ମନ ମୋହୁଛି ବଡିବିଲଡର ଗଣେଶ 


ାା ପ୍ରଭାନ୍ୟଜ୍ ।ା ବ୍ରହ୍ମବରଦା : ଅଗ୍ରପୂଜ୍ୟ ବିଘ୍ନ ବିନାଶକ ତଥା ବିଦ୍ୟା ଓ ବୁଦ୍ଧିର ପ୍ରତୀକ ଶ୍ରୀ ଗଣେଶ ମହାପ୍ରଭୁଙ୍କ ପୂଜ୍ୟପୂଜା ଉସôବ ରସୁଲପୁର ବ୍ଲକ ବ୍ରହ୍ମବରଦା ପଞ୍ଚାୟତର ବିଭିନ୍ନ ପୂଜା ମଣ୍ଡପରେ ମହାସମାରୋହରେ ପାଳିତ ହୋଇଯାଇଛି । ଏହି ଅବସରରେ ସାରା ଗ୍ରାମ ଏବେ ଉସôବ ମୁଖର ହୋଇ ଉଠିଛି । ପ୍ରତ୍ୟେକ ପୂଜା ମଣ୍ଡପ ଏବେ ବିଭିନ୍ନ ପ୍ରକାରର ଆକର୍ଷଣୀୟ ରଙ୍ଗିନ ଆଲୋକ ମାଳାରେ  ଝଟକୁଛି  ।  ଗଣେଶ ମହାପ୍ରଭୁଙ୍କ ଦର୍ଶନ ନିମିତ୍ତ ସବୁ ପୂଜା ମଣ୍ଡପରେ ଶ୍ରଦ୍ଧାଳୁ ମାନଙ୍କ ଭିଡ ଜମୁଥିବା ଦେଖିବାକୁ  ମିଳିଛି । ଏହି କ୍ରମରେ ପଞ୍ଚାୟତ ଅଧିନ ବେଲଗୁଡି ଗ୍ରାମର ବାବାମଣି ୟୁଥ ଆସୋସିଏସନ ପକ୍ଷରୁ ପୂଜା ପାଉଥିବା ଗଜାନନ ମହାପ୍ରଭୁଙ୍କ ଶକ୍ତି ସ୍ୱରୂପ ବଡିବିଲଡର ବେଶ ଶ୍ରଦ୍ଧାଳୁଙ୍କ ମନ ମୋହୁଛି । ସେହିପରି ବରଦା ସାହିସ୍ଥିତ ମା ମଙ୍ଗଳା ପୂଜା ମଣ୍ଡପରେ ଗଣେଶ ମହାପ୍ରଭୁଙ୍କ ୧୪ ଫୁଟ ଉଚ୍ଚତା ବିଶିଷ୍ଟ ବିଶାଳ ମୂର୍ତ୍ତି ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟି ଥିବା ବେଳେ ଢିଅସାହି , ଛେନାଖିଆପାଟଣା, କିଶୋର କ୍ଲବ , ନୂଆକୂଳ ଆଦି ଗ୍ରାମ ମାନଙ୍କରେ ଥିବା  ବିଭିନ୍ନ ପୂଜା ମଣ୍ଡପରେ ଗଜାନନ ମହାପ୍ରଭୁ ପୂଜା ପାଉଛନ୍ତି ।