ରଥଯାତ୍ରା ପ୍ରସ୍ତୁତି ବୈଠକ

 ଯାଜପୁର ସଦର : ଯାଜପୁର ରଥଯାତ୍ରାର ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି । ଅତିଥି ଭାବେ ଯାଜପୁର ତହସିଲଦାର ରବିନ୍ଦ୍ର ପାଢ଼ୀ, ଯାଜପୁର ଟାଉନ୍ ଥାନା ଅଧିକାରୀ ଶରତ ଚନ୍ଦ୍ର ପାତ୍ର, ଅତିରିକ୍ତ ତହସିଲଦାର  ଅଜୟ ପଣ୍ଡା, ତହସିଲ ବଡ଼ବାବୁ ଅକ୍ଷୟ ଦାସ, ଡିଆଇପିଆରଓ କାମିନୀ ରଞ୍ଜନ ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ରହି ଯାଜପୁର ସହରରେ ଥିବା ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ଘୋଷଯାତ୍ରା କିପରି ସୁରକ୍ଷିତ ଓ ଶାନ୍ତି ଶୃଙ୍ଖଳାର ସହିତ ସମାପନ କରାଯିବ,ସେ ପରିପ୍ରେକ୍ଷୀରେ ଏକ ସର୍ବ ମଣ୍ଡଳୀ ବୈଠକ ପ୍ରସ୍ତୁତି ହୋଇଛି । ଏଥିରେ ଯାଜପୁରର ସମସ୍ତ ଜନସାଧାରଣ, ବିଭିନ୍ନ ସ୍ୱେଛାସେବୀ ସଂଗଠନର କର୍ମକର୍ତା ଓ ବୃଦ୍ଧିଜୀବ ଯୋଗ ଦେଇଥିଲେ । ଯାଜପୁର ସହରରେ ରଥଯାତ୍ରାର ପରଦିନ ରଥଟଣା ହୋଇଥିବା ବେଳେ, ବାହୁଡାÿ ବିଜେ ଯାତ୍ରା ମଧ୍ୟ ପ୍ରତିବର୍ଷ ଭଳି ଏବର୍ଷ ମଧ୍ୟ ଆଡମ୍ବରରେ ପାଳିତ ହେବ ବୋଲି ଟ୍ରଷ୍ଟ ବୋର୍ଡର ଅଧ୍ୟକ୍ଷ ରବିନ୍ଦ୍ର ପାଢ଼ୀ କହିଛନ୍ତି ।