କର୍ମୀଙ୍କ ଆଗ ପଛରେ ମଦ ଓ ଟଙ୍କାର ବନ୍ୟା!
ବ୍ରହ୍ମପୁର : ଗଞ୍ଜାମ ଜିଲ୍ଲାର ଆସିକା ସଂସଦୀୟ କ୍ଷେତ୍ର ଏବେ ମଦ ମାଫିଆଙ୍କ କବ୍ଚାକୁ ·ଲିଯାଇଥିବା ନେଇ ଚର୍ଚ୍ଚା ଜୋର ଧରିଛି । ଏବେ ଠାରୁ ନେତା ଆଗେ ଆଗେ ମଦ ଟଙ୍କା ପଛେ ·ଲିଥିବା ଚର୍ଚ୍ଚା ହେଉଛି । ଗୋଦି ମିଡ଼ିଆକୁ ହାତ ବାରିଶି କରି ଏହି ନେତା ଜଣକ ନିର୍ବାଚନ ଆଚରଣ ବିରୋଧି କାର୍ଯ୍ୟ କରୁଥିବା ବିରୋଧୀଙ୍କ ମଧ୍ୟରେ ଆଲୋଚନା ହେଉଛି । ଏହି ନିର୍ବାଚନକୁ କଳ ବଳ କୌଶଳ ଅଲମ୍ବନ କରି କଳା ଟଙ୍କା ଓ ମଦ ଦେଇ ଜିତିବା ପାଇଁ କୁଆଡ଼େ ବ୍ଲୁପ୍ରିଣ୍ଟ ପ୍ରସ୍ତୁତ ହୋଇଥିବା ନେଇ ଚର୍ଚ୍ଚା ହେଉଛି । ମାଳ ମାଳ ହୋଇ ଗାଡ଼ି ଆସିକା ଅଞ୍ଚଳକୁ ବାହାରିଲେ ତା ପଛରେ ଅପରାଧ ତତ୍ତ୍ୱମାନେ ପେଟ୍ରୋଲିଙ୍ଗ କରିବା ଭଳି ଆଗ ପଛ ହୋଇ ଆସୁଥିବା ଚର୍ଚ୍ଚା ହେଉଛି । ପ୍ର·ର ବେଳେ ସମସ୍ତ ରାଜନୈତିକ ଦଳମାନଙ୍କ ଯାନବାହାନ ଯାଞ୍ଚ କରିବା ଫଳରେ ମାଫିଆମାନଙ୍କ ଭୋଟର ପ୍ରତି ଭୟ ନ ହୋଇ ସାଧାରଣ ନିର୍ବାଚନ ମୁକ୍ତ ଓ ଅବାଧ ହେବ ବୋଲି ବୁଦ୍ଧିଜୀବୀ ମହଲରେ ଆଲୋଚନା ହେଉଛି । ନ ହେଲେ ମଦ ଓ କଳା ଟଙ୍କା ବଳରେ ଏ ନିର୍ବାଚନରେ ମାଫିଆଙ୍କ ରାଜ ବଢ଼ିଯିବା ନେଇ ସମ୍ଭାବନା ରହିଛି । ସୂଚନା ଥାଉକି ଗଞ୍ଜାମ ଜିଲ୍ଲାରେ ଖରାର ତାତି ଠାରୁ ବଳି ଗଲାଣି ନିର୍ବାଚନ ତାତି । କବିସୂର୍ଯ୍ୟନଗର ଓ ହିିଞ୍ଜିଳିରେ ଦେଖା ଯାଇଛି ଗୋଷ୍ଠୀ କନ୍ଦଳ ଓ ହତ୍ୟା ପରି ହୃଦୟ ବିଦାରକ ଦୃଶ୍ୟ । ଆଗାମୀ ଦିନରେ ଆସିକା ସାଂସଦୀୟ କ୍ଷେତ୍ର ଏହାଠାରୁ ବଳି ଯିବା ସମ୍ଭାବନା ଅଧିକ ବୋଲି ସାଧାରଣରେ ଚର୍ଚ୍ଚା ହେଲାଣି । ଲୋକେ ଭୟର ବାତାବରଣରେ ରହୁଥିବା ଖବର ମିଳୁଛି । ଅଞ୍ଚଳର ପୁଲିସ୍ ପ୍ରଶାସନ ଚେଇଁ ସୋଇଛି କହିଲେ କିଛି ଭୁଲ ହେବ ନାହିଁ, ବାରମ୍ବାର ବିଭିନ୍ନ ଗଣ ମାଧ୍ୟମରେ ଖବର ପ୍ରକାଶ ପାଉଛି ଖଲ୍ଲିକୋଟ, ପୋଲସରା, କବିସୂର୍ଯ୍ୟନଗର, ଆସିକା ନିର୍ବାଚନ କ୍ଷେତ୍ର ଅତି ସ୍ପର୍ଶ କାତର ଅଞ୍ଚଳ, ତଥାପି ପୁଲିସର ନିଦ ଭାଙ୍ଗୁନି । ଯାହାକି ଗତ କାଲି ଘଟିଥିବା ଘଟଣା ଏହାର ନଗ୍ନ ଚିତ୍ର ଦେଖିବାକୁ ମିଳିଥିଲା । ଅଞ୍ଚଳରେ ଥିବା ମଦ ବ୍ୟବସାୟୀଙ୍କ ହାତରେ ନିର୍ବାଚନର ଡୋରି କିଛି ଗୋଦି ମିଡ଼ିଆଙ୍କୁ ହାତ ବାରିସୀ କରି ନିଜର କଳା କାରନାମାକୁ ଲୁ·ଇବାକୁ ଚେଷ୍ଟା ·ଲେଇଥିବା ବି ଅଭିଯୋଗ ଆସୁଛି । ପୁଲିସ୍ ଓ ଜିଲ୍ଲା ପ୍ରଶାସନର ଟିକ୍ନିକ୍ଷ ଖବର ସେମାନଙ୍କ ଗତିବିଧି ବିଷୟରେ ଜାଣିବା ପାଇଁ ଗୋଦି ମିଡ଼ିଆର ସହଯୋଗ ଏମାନଙ୍କ ଉଦେଶ୍ୟ ମାତ୍ର । ସେ ଯାହାବି ହେଉ ଏହି ମଦ ଓ ଟଙ୍କା କବଳରୁ ନିରୀହ ଭୋଟରମାନଙ୍କୁ କେବଳ ପ୍ରଶାସନ ହିଁ ରକ୍ଷା କଲେ ଏକ ସୁନ୍ଦର ନିର୍ବାଚନ ହୋଇପାରିବ ବୋଲି ବୁଦ୍ଧିଜୀବୀ ମତ ରଖିଛନ୍ତି ।