ରଘୁନାଥ ମୁର୍ମୁଙ୍କ ଜୟନ୍ତୀ ଓ ଏକାଙ୍କିକା ପ୍ରତିଯୋଗୀତା ସମାରୋହ : ଦେଶ ଗଠନରେ ସାନ୍ତାଳୀ ସଂପ୍ରଦାୟଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ: ସାଂସଦ
କେନ୍ଦୁଝର : ଅଲଚିକି ଭାଷାର ସ୍ରଷ୍ଟା ପଣ୍ଡିତ ରଘୁନାଥ ମୁର୍ମୁଙ୍କ ୧୨୦ତମ ଜନ୍ମ ଜୟନ୍ତୀ ଅବସରରେ କେନ୍ଦୁଝର ସଦର ବ୍ଲକ ଅନ୍ତର୍ଗତ କଣ୍ଡରାପୋଶି ପଞ୍ଚାୟତ ସିଲିସୁଆଁ ଗ୍ରାମରେ ୨୫ତମ ବାର୍ଷିକ ସମାରୋହ ପାଳିତ ହୋଇଛି ।ଏହି ଅବସରରେ ଏକାଙ୍କିକା ପ୍ରତିଯୋଗୀତା ଉଦଯାପିତ ହୋଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ କେନ୍ଦୁଝର ସାଂସଦ ଅନନ୍ତ ଚରଣ ନାୟକ ଯୋଗ ଦେଇ ସାନ୍ତାଳୀ ସଂପ୍ରଦାୟଙ୍କ ଦେଶ ଗଠନରେ ଭୂମିକା, ଦେଶର ସ୍ୱାଧିନତାର ପ୍ରଥମ ସହୀଦ ସାନ୍ତାଳୀ ସଂପ୍ରଦାୟ ହୋଇଥିବାବେଳେ ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଓ ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଉଦାହରଣ ଦେଇ ସେମାନଙ୍କ ଇଚ୍ଛାଶକ୍ତି ବଳରେ କିପରି ସଫଳତାର ଶୀର୍ଷ ସ୍ଥାନ ବଜାଇ ରଖି ପାରିଛନ୍ତି ତାହା ବର୍ଣ୍ଣନା କରିଥିଲେ । ବର୍ତ୍ତମାନର ଯୁବସମାଜ ବିକଶିତ ଭାରତର ଅଗ୍ରଦୃତ ସାଜିବାକୁ ଆହ୍ୱାନ ଦେଇ ଏକ ଦେଶ ଏକ ନିର୍ବାଚନ କୁ ସମସ୍ତ ସମର୍ଥନ କରିବାକୁ ଅନୁରୋଧ କରିଥିଲେ । ସ୍ୱେଚ୍ଛାସେବୀ ସଂଗଠନ ତଦାଶାର ସମ୍ପାଦକ ଅକ୍ଷୟ କୁମାର ଚକ୍ର ଅଧ୍ୟକ୍ଷତାରେ ଆୟୋଜିତ କାର୍ଯ୍ୟକ୍ରମ କଣ୍ତରାପୋଶି ସରପଞ୍ଚ ସାବିତ୍ରୀ ନାୟକ, ସମ୍ବରା ଟୁଡୁ, ସମାଜସେବୀ ଦୀକୁ ସୋରେନ, ମୁଖିଆ ହଳଧର ମୁର୍ମୁ, ଟୁବୁ ରାୟ ମାଝୀ, ଜଗନ୍ନାଥ ସୋରେନ, ପଞ୍ଚାନନ ସାହୁ, କେନ୍ଦୁଝର ବିକାଶ ଫୋରମର ପର୍ଶୁରାମ ସାହୁ, ସୁଶିଲ ପରିଡା ପ୍ରମୁଖ ମଞ୍ଚାସୀନ ଅତିଥି ଭାବେ ଯୋଗ ଦେଇଥିଲେ । ମୁଖ୍ୟ ଅତିଥି ପ୍ରତିଯୋଗୀତାରେ ପ୍ରଥମ ସ୍ଥାନ ହାସଲ କରି ଚାମ୍ପିଅନ ହୋଇଥିବା ଢେଙ୍କାନାଳ, ଦ୍ୱିତୀୟ ରେଙ୍ଗାଳବେଡା, ତୃତୀୟ ଢେଙ୍କାନାଳକୁ ଅର୍ଥରାଶି ଓ ମାନପତ୍ର ଦେଇ ସମ୍ବର୍ଦ୍ଧିତ କରିଥିଲେ । ସଫଳ ଅଭିନେତ୍ରୀ, ଅଭିନେତା, ହାସ୍ୟ ଅଭିନେତା, ଲେଖକ, ର୍ନିେଶକ ଏହି ଅବସର ରେ ଆର୍ଥିକ ଅନୁଦାନ ଦେଇଥିବା ବ୍ୟକ୍ତି ବିଶେଷ ତଥା ଅଞ୍ଚଳର ବିକାଶ ପାଇଁ କାର୍ଯ୍ୟ କରିଥିବା ତଦାଶା ସମ୍ପାଦକ ଅକ୍ଷୟ କୁମାର ଚକ୍ରଙ୍କୁ ମୁଖ୍ୟ ଅତିଥି ଶ୍ରୀ ନାୟକ ଉତ୍ତରୀୟ ମାନପତ୍ର ଦେଇ ସମ୍ବର୍ଦ୍ଧିତ କରିଥିଲେ । କାର୍ଯ୍ୟକ୍ରମ କୁ କମିଟିର ଧନେଶ୍ୱର ଡୁଟୁ, ପୂର୍ଣ୍ଣଚନ୍ଦ୍ର ଟୁଡୁ, ଧନେଶ୍ୱର ହେମ୍ବ୍ରମ, ରାଜେଶ ଟୁଡୁ,ୈତାରୀ ଟୁଡୁ,ଗୋଲକ ଟୁଡୁ, ଭାଗିରଥି ଟୁଡୁ, ରଘୁନାଥ ଟୁଡୁ, ବ୍ରଜମୋହନ ସୋରେନ ସମେତ ଗ୍ରାମବାସୀ ପରିଚାଳନା କରିଥିଲେ ।ଏହି ଉପଲକ୍ଷେ ଗ୍ରାମବାସୀ ମାନଙ୍କର ଦାବି ଗୁଡିକୁ ପର୍ଯ୍ୟାୟ କ୍ରମେ ପୁରଣ କରାଯିବା ବୋଲି ସାଂସଦ ଶ୍ରୀ ନାୟକ ପ୍ରତିଶୃତି ଦେଇଥିଲେ । ଆସନ୍ତା ବର୍ଷ କାର୍ଯ୍ୟକ୍ରମର ରୌପ୍ୟୟଜୟନ୍ତୀ ସମାରୋହ ପାଳନ ଅବସର ରେ ମୁଖ୍ୟମନ୍ତ୍ରୀ ମୋହନ ବରଣ ମାଝୀଙ୍କୁ ନିମନ୍ତ୍ରଣ କରାଯିବାକୁ ସ୍ଥିର ହୋଇଛି । ଏହି କାର୍ଯ୍ୟକ୍ରମ ସକାଳ ୯ଟାରୁ ଆରମ୍ଭ ହୋଇ ଅପରାହ୍ନ ୧୨ଟା ପର୍ଯ୍ୟନ୍ତ ଚାଲିଥିଲା । ଏଥିରେ ବିଭିନ୍ନ ଅଞ୍ଚଳରୁ ପ୍ରାୟ ୩ହଜାର ଜନସାଧାରଣ ସାମିଲ ହୋଇଥିଲେ ।