ମା’ରକ୍ଷାକାଳୀଙ୍କ ବାର୍ଷିକୋତ୍ସବ
ଯାଜପୁର ଟାଉନ : ଯାଜପୁର ସହର ଦେବୀଗଡା ଠାରେ ପ୍ରାଚୀନ ମା’ରକ୍ଷାକାଳୀଙ୍କ ବାର୍ଷିକୋତ୍ସବ ସମାରୋହରେ ପାଳିତ ହୋଇଯାଇଛି । ଚୈତ୍ରମାସ ଅମାବାସ୍ୟା ତିଥୀରେ ପ୍ରତିବର୍ଷ ମା’ପୂଜା ପାଇଥାଆନ୍ତି । ପ୍ରଥମେ ବୈତରଣୀ ନଦୀରୁ ଜଳ ଅଣାଯାଇ କଳସ ପୂଜା କରାଯିବା ପରେ ଘଟସ୍ଥାପନ କରାଯାଇ ମା’ରକ୍ଷାକାଳୀଙ୍କ ପୂଜା ଆରମ୍ଭ କରାଯାଇଥିଲା । ପରେ ମା’ଙ୍କ ପୀଠରେ ରୀତିନିତୀ ଅନୁସାରେ ମୃଣ୍ମୟ ମୂର୍ତୀ ପୂଜାପାଇ ବିସର୍ଜନ କରାଯାଇଥିଲା । ରୀତିନୀତି ମୁତାବକ ପୂଜା କରାଯାଇ୧୦୦୮ଆହୁତି ପ୍ରଦାନ କରାଯାଇଥିଲା । ମା’ଙ୍କ ଦର୍ଶନ ନିମନ୍ତେ ହଜାର ହଜାର ସଂଖ୍ୟାର ଶ୍ରଦ୍ଧାଳୁଙ୍କ ଭିଡ ପରିଲକ୍ଷିତ ହୋଇଥିଲା । କାର୍ଯ୍ୟକ୍ରମରେ ବରିଷ୍ଠ ସମାଜସେବୀ କର୍ଣ୍ଣାଟକେଶରୀ ଦାସ, ଉପାଧ୍ୟକ୍ଷ ସନ୍ତୋଷ ମଲ୍ଲିକଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ସାମିଲ ହୋଇଥିଲେ । କମିଟିର ବରିଷ୍ଠସଭ୍ୟ ବିଶ୍ୱଜିତ୍ ମହାନ୍ତି, ସଂପାଦକ ହରିହର ବେହେରା, ରାଜୀବ ମହାନ୍ତି, ସମରଜିତ ମହାନ୍ତି, ଶଙ୍କର୍ଷଣ ବେହେରା, ଉମାକାନ୍ତ ପରିଡା, ଶଙ୍କର୍ଷଣ ସାହୁ, ଦିଲ୍ଲୀପ ହାଲଦାର, ଦିଲ୍ଲୀପ ନାୟକ, ପ୍ରଶାନ୍ତ ଖୁଂଟିଆ, ଶ୍ରୀନିବାସ ପତି, ଉମାକାନ୍ତ ସାମନ୍ତ, ତାରିଣୀ ବେହେରା, ଶୁଭମ୍ ଖୁଂଟିଆ, ଛବିନାରାୟଣ ସେଠୀ, ସୀତାକାନ୍ତ ପତି, ଦୁଲାଲ ହାଲଦାର ପ୍ରମୁଖ ପୂଜା ଉତ୍ସବକୁ ସଞ୍ଚାଳନ କରିଥିଲେ ।