ରଶାନ୍ତ ବେହେରା ମୁଖ୍ୟଅତିଥି ଭାବେ ଯୋଗ ଦେଇଥିଲେ । ପୂର୍ବତନ ଶିକ୍ଷାମଣ୍ଡଳ ଅଧିକାରୀ ଜଗବନ୍ଧୁ ଶତପଥୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ସଭାରେ ବିଶିଷ୍ଟ ଅତିଥି ଭାବେ ସାଲେପୁର ବ୍ଲକ୍ ଅଧ୍ୟକ୍ଷା ରାମଚନ୍ଦ୍ର ଭୋଇ, ମୁଖ୍ୟବକ୍ତା ଲକ୍ଷେହୀରା ଲାବଣ୍ୟବତୀ ବେହେରା, ସମ୍ମାନିତ ଅତିଥି ଅତିରିକ୍ତ ମଣ୍ଡଳ ଶିକ୍ଷାଧିକାରୀ ପ୍ରଭାତ  ନାୟକ, ଫିରୋଜ ଅହମ୍ମଦ ଖାଁ, ରଞ୍ଜନ ସାମଲ, ଅନନ୍ତ ଚରଣ ପ୍ରଧାନ, ବରିଷ୍ଠ ଅବସରପ୍ରାପ୍ତ ଶିକ୍ଷକ ଗୌତମ ମହାରଣା, ରଜନୀକାନ୍ତ ଦାଶ, ବିଷ୍ଣୁଚରଣ ମିଶ୍ର ପ୍ରମୁଖ ଯୋଗ ଦେଇ ବହୁ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ଗୁରୁ ପ୍ରତିଭା ସମ୍ମାନରେ ସମ୍ମାନିତ କରିଥିଲେ  । ପ୍ରାଥମିକ ଶିକ୍ଷକ ସଂଘର ସଭାପତି ଜ୍ୟାକି ଅମିନ୍ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ଗୌରଚରଣ ଭୂୟାଁ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ  । ଏହି ଅବସରରେ ଟାଙ୍ଗୀ-ସାଲେପୁର ନିର୍ବାଚନ ମଣ୍ଡଳୀରୁ ୮୦ଜଣ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ଗୁରୁ ପ୍ରତିଭା ସମ୍ମାନରେ ସମ୍ମାନିତ କରାଯାଇଥିଲା । ଦିବଙ୍ଗତ ଶିକ୍ଷକ ଅସଲମ ରସିଦ୍, ଶିକ୍ଷୟିତ୍ରୀ ସସ୍ମିତା ସ୍ୱାଇଁଙ୍କ ଉଦେ୍ଦଶ୍ୟରେ ୨ମିନିଟ୍ ନିରବ ପ୍ରାର୍ଥନା କରାଯାଇଥିଲା ।  
˜ ସାରସକଣା : "ଜାଗ ମୟୂରଭଞ୍ଜ ଜାଗ’ ତରଫରୁ ଗୁରୁ ପୂଜନ ଓ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ ହୋଇଛି  । ସଭାପତି ଅରୁଣ ବେହେରାଙ୍କ ସଭାପତିତ୍ୱରେ ଲାୟନ୍ସ କ୍ଳବ୍ ଠାରେ ଅନୁଷ୍ଠିତ ସଭାରେ ମୁଖ୍ୟଅତିଥି ବାରିପଦା ପୌରପରିଷଦ ନଗରପାଳ କୃଷ୍ଣାନନ୍ଦ ମହାନ୍ତି ଯୋଗ ଦେଇଥିଲେ  । ମୁଖ୍ୟବକ୍ତା ଭାବେ ଉପଜିଲ୍ଲାପାଳ ଡ. ଦୟାସିନ୍ଧୁ ପରିଡ଼ା, ସମ୍ମାନିତ ଅତିଥି ପୂର୍ବତନ ଜିଲ୍ଲା ଶିକ୍ଷା ଅଧିକାରୀ ହିମାଂଶୁ ଶେଖର ଦାସ  ଓ ପୂର୍ବତନ ବ୍ଲକ ଶିକ୍ଷା ଅଧିକାରୀ ସୁଦର୍ଶନ ପଣ୍ଡା ଉପସ୍ଥିତ ଥିଲେ  । ଡ଼. ଶଶୀଧର ବିଶ୍ୱାଳ ସ୍ୱାଗତ ଭାଷଣ ଦେବା ସହ ସଭା କାର୍ଯ୍ୟ ପରିଚାଳନା କରିଥିଲେ  । ଏଥିରେ ଜିଲ୍ଲାର ୮୦ ଜଣ ଅବସରପ୍ରାପ୍ତ ଶିକ୍ଷକ/ଶିକ୍ଷୟିତ୍ରୀଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା  । ଅବସରପ୍ରାପ୍ତ ଶିକ୍ଷକ ବଳରାମ ନାଥ ଧନ୍ୟବାଦ ଅର୍ପଣ କରିଥିଲେ  । ସଙ୍ଗଠନର ତାପସ୍ୱିନୀ ରଣା ସଭାର ନେତୃତ୍ୱ ନେଇଥିବା ବେଳେ ଶକୁନ୍ତଳା ନାୟକ, ଲିପିକା ନାୟକ, ସାବିତ୍ରୀ ସିଂ ପ୍ରମୁଖ ସହଯୋଗ କରିଥିଲେ  ।  
˜ ରାଇରଙ୍ଗପୁର : ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ଠାରେ ଗୁରୁ ଦିବସ ସହିତ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି  । ଏଥିରେ ମୁଖ୍ୟଅତିଥି ଭାବେ ବିଦ୍ୟାଳୟର ପ୍ରଥମ ସମ୍ପାଦକ ମାନନୀୟ ପ୍ରଦୀପ ପଟ୍ଟନାୟକ ଯୋଗ ଦେଇଥିଲେ  । ତିମିର ରଞ୍ଜନ ପଣ୍ଡା, ସୁଶ୍ରୀ ବୀଣା ରାମ ଏବଂ ବିଦ୍ୟାଳୟର ପ୍ରଧାନ ଆଚାର୍ଯ୍ୟ କେଦାର ନାଥ ବାରିକ ଏଥିରେ ସହଯୋଗ କରିଥିଲେ  । ବିଦ୍ୟାଳୟ ତରଫରୁ ପ୍ରଦୀପ ପଟ୍ଟନାୟକ, ତିମିର ରଞ୍ଜନ ପଣ୍ଡା ଏବଂ ସୁଶ୍ରୀ ବୀଣା ରାମଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା  । ବିଦ୍ୟାଳୟର ଉପସଭାପତିଧିରେନ ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ  । 
˜ ବ୍ରହ୍ମପୁର : କଳା ଓ କଳାକାର ହିତୈଷୀ ମହାମଞ୍ଚ "ନିଖିଳ ଓଡ଼ିଶା ବରିଷ୍ଠ କଳାକାର ମହାସଂଘ’ ତରଫରୁ ଗୁରୁ ଦିବସ ସ୍ଥାନୀୟ ଅନୁଷ୍ଠିତ ହୋଇଯାଇଛି  । କଳାପ୍ରାଣ କୈଳାସ ପାଣିଗ୍ରାହୀ କାର୍ଯ୍ୟକ୍ରମକୁ ଉଦ୍ଘାଟନ କରିବା ପରେ ଅଗଝୋଳ, ରାତ୍ନେଶ୍ୱର ନାଟ୍ୟ ସଂସଦ ପ୍ରଯୋଜିତ ଲୋକ ନାଟକ "ଭାରତ ଲୀଳା’ ପ୍ରଦର୍ଶିତ ହୋଇଥିଲା  । ମହାସଂଘ ସଭାପତି ସୀମାନ୍ତ ନଟରାଜ ଡ. ତିରୁପତି ସାହୁଙ୍କ ଅଧ୍ୟକ୍ଷତାରେ ନାଟ୍ୟକାର ସୁରେନ୍ଦ୍ର ଜେନା ମୂଖ୍ୟଅତିଥି, ଲୋକକଳା ଗବେଷକ ଡ. ବାୟାମନୁ ଚର୍ଚ୍ଚି ମୁଖ୍ୟବକ୍ତା ଓ ସମ୍ମାନିତଅତିଥି ନାଟ୍ୟଭୁଷଣ ଇନ୍ଦ୍ରମଣି ବାରିକ, ନାଟ୍ୟଶ୍ରୀ ଫାଉଣ୍ଡେସନ ଅଧ୍ୟକ୍ଷ ଭବାନୀ ଶଙ୍କର ମିଶ୍ର, ନାଟ୍ୟ ନିଦେ୍ର୍ଦଶକ ଅଭୟ ଦାସ, ଶାଶ୍ୱତି ପ୍ରଗତିଶୀଳ ନାଟ୍ୟ ସଂସ୍ଥା ସଭାପତି ରାମଚନ୍ଦ୍ର ସାମଲ, ବାଲାଜୀ ସାମନ୍ତରା, ଅନିଲ ପାତ୍ର ପ୍ରମୁଖ ଯୋଗ ଦେଇଥିଲେ  । କାର୍ଯ୍ୟକାରୀ ସଭାପତି ଡ. ବିଜୟ ଚନ୍ଦ୍ର ମହାରଣା ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ସୁବାସ ଚନ୍ଦ୍ର ସାହୁ ସ୍ୱାଗତ ଭାଷଣ ଦେଇଥିଲେ  । ଏଥିରେ ଲୋକକଳା ଗୁରୁ ସର୍ବଶ୍ରୀ ଡ. ବିଜୟ ଚନ୍ଦ୍ର ମହାରଣା, ନାଟ୍ୟକାର ଅଭୟ ଦାସ, ଶ୍ରୀକାନ୍ତ ବାଗ ଯାଦବ, ସୀମାଞ୍ଚଳ ନାହାକ, କର୍ଣ୍ଣ ଗଉଡ଼, ଶ୍ରୀନିବାସ ବେହେରା, ଦାଶରଥୀ ଶବର, ଲମ୍ବୋଦର ଜମିଦାର, ସୀତାରାମ ସେଠ, କିଶୋର ପଟେଲ, ଭାସ୍କର ସାମନ୍ତରା, ମଧୁସୂଦନ ମହାପାତ୍ର, ଘନଶ୍ୟାମ ଦାସ, ଯଦୁମଣି ଗୌଡ଼, ପୂର୍ଣ୍ଣ ଚନ୍ଦ୍ର ଗୌଡ଼, ନିରଞ୍ଜନ ସାହୁ, ଚନ୍ଦ୍ରଭାନୁ ନାୟକ, ସନ୍ତୋଷ ଜେନା, ବୃନ୍ଦାବନ କହଁର ପ୍ରମୁଖଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ନାଟ୍ୟସୂର୍ଯ୍ୟ ଦେବେନ୍ଦ୍ର ପ୍ରସାଦ ଶର୍ମା ଧନ୍ୟବାଦ ଅର୍ପଣ କରିଥିଲେ  । 
˜ ତାଳଚେର : ତାଳଚେର ଉପଖଣ୍ଡର ପ୍ରତ୍ୟେକ ଶିକ୍ଷାନୁଷ୍ଠାନ, ବିଦ୍ୟାଳୟ, ମହାବିଦ୍ୟାଳୟ ଗୁଡ଼ିକରେ ଗୁରୁଦିବସ ପାଳିତ ହୋଇଯାଇଛି  । କମଳମତୀ ଛାତ୍ରଛାତ୍ରୀଙ୍କ ଠାରୁ ଆରମ୍ଭ କରି ମହାବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ପର୍ଯ୍ୟନ୍ତ ସମସ୍ତଙ୍କ ମୁହଁରେ ଗୁରୁଙ୍କ ସ୍ନେହ, ଶ୍ରଦ୍ଧା ଓ ଆଚରଣ ସମ୍ପର୍କରେ ଏକ ପ୍ରକାର ଉଜ୍ଜିବୀତ ମହକର ବାସ୍ନା ଆସୁଥିଲା  । ସକାଳୁ ଛାତ୍ରଛାତ୍ରୀମାନେ ନିତ୍ୟକର୍ମ ସାରି ବିଦ୍ୟାଳୟ, ମହାବିଦ୍ୟାଳୟକୁ ଯିବା ସହିତ ଗୁରୁଙ୍କ ପାଦଧରି ନତମସ୍ତକ ହୋଇ ପ୍ରଣାମ ଓ ଗୁରୁକୃପା ଆଶିର୍ବାଦ ଶ୍ରେୟ କରିଥିଲେ  । ତେଣୁ ଏହି ପରିପ୍ରେକ୍ଷୀରେ ଗୁରୁମାନେ ପ୍ରକାଶ କରିଥିଲେ କି, ବିଦ୍ୟା ଅଟଇ ମହାଧନ, ଏହା ଜୀବନଶୈଳୀକୁ ବଦଳାଇଥାଏ, ବଂଚିବାର ରାହା ପ୍ରଦାନ କରିଥାଏ ବୋଲି ଶିକ୍ଷକମାନେ ଏହା ପ୍ରକାଶ କରିଥିଲେ  ।
˜କେନ୍ଦ୍ରାପଡ଼ା: ଜିଲ୍ଲା ସ୍ତରୀୟ ଗୁରୁ ଦିବସ ଓ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପ୍ରଦାନ ସମାରୋହ ଇଛାପୁର ହାଇସ୍ୁଲ ଠାରେ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ଶିକ୍ଷା ଅଧିକାରୀ ପବିତ୍ର ମୋହନ ବାରିକ ଏଥିରେ ଅଧ୍ୟକ୍ଷତା କରିଥିବା ବେଳେ ଜିଲ୍ଲାପାଳ ରଘୁରାମ ଆର ଆୟର ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ମୁଖ୍ୟ ଅତିଥି ଜିଲ୍ଲପାଳ ଶ୍ରୀ ଆୟାର ବକ୍ତବ୍ୟ ପ୍ରଦାନ କରିି ଉତ୍ତମ ଶିକ୍ଷକ ଭାବରେ ଉତ୍ତମ ଛାତ୍ରଛାତ୍ରୀ ନିର୍ମାଣ କରିପାରିଲେ ଗୁରୁ ଦିବସର ସାର୍ଥକତା ପ୍ରତିପାଦ ହୋଇପାରିବ ବୋଲି କହିବା ସହ ପ୍ରତ୍ୟେକ ଶିକ୍ଷକ ୫ ଜଣ କୃତି ଶିକ୍ଷକ ସୃଷ୍ଟି କରିବା ପାଇଁ ପ୍ରେରଣା ଦେବାକୁ ଆହ୍ୱାନ ଦେଇଥିଲେ । କେନ୍ଦ୍ରାପଡା ସ୍ୱୟଂ ଶାସିତ କଲେଜ ପ୍ରାକ୍ତନ ଅଧ୍ୟକ୍ଷ ପ୍ରଫେସର ନନ୍ଦ କିଶୋର ପରିଡା ମୁଖ୍ୟବକ୍ତା ଭାବେ ଯୋଗ ଦେଇଥିଲେ । ସମ୍ମାନିତଅତିଥି ଭାବେ ବାଲିଆ ସ୍ଥିତ ପ୍ରଶିକ୍ଷଣ ପ୍ରତିଷ୍ଠାନର ଅଧ୍ୟକ୍ଷା ସୁଲୋଚନା ଦେହୁରି, ସହକାରୀ ଜିଲ୍ଲା ଶିକ୍ଷା ଅଧିକାରୀ ଦିପ୍ତିମୟୀ ନାୟକ, ଶୁଭସ୍ମିତା ତ୍ରିପାଠୀ, ବ୍ଲକ ଶିକ୍ଷା ଅଧିକାରୀ ନାରାୟଣ ଚନ୍ଦ୍ର ମନ୍ତ୍ରୀ ଓ ଇଛାପୁର ହାଇସ୍କୁଲର ପ୍ରଧାନ ଶିକ୍ଷୟିତ୍ରୀ ବିଣାପାଣି ଦାସ ପ୍ରମୁଖ ଯୋଗ ଦେଇଥିଲେ । ଏହି ଅବସରରେ ୩୨ ଜଣ ମାଧ୍ୟମିକ ଶିକ୍ଷକ, ୮ ଜଣ ପ୍ରାଥମିକ ଶିକ୍ଷକ ଓ ମାର୍ଶାଘାଇ ସିଆରସିସିଙ୍କୁ ମୁଖ୍ୟ ଅତିଥି ଉତ୍ତରୀୟ ମାନପତ୍ର, ପ୍ରମାଣପତ୍ର ଫଳକ ଓ ପୁଷ୍ପଗୁଚ୍ଛ ପ୍ରଦାନ କରି ସମ୍ମାନିତ କରିଥିଲେ ।
˜ ରାଜନଗର: ଜରିମୂଳ ପ୍ରାଥମିକ ବିଦ୍ୟାଳୟରେ କୃଷ୍ଣଚନ୍ଦ୍ର ସାହିତ୍ୟ ସଂସଦ ପକ୍ଷରୁ ପ୍ରତିଭା ସମ୍ବର୍ଦ୍ଧନା ସମାରୋହ ଅନୁଷ୍ଠିତ ହୋଇଛି । ଗୁରୁଦିବସରେ କୃଷ୍ଣଚନ୍ଦ୍ର ସାହିତ୍ୟ ସଂସଦ ପକ୍ଷରୁ ବିଞ୍ଝାରପୁର ମଣ୍ଡଳ ଶିକ୍ଷାଧିକାରୀ ସୁବାଷ ଚନ୍ଦ୍ର ବିଶ୍ୱାଳ ଙ୍କୁ "ବାରଗାଁ ଗୈାରବ ସମ୍ମାନ’ ଓ ଖ୍ୟାତନାମା ଓଡ଼ିଶୀ ନୃତ୍ୟଶିଳ୍ପୀ ତଥା ରାଜନଗର ଥାନା ଏଏସଆଇ ସଞ୍ଜିତ କୁମାର ନାୟକଙ୍କୁ "ଓଡ଼ିଶୀ ନୃତ୍ୟଶିଳ୍ପୀ ସମ୍ମାନ’ ପ୍ରଦାନ କରାଯାଇଛି  । ସାହିତ୍ୟ ସଂସଦର ସଭାପତି ଆଇନଜୀବୀ ଧୀରେନ୍ଦ୍ରନାଥ ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଉସôବରେ ମୁଖ୍ୟ ଅତିଥି ଭାବେ ବିଶିଷ୍ଟ ଶିକ୍ଷାବିତ୍ ବିଜୟ କୁମାର ରାଉତ ଖ୍ୟାତନାମା ଓଡ଼ିଶୀ ନୃତ୍ୟଶିଳ୍ପୀ ଶ୍ରୀ ନାୟକଙ୍କୁ ସର୍ବଗୁଣସମ୍ପନ୍ନ ପ୍ରତିଭା ବୋଲି ଅଭିହିତ କରିଥିଲେ  । କାରଣ ଶ୍ରୀ ନାୟକ ଏକାଧାରାରେ ଜଣେ ଚିତ୍ରକର, ଓଡ଼ିଶୀ ନୃତ୍ୟଶିଳ୍ପୀ,ସୁପ୍ରସିଦ୍ଧ ମାଦଳ ଓ ଘୁମୁରା ବାଦକ,କଣ୍ଢେଇ ଲୋକକଳାର ଅନନ୍ୟ ନିଦେ୍ର୍ଦର୍ଶକ ସହିତ ପୁଲିସ୍ ଏଏସଆଇ କାର୍ଯ୍ୟ ଜାରିରଖିଥିବାରୁ ତାଙ୍କର ଭୂୟସୀ ପ୍ରଶଂସା କରିଥିଲେ । ମୁଖ୍ୟବକ୍ତା ଭାବେ ସାହିତ୍ୟିକ ସୀତାକାନ୍ତ ରାଉଳ, ବରେଣ୍ୟ ଅତିଥି ଭାବେ ସାମ୍ୱାଦିକ ଜଗନ୍ନାଥ ଦାସ ପ୍ରତିଭାଙ୍କ ପ୍ରତିଭାକୁ ଲୋକଲୋଚନକୁ ଆଣିବା ପାଇଁ କୃଷ୍ଣଚନ୍ଦ୍ର ସାହିତ୍ୟ ସଂସଦ ଯେଉଁ ଉଦ୍ୟମ ଜାରିରଖୁଛି ତାକୁ ସାବାସି ଦେଇଥିଲେ  । ଅନ୍ୟମାନଙ୍କ ମଧ୍ୟରେ ସଂସଦର ଉପସଭାପତି ତଥା ଅବସରପ୍ରାପ୍ତ ଶିକ୍ଷାବିତ୍ ରଙ୍ଗାଧର ଜେନା ଓ ଓଳାଭର ମହାବିଦ୍ୟାଳୟର ଯୁବ ଅଧ୍ୟାପକ ରତିକାନ୍ତ ଲେଙ୍କା, ବିଦ୍ୟାଳୟର ପ୍ରଧାନଶିକ୍ଷୟତ୍ରୀ ଆଶାଲତା ରାଉତ,ସହକାରୀ ଶିକ୍ଷୟତ୍ରୀ ନମିତା ପ୍ରଧାନ, ସନ୍ଧ୍ୟାରାଣୀ ସ୍ୱାଇଁ ଦୁଇ ପ୍ରତିଭାଙ୍କ ପ୍ରତିଭାକୁ ଭୂୟସୀ ପ୍ରଶଂସା କରିଥିଲେ ।