ଗୋ ବଂଶର ସୁରକ୍ଷା ନେଇ ଶୋଭାଯାତ୍ରା
।ା ପ୍ରଭାନୁ୍ୟଜ ।ା ଅନୁଗୁଳ: ଅନୁଗୁଳ ଜିଲ୍ଲା ହିନ୍ଦୁ ସୁରକ୍ଷା ମଞ୍ଚ ପକ୍ଷରୁ ଗୋବଂଶର ସୁରକ୍ଷା ଓ ବାଂଲାଦେଶୀ ଅନୁପ୍ରବେଶକାରୀମାନଙ୍କୁ ଓଡିଶାରୁ ହଟାଓ ଦାବିରେ ଏକ ବିଶାଳ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି । ଦୁଇ ହଜାରରୁ ଉର୍ଦ୍ଧ୍ୱ ଲୋକଙ୍କୁ ନେଇ ଅନୁଗୁଳ ଜଗନ୍ନାଥ ମନ୍ଦିର ସମ୍ମୁଖରୁ ଏହି ଶୋଭାଯାତ୍ରା ବାହାରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପହଞ୍ଚô ମୁଖ୍ୟମନ୍ତ୍ରୀଙ୍କ ଉଦେ୍ଦଶ୍ୟରେ ଏକ ଦାବିପତ୍ର ପ୍ରଦାନ କରାଯାଇଥିଲା । ଗୋବଂଶର ସୁରକ୍ଷା ଓ ବାଂଲାଦେଶୀ ଅନୁପ୍ରବେଶକାରୀମାନଙ୍କୁ ଚିହ୍ନଟ କରି ସ୍ୱଦେଶ ପ୍ରତ୍ୟାବର୍ତ୍ତନ ପାଇଁ କଠୋର ପଦକ୍ଷେପ ଗ୍ରହଣ କରିବା ଓ ଧର୍ମାନ୍ତରୀକରଣ ବନ୍ଦ କରିବା ଇତ୍ୟାଦି ଦାବିରେ ଏହି ଶୋଭଯାତ୍ରା ହୋଇଥିଲା । ଅନୁଗୁଳ ଜିଲ୍ଲାର ହିନ୍ଦୁ ସୁରକ୍ଷା ମଞ୍ଚର ଆବାହକତ୍ୱରେ ବିଶ୍ୱକର୍ମା ଘରୋଇ ଠିକାଦାର ସଂଘ, ବିଭିନ୍ନ ହିନ୍ଦୁ ସଂଗଠନ ଓ ସାମାଜିକ ସଂଗଠନ ମାନଙ୍କ ନେତୃତ୍ୱରେ ଗୋବଂଶ ଓ ହିନ୍ଦୁମାନଙ୍କର ସୁରକ୍ଷା ଓ ହିନ୍ଦୁ ଧର୍ମର ସୁରକ୍ଷା ନିମନ୍ତେ ହିନ୍ଦୁ ସୁରକ୍ଷା ପଦଯାତ୍ରା ମାଧ୍ୟମରେ ସରକାର ତଥା ପ୍ରଶାସନର ଦୃଷ୍ଟି ଆକର୍ଷଣ କରାଯାଇଥିଲା । ଏଥିସହିତ ଚୋରା ଗୋଚାଲଣ ଓ ବେଆଇନ ଗୋ ହତ୍ୟାକୁ ବନ୍ଦ କରିବା ସହ ଗୋବଂଶର ସୁରକ୍ଷା ପାଇଁ ଥିବା ଆଇନକୁ କଡ଼ାକଡ଼ି ଲାଗୁ କରି ଦୋଷୀଙ୍କ ବିରୁଦ୍ଧରେ ଦୃଷ୍ଟାନ୍ତ ମୂଳକ କାର୍ଯ୍ୟନୁଷ୍ଠାନ ନିଆଯାଉ, ଶିଳ୍ପାଞ୍ଚଳ ଗୁଡ଼ିକରେ ବୁଲା ଗୋମାତାମାନଙ୍କ ପାଇଁ ଗୋଶାଳା ବାଧ୍ୟତାମୂଳକ କରାଯାଉ ଏବଂ ଗୋରୁଗାଈ ସବୁ ରାସ୍ତା ଉପରେ ଶୋଇ ରହୁଥିବା କାରଣରୁ ଉଭୟ ମନୁଷ୍ୟ ଓ ଗୋରୁ ଗାଈମାନେ ଦୁର୍ଘଟଣାର ଶିକାର ହେଉଛନ୍ତି । ଏଣୁ ସେ ବାବଦରେ କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯାଉ ବୋଲି ଦାବି କରାଯାଇଥିଲା । ସେହିପରି ଅନୁଗୁଳ ଜିଲ୍ଲାରେ ବାଂଲାଦେଶୀ ଅନୁପ୍ରବେଶକାରୀମାନଙ୍କ ଯୋଗୁଁ ଅତ୍ୟାଚାର, ଚୋରି, ରାହାଜାନି, ଧର୍ମାନ୍ତରିକରଣ, କୁର୍କମ ଓ ବେଆଇନ ଭାବେ ହିନ୍ଦୁ ବିଧବା ମହିଳା ଓ ଗରିବ ଝିଅମାନଙ୍କୁ ବିବାହିତ ପୁରୁଷମାନେ ଏକାଧିକ ପନôୀ ଗ୍ରହଣ କରୁଥିବାରୁ ଏହାକୁ ପ୍ରତିବାଦ କରାଯାଇ ସେମାନଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠା ଗ୍ରହଣ କରାଯାଉ, ବାଂଲାଦେଶୀ ଅନୁପ୍ରବେଶକାରୀମାନେ ଆମ ଦେଶରେ ବ୍ୟବସାୟ ମାଧ୍ୟମରେ ଅର୍ଥ ଉପାର୍ଜନ କରିବା ସତ୍ତ୍ୱେ ତାଙ୍କ ଦେଶରେ ହିନ୍ଦୁମାନଙ୍କୁ ହତ୍ୟା, ପାଶବିକ ଅତ୍ୟାଚାର କରୁଛନ୍ତି । ବାଂଲାଦେଶରେ ହିନ୍ଦୁମାନଙ୍କୁ ସୁରକ୍ଷା ଦେବା ନିମନ୍ତେ ସରକାର ପଦକ୍ଷେପ ଗ୍ରହଣ କରନ୍ତୁ, ହିନ୍ଦୁ ଧର୍ମ ସୁରକ୍ଷା ପାଇଁ ଥିବା ଆଇନକୁ ଲାଗୁ କରାଯିବା ଓ ଭାରତକୁ ହିନ୍ଦୁ ରାଷ୍ଟ୍ରଭାବେ ଘୋଷଣା କରାଯାଉ ବୋଲି ମଧ୍ୟ ଦାବି ଉପସ୍ଥାପନ କରାଯାଇଛି । ସର୍ବୋପରି ଜାତି ଧର୍ମ ବର୍ଣ୍ଣ ନିର୍ବିଶେଷରେ ବା ଏସବୁ କ୍ଷେତ୍ରରେ ଗୋଟିଏ ଦେଶ ଗୋଟିଏ ଆଇନ୍ ଲାଗୁ କରାଯାଉ ବୋଲି ଦାବି କରିଥିଲେ । ଫଳରେ ସନ୍ତୁଳନ ରକ୍ଷା ହୋଇପାରିବ । ଗତ ସ୍ୱାଧୀନତା ଦିବସ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଘୋଷିତ ଧର୍ମ ନିରପେକ୍ଷ ନାଗରିକ ସଂହିତା ଲାଗୁ ହେବାକୁ ମଞ୍ଚ ସମର୍ଥନ ଜଣାଇଛି । ଉପରୋକ୍ତ ଦାବି ଗୁଡ଼ିକୁ ପୂରଣ କରାଗଲେ ଗୋବଂଶ ଓ ହିନ୍ଦୁ ଧର୍ମ ସୁରକ୍ଷିତ ହୋଇପାରିବ ବୋଲି ହିନ୍ଦୁ ସୁରକ୍ଷା ମଞ୍ଚ ଦାବି ଉପସ୍ଥାପନ କରିଛି ।