ଅନୁକୂଳଚନ୍ଦ୍ରଙ୍କ ଆବିର୍ଭାବ ଦିବସ 

 ଧର୍ମଶାଳା:   ସତସଙ୍ଗ ବିହାର ଜାରକା ଆନୁକୂଲ୍ୟରେ ଜାରକା ଠାରେ ଠାକୁର ଶ୍ରୀ ଶ୍ରୀ ଅନୁକୁଳଚନ୍ଦ୍ରଙ୍କ୧୩୮ତମ ଅବିର୍ଭାବ ଉତ୍ସବ ପାଳିତ ହୋଇଯାଇଛି । ସକାଳ ୭.୫ ମି ଶୁଭ ଆବିର୍ଭାବ ଲଗ୍ନ ଘୋଷଣା ସହିତ ଶଙ୍ଖ, ହୁଳାହୁଳି, ବନେ୍ଦ ପୁରୁଷୋତମ ଧ୍ୱନିରେ ମନ୍ଦିର ପରିବେଶ ପ୍ରକମ୍ପିତ ହୋଇଥିଲା । ଅପରାହ୍ନ ୪ ଘଟିକାରେ ମା'ମାନଙ୍କ ଦ୍ୱାରା ମାତୃ ସମ୍ମିଳନୀ ଆୟୋଜନ କରାଯାଇ ଠାକୁରଙ୍କର ମୁଖ ନିଃସୃତ ପବିତ୍ର ନାରୀର ନୀତି ଗ୍ରନ୍ଥ ପାଠ କରାଯାଇ ଶୃଙ୍ଖଳିତ ସମାଜ ପାଇଁ ନାରୀର ଭୂମିକା ଉପରେ ଆଲୋଚନା କରାଯାଇଥିଲା । ସନ୍ଦ୍ୟା  ବିନତୀ ପ୍ରାର୍ଥନା ପରେ କଣ୍ଠଶିଳ୍ପୀଙ୍କ ଦ୍ୱାରା ସଂଗୀତାଞ୍ଜଳୀ କାର୍ଯ୍ୟକର୍ମ କରାଯାଇ ଶ୍ରୀ ଶ୍ରୀ ଠାକୁରଙ୍କର ସତସଙ୍ଗ ଆୟୋଜନ କରାଯାଇଥିଲା । ସତସଙ୍ଗକୁ ଋତିକ୍ ନାରାୟଣ ଚନ୍ଦ୍ର ମହାନ୍ତି ଦ୍ୱାରା ପରିଚାଳିତ କାର୍ଯ୍ୟକ୍ରମରେ ସତସଙ୍ଗ ବିହାରର ସଭପତି ଋତିକ୍ ରାମଚନ୍ଦ୍ର ସାହୁ ପ୍ରାରମ୍ଭିକ ସୂଚନା ଓ ଅତିଥି ପରିଚୟ ପ୍ରଦାନ କରିଥିଲେ । ମୁଖ୍ୟବକ୍ତା ଭାବରେ ରିତିକ୍ ପ୍ରମୋଦ କୁମାର ଶତପଥୀ ଠାକୁରଙ୍କର ଭାବଧାରା ଉପରେ ଆଲୋଚନା ରଖିବା ସହିତ ସତସଙ୍ଗ ହେଉଛି ମଣିଷ ତିଆରୀ କାରଖାନା ବିଶୃଙ୍ଖଳିତ ମଣିଷ ସମାଜକୁ ବଞ୍ଚିବା ପାଇଁ ରାହା ଦେଖାଏ, ଠାକୁରଙ୍କୁ ଗ୍ରହଣ କରି ତାଙ୍କର ହସ୍ତ ଲିଖିତ, ମୁଖ ନିଃସୃତ ବାଣୀକୁ ଅନୁସରଣ କରି ଚାଲିଲେ ମଣିଷ ସୁଖ ଶାନ୍ତି ସମୃଦ୍ଧିରେ ବଞ୍ଚି ପାରିବ ବୋଲି ମତବ୍ୟକ୍ତ କରିଥିଲେ । କାର୍ଯ୍ୟକ୍ରମକୁ ଋତିକ ରମେଶ ଚନ୍ଦ୍ର ଜେନା, ଋତିକ ଅଭିରାମ ଜେନା, ନାରଣ ଚନ୍ଦ୍ର ସାମଲ, ସମ୍ପାଦକ ଦୁର୍ଯେ୍ୟାଧନ ମହାନ୍ତି, କାର୍ତିକ ଚନ୍ଦ୍ର ସ୍ୱାଇଁ, କୁଳମଣି ସାମଲ, ଅଜୟ କୁମାର ନାଥ,  ପ୍ରଦୀପ୍ତ କୁମାର ବରାଳଙ୍କ ସହ ଗୁରୁଭାଇ ଗୁରୁମା ସହଯୋଗ କରିଥିଲେ ।