ଗୁହାଳ ଭାଙ୍ଗିବାକୁ ଉଦ୍ୟମ, ଥାନାରେ ଅଭିଯୋଗ 

 କାକଟପୁର : ଅସ୍ତରଙ୍ଗ ବ୍ଲକ କୋରଣା ପଞ୍ଚାୟତ ନମାରୋ ପଦାସାହିରେ ଜିତନ ଭୋଇ ନାମକ ଜଣେ ବ୍ୟକ୍ତିଙ୍କ ଗୁହାଳ ଚାଳ କିଛି ଲୋକ ଓଟାରିବା ଉଦ୍ୟମ କରି ବିଫଳ ହୋଇଥିବାକୁ ନେଇ ଜିତନ ଭୋଇ ଥାନାରେ ଲିଖିତ ଅଭିଯୋଗ ହୋଇଛି । ସୂଚନା ମୁତାବକ ଉକ୍ତ ବ୍ୟକ୍ତିଙ୍କ ଗୁହାଳ ଦୁଆର ମୁହଁରେ ତାଙ୍କ ଗାଈ ବନ୍ଧା ହୁଅନ୍ତି ଆଉ ଗୁହାଳ ଭିତରେ ଛେଳି ରୁହନ୍ତି । ଗତ ରାତ୍ର ୧. ୩୫ ରେ ବାହାରକୁ ଆସିଥିବା ବେଳେ, ଗାଈ ଜୋରେ ବୋବାଇଲେ, ସନେ୍ଦହ ଉପୁଜିବାରୁ ପରିବାର ଲୋକ ଗୁହାଳ ପର୍ଯ୍ୟନ୍ତ ଯାଇ ଦେଖନ୍ତି ୨ ଜଣ ବ୍ୟକ୍ତି ଦୌଡି ପଳାଇଯାଉଛନ୍ତି । ଉକ୍ତ ବ୍ୟକ୍ତି ସେହି ଗ୍ରାମର ଜାଣି ଆଜି ଅସ୍ତରଙ୍ଗ ଥାନାରେ ଜିତନ ଭୋଇ ତାଙ୍କ ପରିବାର ସହ ଆସି ଶିବ ନାୟକ ଓ ରବି ବିଶ୍ୱାଳ ନାମକ ୨ ବ୍ୟକ୍ତିଙ୍କ ବିରୁଦ୍ଧରେ ଏତଲା କରିଛନ୍ତି । କିଛି ରାଜନୈତିକ ଶତ୍ରୁତାରୁ ବାରମ୍ବାର ଏହି ପରିବାରକୁ ଧମକ ଚମକ ମିଳିବା ସହିତ ତାଙ୍କ ସାମାଜିକ ଜୀବନକୁ ପ୍ରଭାବିତ କରାଯାଉଛି ବୋଲି ଅଭିଯୋଗକାରୀ ଦର୍ଶାଇଛନ୍ତି । ସେଥିପାଇଁ ଅସ୍ତରଙ୍ଗ ଥାନାରେ ଲିଖିତ ଅଭିଯୋଗ କରିବାକୁ ଆସି ନ୍ୟାୟ ପାଇଁ ନିବେଦନ କରିଛନ୍ତି  ।