ବିକାଶରେ ‘ବ୍ରେକ୍’; ହେଉନି ୪କୋଟି ଟଙ୍କାର ଟେଣ୍ଡର
ବ୍ୟାସନଗର : ଶାସକ ହୁଅନ୍ତୁ କି ବିରୋଧୀ ବ୍ୟାସନଗର ବିକାଶର କଥା କହିଥାନ୍ତି । ଏପରିକି ବ୍ୟାସନଗର ବିକାଶରେ ଅର୍ଥର ଅଭାବ ରହିବନି ବୋଲି ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ଆୟୋଜିତ ମଞ୍ଚରେ ଜୋର ଦେଇ କହିଥାନ୍ତି । ସରକାରୀ ଅଧିକାରୀ ମଧ୍ୟ ବ୍ୟାସନଗର ବିକାଶ ପାଇଁ ସମସ୍ତ ପ୍ରକାର ସହଯୋଗ ରହିବାର ପ୍ରତିଶ୍ରୁତି ଦେଇଥାନ୍ତି ।
କିନ୍ତୁ ବ୍ୟାସନଗର ବିକାଶରେ ‘ବ୍ରେକ୍’ ଲାଗିଛି । ପୈାର କାଉନସିଲ ବୈଠକରେ ୪କୋଟିରୁ ଉର୍ଦ୍ଧଟଙ୍କାରେ ବିଭିନ୍ନ ପ୍ରକାର ବିକାଶ ମୂଳକ କାର୍ଯ୍ୟ ନିମନ୍ତେ ପ୍ରସ୍ତାବ ଆଗତ ହୋଇ ପାରିତ ହେବା ବି ତାହା କିନ୍ତୁ ଟେଣ୍ଡରକୁ ଯାଇପାରୁନି । ଯାହାକୁ ନେଇ କାଉନସିଲର ଅସନ୍ତୋଷ ପ୍ରକାଶ କରୁଥିବା ବେଳେ ନିର୍ବାହୀ ଅଧିକାରୀ କିନ୍ତୁ ବିକାଶ ମୂଳକ କାର୍ଯ୍ୟରେ ଲାଗିଥିବା ‘ବ୍ରେକ୍’କୁ ନେଇ ସମ୍ଭେଦନଶୀଳ ନାହାନ୍ତି । ମିଳିଥିବା ଖବର ମତେ ପୌର ଅଧିନ ୨୬ଗୋଟି ୱାର୍ଡ଼ର ରାସ୍ତା, ଡ଼୍ରେନ, ଶ୍ମଶାନ, ସ୍କୁଲ ମରାମତି, ପୋଖରୀ ପୂୂନରୁଦ୍ଧାର ଭଳି ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ପାଇଁ ଆକସନ ପ୍ଲାନ ମତେ କାଉନସିଲରେ ପାରିତ ହୋଇଥିଲା । ପାରିତ ପରେ ତାହା ଟେଣ୍ଡରକୁ ଯିବା କଥା । ଯାହା ପୈାର ନିର୍ବାହୀ ଅଧିକାରୀଙ୍କ ଦାୟିତ୍ୱ । ହେଲେ ମାସ ବିତିଯାଇଥିଲେ ବି କାର୍ଯ୍ୟ ଟେଣ୍ଡରକୁ ଯାଇପାରିନି । ଟେଣ୍ଡ ପରେ ଠିକାଦାର ଚୟନ ପରେ ଯାଇ ଚୁକ୍ତି ଏବଂ କାର୍ଯ୍ୟ । ହେଲେ ଏହା ସମ୍ଭବପର କରିପାରି ନାହାନ୍ତି ନିର୍ବାହୀ ଅଧିକାରୀ । ଯାହାକୁ ନେଇ କାଉନସିଲର ଅସନ୍ତୋଷ ପ୍ରକାଶ କରିଛନ୍ତି । ବର୍ଷବର୍ଷ ଧରି ବ୍ୟାସନଗର ବିକାଶକୁ ବ୍ରେକ୍ କରି ରଖାଯାଇଥିବା ବେଳେ ଏବର କାଉନସିଲ କାର୍ଯ୍ୟ କରିବାକୁ ପାଗ ଭିଡ଼ିଥିବା ବେଳେ କରାଇ ଦିଆଯାଉନି ବୋଲି କହିଛନ୍ତି । ଯାହା ଫଳରେ ଯେଉଁ କର୍ଯ୍ୟ ପାଇଁ କାଉନସିଲର ପ୍ରସ୍ତାବ ରଖିôଛନ୍ତି ତାହା ସମ୍ଭବ ହେଉନି । କେଉଁଠି ଏବଂ କ’ଣ ପାଇଁ ଟେଣ୍ଡର ହେଉନି ବୋଲି ନିର୍ବାହୀ ଅଧିକାରୀ ପ୍ରଦୀପ କୁମାର ପାଢୀଙ୍କୁ ପଚାରିବାରେ ସେ କିନ୍ତୁ କିଛି କହିବା ସପକ୍ଷରେ ନଥିବା ଭଳି ମତ ଦେଇଥିଲେ । ଯଦି ଏଭଳି ଚାଲେ ତେବେ ରାଜନେତା ହୁଅନ୍ତୁ କି ପ୍ରଶାସନୀକ ଅଧିକାରୀଙ୍କ ବ୍ୟାସନଗର ବିକାଶର ପ୍ରତିଶ୍ରୁତି କେବଳ ଧୂଅାଁବାଣ ବୋଲି ଧରିନିଆଯିବ ।