୧୭ରେ ଓଟିଇଟି ପରୀକ୍ଷା
କଟକ : ଆସନ୍ତା ୧୭ ତାରିଖରେ ସାରା ରାଜ୍ୟରେ ଓଟିଇଟି ପରୀକ୍ଷା ଅନୁଷ୍ଠିତ ହେବାକୁ ଯାଉଛି । ମାଧ୍ୟମିକ ଶିକ୍ଷା ପରିଷଦ (ବୋଡର଼୍) ଦ୍ୱାରା ପରିଚାଳିତ ଏହି ପରୀକ୍ଷାରେ ୧ଲକ୍ଷ ୬୦ହଜାର ୩୭୯ ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେବେ । ଏଥିରେ ଉଭୟ ଇନସର୍ଭିସ ଓ ଆଶାୟୀ ଶିକ୍ଷକ ଶିକ୍ଷୟିତ୍ରୀ ଅଛନ୍ତି । ଓଟିଇଟି ପରୀକ୍ଷା ୨ଟି ପତ୍ରରେ ଅନୁଷ୍ଠିତ ହେବ । ପେପର-୧ ପାଇଁ ୪୭ହଜାର ୭୨୦ଜଣ ପ୍ରାର୍ଥୀ ଓ ପେପର-୨ ପାଇଁ ୧ଲକ୍ଷ ୧୨ହଜାର ୬୫୯ ଜଣ ପ୍ରାର୍ଥୀ ପଞ୍ଜୀକୃତ ହୋଇଛନ୍ତି । ପରୀକ୍ଷା ପ୍ରକ୍ରିୟା ସୁଗମ ଓ ନିରପେକ୍ଷ କରିବା ପାଇଁ ସାରା ରାଜ୍ୟରେ ୪୫୨ଟି ପରୀକ୍ଷା କେନ୍ଦ୍ର ସ୍ଥାପନ କରାଯାଇଛି । ସମସ୍ତ ପରୀକ୍ଷା କେନ୍ଦ୍ରରେ ସିସିଟିଭି ବ୍ୟବସ୍ଥା ଗ୍ରହଣ କରାଯାଇଛି । ବୋଡର଼୍ କାର୍ଯ୍ୟାଳୟ କମାଣ୍ଡ କଣ୍ଟ୍ରୋଲ ରୁମରୁ ସମସ୍ତ ପରୀକ୍ଷା କେନ୍ଦ୍ରର ନିୟନ୍ତ୍ରଣ ବ୍ୟବସ୍ଥା ହୋଇଛି । ଆସନ୍ତା ୧୪ ତାରିଖରୁ ଡିଜି ଲକରରେ ପ୍ରଶ୍ନପତ୍ର ଓ ଓଏମଆର ସିଟ ପଠାଯିବ । ୩୦ଟି ଜିଲ୍ଲା ପାଇଁ ୩୯ଟି ରୁଟରେ ଆର୍ମ ପୁଲିସ ସହିତ ପ୍ରଶ୍ନପତ୍ର ପଠାଯିବ ବୋଲି ବୋଡର଼୍ ସଭାପତି ଶ୍ରୀକାନ୍ତ ତରାଇ ସୂଚନା ଦେଇଛନ୍ତି ।