କାର୍ଯ୍ୟରତ କନେଷ୍ଟବଳଙ୍କ ବିୟୋଗ
ସିଂହପୁର : ବିଞ୍ଝାରପୁର ବ୍ଲକ ଅରେଇ ପଞ୍ଚାୟତର କାହ୍ନୁଚରଣ ମଲ୍ଲିକ (୩୩ )ଙ୍କ ବିୟୋଗ ହୋଇଯାଇଛି । ଖବର ମୁତାବକ ସ୍ୱର୍ଗତ କାହ୍ନୁଚରଣ ଦଶରଥପୁର ଥାନାରେ କନେଷ୍ଟବଳ ଭାବରେ କାର୍ଯ୍ୟରତ ଥିଲେ । ସେଠାରେ ସେ ଅସୁସ୍ଥ ହେବା ପରେ ପରିବାର ଲୋକ ତାଙ୍କୁ କଟକ ଏସିବିରେ ଭର୍ତ୍ତି କରିଥିଲେ । କଟକ ଡାକ୍ତର ଖାନାରେ ଚିକିତ୍ସା ଅବସ୍ଥାରେ ସୋମବାର ତାଙ୍କର ଦେହାନ୍ତ ହୋଇଥିଲା । ତାଙ୍କର ଦେହାନ୍ତ ପରେ ମର ଶରୀରକୁ ବାସଭବନଙ୍କୁ ଅଣାଯାଇଥିବା ବେଳେ ଦଶରଥପୁର ଥାନାର କର୍ମଚାରୀ ପହଁଞ୍ଚାଇବା ସହ ବିଞ୍ଝାରପୁର ଥାନା ଏବଂ ଜରୀ ଫାଣ୍ଡିର କାର୍ଯ୍ୟରତ ପୁଲିସ କନେଷ୍ଟବଳ ସ୍ୱର୍ଗତ କାହ୍ନୁଚରଣଙ୍କ ଶେଷ ଦର୍ଶନ କରିବା ପରେ ନିଜ ଗାଁର ଶ୍ମଶାନରେ ଶେଷକୃତ ସମ୍ପନ୍ନ ହୋଇଥିଲା । ଅନ୍ୟ ପକ୍ଷରେ କାହ୍ନୁଚରଣଙ୍କ ମୃତୁ୍ୟରେ ବିଧବା ମା , ପନôୀ ଏବଂ ଷଷ୍ଠ ଶ୍ରେଣୀରେ ପାଠପଢୁ ଥିବା ଏକ ମାତ୍ର ପୁତ୍ର ସମୂର୍ଣ୍ଣ ଅସହାୟ ହୋଇପଡ଼ିଛନ୍ତି ।