ପ୍ରଦୂଷଣ ବଳୟରେ ଝାରସୁଗୁଡା, ପ୍ରଶାସନର ନିଦ ଭାଙ୍ଗୁନି
ଝାରସୁଗୁଡା ଜିଲ୍ଲା ସାରା ଦେଶରେ ଶିଳ୍ପ ଜିଲ୍ଳା ଭାବେ ବେଶ ପରିଚିତ । ଜିଲ୍ଳାରେ ଉପଯୁକ୍ତ କଞ୍ଚାମାଲ,କୋଇଲା, ପରିବହନ ବ୍ୟବସ୍ଥା ଓ ପାଣିର ବ୍ୟବସ୍ଥା ଉପଲବ୍ଧ ଥିବାରୁ ଶିଳ୍ପ ପ୍ରତିଷ୍ଠାନ ଗଢି ଉଠିବାରେ ଲାଗିଛି । ସେହିପରି ସମ୍ବଲପୁର ଜିଲ୍ଲାର ଖିଣ୍ଡା ତଥା ଝାରସୁଗୁଡା ଲଖନପୁର ବ୍ଲକ ରେ କୋଇଲା ପ୍ରଚୁର ପରିମାଣରେ ରହିଥିବାରୁ ସରକାର ବହୁ ଗୁଡିଏ ବହୁ ରାଷ୍ଟ୍ରୀୟ କମ୍ପାନୀ ଗୁଡ଼ିକୁ କୋଲ ବ୍ଲକ ଆବଣ୍ଟନ କରିଛନ୍ତି । କିନ୍ତୁ ସରକାରଙ୍କ ପ୍ରଦୂଷଣ ନିୟମ ଠିକସେ ପାଳନ କରୁନଥିବାରୁ ଏଠାରେ ପ୍ରଦୂଷଣର ମାତ୍ରା ବଢିବାରେ ଳାଗିଛି । ଏଠାରେ ଏବେ ବେଦାନ୍ତ ଆଲୁମିନା, ଏସମସି ପାୱାର ଜେନେରେସନ, ଏଲ.ଏନ ମେଟାଲିକ୍ସ, ଓଡ଼ିଶା ମେଟାଲିକ୍ସ, ଜୟ ହନୁମାନ, ଫୋର୍ଟିସ କେମିକାଲସ, ଟାଟା ରିଫ୍ରାକ୍ଟ୍ରି, ଓପିଜିସି, ଏମସିଏଲ, ଜେ ଏସ ଡବ୍ଲୁ , ଉକôଳ ଭାରତ ଏନର୍ଜି ଲିମିଟେଡ଼ ଭଳି ବଡ ବଡ ଶିଳ୍ପ ବଢିଉଠିଛି । ଏଥିସହ ଆଗାମୀ ଦିନରେ ଏନଏଲସି ପାୱାର ପ୍ଲାଣ୍ଟ, ଆକ୍ସନ ଇସ୍ପାତ ସେମାନଙ୍କ ର କାରଖାନା ଗଢିବା ପାଇଁ ଜମି ଅଧିଗ୍ରହଣ ଆରମ୍ଭ ହୋଇଯାଇଛି । କିନ୍ତୁ ପ୍ରଶାସନ ଏବେଂ ଜିଲ୍ଲା ପ୍ରଦୂଷଣ ବୋର୍ଡ କମ୍ପାନୀ ସହିତ ଯେଭଳି ନିୟମ କାନୁନ ରହିଛି ତାହା ପାଳନ କରୁନଥିବାରୁ ଏହି ଅଞ୍ଚଳରୁ ବାହାରୁଥିବା ବିଷାକ୍ତ ପାଉଁଶ ଏଣେତେଣେ ପକାଉ ଥିବାରୁ ପ୍ରଦୂଷଣ ବଢୁଥିବା ଅଭିଯୋଗ ହୋଇଛି । ଯାହାଦ୍ୱାରା ଏହି ଅଞ୍ଚଳରେ ଥିବା ଜମି,ଜଲ ପ୍ରଦୂଷିତ ହେବା ସହ ଲୋକେ ଶ୍ୱାସ ଜନିତ ରୋଗରେ ପଡୁଥିବା ଏବଂ ଅଞ୍ଚଳରେ ଥିବା ଗଛ ଗୁଡିକ ପୋଡି ନଷ୍ଟ ହେଉଥିବା ଅଭିଯୋଗ ହୋଇଛି । ସାମନ୍ୟ ପବନ ବହିଲେ ଉକ୍ତ ପାଉଁଶ ଗୁଡିକ ଉଡ଼ି ଘର ଭିତରେ ପଶିବା ସହ ଘର ଛାତ ଉପରେ ପଡି ଏକ ମୋଟା ଆସ୍ତରଣ ସୃଷ୍ଟି ହୋଇଥିବା ଦେଖାଯାଉଛି ।
ଏହାକୁ ନେଇ ବିଭିନ୍ନ ସମୟରେ ଝାରସୁଗୁଡା ଜିଲ୍ଲାର ପରିବେଶବିତ ବିଭିନ୍ନ ଫୋରମ ରେ ଏହାକୁ ପ୍ରତିବାଦ କରିବା ସହିତ ରାଜ୍ୟ ପରିବେଶ ନିୟନ୍ତ୍ରଣ ବିଭାଗ, କେନ୍ଦ୍ର ପ୍ରଦୂଷଣ ବିଭାଗ ତଥା ଗ୍ରୀନ ଟ୍ରିବୁ୍ୟନାଲ ରେ ମଧ୍ୟ ଅଭିଯୋଗ କରିଥିବାର ନଜିର ରହିଛି । ବେଦାନ୍ତ ର ବିଷାକ୍ତ ପାଉଁଶ କୁ ନେଇ ବରଗଡ଼ ସାଂସଦ ପ୍ରଦୀପ ପୁରୋହିତ ସଂସଦ ରେ ପ୍ରଶ୍ନ କରି କମ୍ପାନୀ ଗୁଡିକ ବିରୁଦ୍ଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଜଙ୍ଗଲ ତଥା ପରିବେଶ ମନ୍ତ୍ରୀ ଙ୍କୁ ଏକ ଲିଖିତ ଅଭିଯୋଗ କରିଥିଲେ । ବାରମ୍ବାର ସ୍ଥାନୀୟ ନାଗରିକ ମାନେ ଏହାକୁ ନେଇ ପ୍ରତିବାଦ କରିଥିଲେ ମଧ୍ୟ ପ୍ରଶାସନ ତରଫରୁ କୌଣସି ଆଖି ଦୃଶିଆ ପଦକ୍ଷେପ ଗ୍ରହଣ କରାଯାଉନାହିଁ । ଯାହାକୁ ନେଇ ବୁଦ୍ଧିଜୀବୀ ମହଲ ରେ ତିବ୍ରବିରୋଧ କରିବା ସହଏସରକାର ଏଦଗରେ ଦୃଷ୍ଟି ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି ହେଉଛି ।