କାର ବାଇକ ଧକ୍କା : ଜଣେ ମୃତ ତିନି ଆହତ
କୋଷାଗୁମୁଡା : ନବରଙ୍ଗପୁର ଜିଲା କୋଷାଗୁମୁଡା ଠାରେ ଶନିବାର ସନ୍ଧ୍ୟା ସମୟରେ ଆଦର୍ଶ ବିଦ୍ୟାଳୟ ନିକଟ ମୁଖ୍ୟ ରାସ୍ତା ଠାରେ କାର ଓ ବାଇକ ମୁହାଁ ମୁହିଁ ଧକ୍କା ହେବାଫଳରେ ଜଣେ ମୃତ ହୋଇଥିବା ବେଳେ ତିନି ଜଣ ଆହତ ହୋଇଥିବା ଜଣାପଡିଛିା । ମୃତ ବ୍ୟକ୍ତି ଜଣକ ଯଦୁ ଭାତ୍ର(୨୦), କୋଣ୍ଡାପୁରିର ହୋଇଥିବା ବେଳେ ତାଙ୍କ ସହ ବାଇକରେ ଥିବା କୌଶଲ୍ୟା ଭାତ୍ର (୧୯) ଓ ଡୋଲା ଭାତ୍ର (୧୮)ଙ୍କ ସହ କାର ଚାଲାକ ରାହୁଲ ବଜ୍ଜଜ (୨୬)ଙ୍କୁ ଜିଲ୍ଲା ମୁଖ୍ୟ ଚିକିସôାଳୟକୁ ସ୍ଥାନାନ୍ତର କରାଯାଇଥିବା ସ୍ଥାନୀୟ ଗୋଷ୍ଟି ସ୍ୱାସ୍ଥ୍ୟ କେନ୍ଦ୍ର ଡ଼ . ଆଦିତ୍ୟ ବେହେରା କହିଛନ୍ତି । ଘଟଣା ସ୍ଥଳରେ ପୁଲିସ ତଦନ୍ତ କରୁଥିବା ବେଳେ, ଖବର ଲେଖିବା ପର୍ଯ୍ୟନ୍ତ କୌଣସି ଲିଖିତ ଅଭିଯୋଗ ହୋଇନଥିବା ଜଣା ପଡିଛି ।