ଅବହେଳିତ ଅବସ୍ଥାରେ ଜଗନ୍ନାଥ ଦାସଙ୍କ ପୀଠ ପୂଜିତ ମୂର୍ତ୍ତି ମୁହଁରେ ଦାଗ
ବ୍ରହ୍ମଗିରି: ବ୍ରହ୍ମଗିରି ବ୍ଲକ ଅନ୍ତର୍ଗତ କପିଳେଶ୍ୱରପୁର ଶାସନରେ ୧୪୯୦ ଖୀଷ୍ଟାବ୍ଦ ଭାଦ୍ରବ ମାସ ଶୁକ୍ଳ ପକ୍ଷର ଅଷ୍ଟମୀ ଅନୁରାଦ୍ଧା ନକ୍ଷେତ୍ର ଅତିବଡୀ ଜଗନ୍ନାଥ ଦାସଙ୍କ ଜନ୍ମ । ସେ ତାଙ୍କ ପିତାଙ୍କ ନିକଟ ରେ ଅମରକୋଷ, ଅଭିଧାନ ଏବଂ ବର୍ଦ୍ଧମାନ ନାମକ ଦୁଇଟି ସଂସ୍କୃତ ବ୍ୟାକରଣ ସଂପୂର୍ଣ୍ଣ ମନେ ରହିଥିଲେ । ନିକଟତମ ବ୍ରାହ୍ମଣ ଶାସନକୁ ପ୍ରତିଦିନ ଯାଇ ଯଦୁବେଦ, ସାମବେଦର ସଂହିତା ମାନ ଅଧୟନ ଓ କଣ୍ଠସ୍ଥ କରିଥିଲେ । ତାପରେ ରାମାୟଣ, ମହାଭାରତ, ଧର୍ମ ଶାସ୍ତ୍ର ପଢିବା ପରେ ଭାଗବତ ଅଧ୍ୟୟନ କରୁଥିବାରୁ ଭାଗବତ ପ୍ରତି ତାଙ୍କର ଆଗ୍ରହ ଥିଲା । ପରେ ମା’ଙ୍କ ଭାଗବତ ଶୁଣିବା ଇଛାକୁ ପୂରଣ କରିବା ପାଇଁ ସଂସ୍କୃତ ଭାଗବତକୁ ନବାକ୍ଷରୀ ବୃତରେ ରଚନା କରିବା ସହ ଅନ୍ୟାନ୍ୟ ଭକ୍ତି ଗ୍ରନ୍ଥ ଶ୍ରୀ ସତସଙ୍ଗ, ଶ୍ରୀମଦ ଭଗବତ, ଜଗନ୍ନାଥ କରିକ, ଗଜ ନିସ୍ତରଣ(୬), ପାଷାଣ୍ଡ ଦଳନ( ୬) ତୁଳାଭିଣା (ଗଦ୍ୟ), ନିଳାଦ୍ରି ଶତକମ(୮)ଗୁଣ୍ଡିଚା ବିଜେ, ଉଷା ହରଣ, ହାତୀ ଝୁଲରେ(୯)ଅନେକ ରଚନାବଳୀ ଆଦୃତ ହୋଇଥିଲା । ତତ୍ ସହିତ ପୁରୀର ବଡ ଓଡିଆ ମଠର ପ୍ରତିଷ୍ଠାତା ଥିଲେ । ତକôାଳୀନ ମୁଖ୍ୟମନ୍ତ୍ରୀ ହରେକୃଷ୍ଣ ମହତାବ ଉକ୍ତ ଗ୍ରାମରେ ଯାଗାଟିଏ ଠିକ୍ କରି ଅତିବଡୀ ଜଗନ୍ନାଥ ଦାସ ଜନ୍ମ ପୀଠର ପରିଚୟ ଦେଇଥିଲେ । ସେଠାରେ ଏକ ଘର ନିର୍ମାଣ ସହ ପ୍ରତିମୂର୍ତ୍ତିଟିଏ ପୂଜା ପାଇଥିଲା । ଆଜି କିନ୍ତୁ ସେ ପ୍ରତିମୂର୍ତ୍ତିଟି କ୍ଷତାକ୍ତ । ଗାଲ ପାଖରେ ଭଙ୍ଗା ଦାଗ ସହ ପ୍ରତିମୂର୍ତ୍ତିଟି ନିଃସହାୟ ଅବସ୍ଥାରେ ଥିବାର ନଜର ରହିଛି । କ୍ଷତାକ୍ତ ପ୍ରତିମୂର୍ତ୍ତି ପୂଜା ପାଇବା କ’ଣ ଠିକ? ପ୍ରଶାସନିକ ଅଧିକାରୀଙ୍କ ଏ ପୀଠ ପ୍ରତି ଅଣଦେଖା କାହିଁକି । ବୁଦ୍ଧିଜୀବୀ କୁହନ୍ତି ଓଡିଆ ଜାତିର ସମ୍ମାନ, କବି, ମହାପୁରୁଷଙ୍କ ସମ୍ମାନରେ ନୂତନ ପ୍ରତିମୂର୍ତ୍ତିଟିଏ ଜଗନ୍ନାଥ ଦାସଙ୍କ ଲିଖିତ ସମସ୍ତ ଗ୍ରନ୍ଥାବଳୀର ଏକ ପାଠାଗାର, ସୌନ୍ଦର୍ଯ୍ୟକରଣ ଏବଂ ସରକାରୀସ୍ତରରେ ପୀଠର ପ୍ରଚାର କରାଯିବାର କାର୍ଯ୍ୟକ୍ରମ ଆରମ୍ଭ ହେଲେ ଏହା ଏକ ପର୍ଯ୍ୟଟନ ଯାଗା ରୂପେ ପରିଚିତ ହୁଅନ୍ତା । ତତ୍ ସହିତ ପ୍ରତିଦିନ ପୂଜାପାଠ ବ୍ୟବସ୍ଥା ହବା ଦରକାର ବୋଲି ଅଞ୍ଚଳବାସୀ କହିଛନ୍ତି । ଦୁଇ ଦିନ ତଳେ ପାଳନ କରାଯାଇଥିବା ଜନ୍ମବାର୍ଷିକ ଉତ୍ସବରେ ଉପସ୍ଥିତ ଜନପ୍ରତିନିଧି ଆଗାମୀ ଦିନରେ ଏହି ପୀଠର ଉନ୍ନୟନ କାର୍ଯ୍ୟ ନିଶ୍ଚିତ ପ୍ରତିଶ୍ରୁତି ଦିଆଯାଇ ଥିବାର ଖବର ରହିଛି । ଦେଖାଯାଉ କେବେ ଏ ସବୁ କାର୍ଯ୍ୟକ୍ରମ ଫଳପ୍ରଦ ହେଉଛି ।