ଗୋଟିଏ ଦେଶ, ଗୋଟିଏ ନିର୍ବାଚନ’ ବିଲ ଯାଞ୍ଚ କମିଟିର କାର୍ଯ୍ୟକାଳ ବୃଦ୍ଧି
ନୂଆଦିଲ୍ଲୀ : ଲୋକସଭା ଓ ବିଧାନସଭାର ଏକକାଳୀନ ନିର୍ବାଚନ ପ୍ରଚଳନ କରିବା ପାଇଁ ଉଦ୍ଦିଷ୍ଟ ବିଲ୍ ଯାଞ୍ଚ କରୁଥିବା ସଂସଦୀୟ କମିଟିର କାର୍ଯ୍ୟକାଳ ଗୁରୁବାର ଲୋକସଭା ପକ୍ଷରୁ ବୃଦ୍ଧି କରାଯାଇଛି । କମିଟି ଅଧ୍ୟକ୍ଷ ପି ପି ଚୌଧୁରୀ ସମ୍ବିଧାନ (୧୨୯ତମ ସଂଶୋଧନ) ବିଲ୍ ୨୦୨୪ ଓ କେନ୍ଦ୍ରଶାସିତ ଅଞ୍ଚଳ ଆଇନ (ସଂଶୋଧନ) ବିଲ୍ ୨୦୨୪ ର ଯୁଗ୍ମ କମିଟିର କାର୍ଯ୍ୟକାଳ ୨୦୨୬ ବଜେଟ୍ ଅଧିବେଶନର ଶେଷ ସପ୍ତାହର ପ୍ରଥମ ଦିନ ପର୍ଯ୍ୟନ୍ତ ବୃଦ୍ଧି କରିବା ପାଇଁ ପ୍ରସ୍ତାବ ଆଗତ କରିଛନ୍ତି । ଲୋକସଭା ଏହି ପ୍ରସ୍ତାବକୁ ସ୍ୱର ଭୋଟ ଦ୍ୱାରା ଗ୍ରହଣ କରିଛି । କମିଟି ଗତ ଡିସେମ୍ବରରେ ଗଠନ ହେବା ପରଠାରୁ ସାମ୍ବିଧାନିକ ବିଶେଷଜ୍ଞ, ଅର୍ଥନୀତିଜ୍ଞ, ଆଇନ କମିଶନ ଅଧ୍ୟକ୍ଷ ଦିନେଶ ମାହେଶ୍ୱରୀ ସମେତ ଅନ୍ୟମାନଙ୍କ ସହିତ ସାକ୍ଷାତ କରିଛି ।