ନପୁଟ ଛକରୁ ବେପାରୀ ଗିରଫ, ୩ କେଜି ଗଞ୍ଜେଇ ଜବତ
ଭୁବନେଶ୍ୱର, ୮ା୪ : ଜଣେ ବ୍ୟକ୍ତି ଏକ ବାଇକରେ ଗଞ୍ଜେଇ ନେଇ ଖୋର୍ଦ୍ଧାରୁ ଭୁବନେଶ୍ୱର ଆସୁଥିବା ବେଳେ ନପୁଟ ଛକରେ ମାଡିବସିଲା ଭରତପୁର ଥାନା ପୁଲିସ । ବେପାରୀକୁ ଗିରଫ କରିବା ସହ ତାଙ୍କଠାରୁ ୩ କେଜି ଗଞ୍ଜେଇ ଜବତ କରାଯାଇଛି । ଗିରଫ ଅଭିଯୁକ୍ତ ହେଲେ, ଖୋର୍ଦ୍ଧା ବେଗୁନିଆର ରତ୍ନାକର ଚାନ୍ଦ୍ ।
ସୂଚନାଯୋଗ୍ୟ ଯେ, ସୋମାବର ସକାଳୁ ଜଣେ ବ୍ୟକ୍ତି ଖୋର୍ଦ୍ଧାରୁ ଏକ ବାଇକରେ ଗଞ୍ଜେଇ ନେଇ ଭୁବନେଶ୍ୱର ଆସୁଥିବା ଖବର ତମାଣ୍ଡୋ ଥାନା ଅଧିକାରୀ ଜାଣିବାକୁ ପାଇଥିଲେ । ଖବର ପାଇ ସଙ୍ଗେ ସଙ୍ଗେ ଥାନାର ଏକ ଟିମକୁ ପଠାଇ ନପୁଟ ଛକରେ ଚଢ଼ାଉ କରି ବେପାରୀକୁ କାବୁ କରିଥିଲେ । ତଲାସି ବେଳେ ଗାଡିରୁ ୩ କେଜି ଗଞ୍ଜେଇ ଜବତ କରାଯାଇଥିଲା । ପରେ ତାଙ୍କୁ ଥାନାକୁ ଆଣି ଏକ ଏନଡିପିଏସ୍ ଆକ୍ଟରେ ମାମଲା ରୁଜୁକରାଯାଇ କୋର୍ଟ ଚାଲାଣ କରାଯାଇଛି ।