୨୦୦ ଲିଟର ମଦ ଜବତ; ବେପାରୀ ଗିରଫ

ଭୁବନେଶ୍ୱର, ୨୧ା୧ : ସାଲିଆସାହିର ଲକ୍ଷ୍ମୀପୁର ସାନ୍ତାଳ ବସ୍ତିରେ ପୁଲିସର ଚଢ଼ାଉ । ବେପାରୀକୁ ଗିରଫ କରିବା ସହ ତାଠାରୁ ୨୦୦ ଲିଟର ଦେଶୀମଦ ଓ ୧୦ଟି ମଦ ତିଆରି ହାଣ୍ଡି ଜବତ କରାଯାଇଛି । ଗିରଫ ଅଭିଯୁକ୍ତ ହେଲା, ସାନ୍ତାଳି ବସ୍ତିର ରଘୁନାଥ ହାସଂଦା । ଆଜି ତାକୁ କୋର୍ଟ ଚାଲାଣ କରାଯାଇଛି ।
 ସୂଚନାଯୋଗ୍ୟ ଯେ, ବିଶ୍ୱସ୍ତ ସୂତ୍ରରୁ ମିଳିଥିବା ସୂଚନାକୁ ଆଧାର କରି ମୈତ୍ରୀବିହାର ଥାନାଧିକାରୀଙ୍କ ନିଦେ୍ର୍ଦଶ ମୁତାବକ ସମ୍ପୃକ୍ତ ଥାନାର ଏକ ସ୍ପେଶାଲ ଟିମ ସାଲିଆସାହି ଲକ୍ଷ୍ମୀପୁର ସାନ୍ତାଳ ବସ୍ତିରେ ଅତର୍କିତ ଚଢ଼ାଉ କରିବା ସହିତ ବେଆଇନ ଦେଶୀମଦ ବିକ୍ରୟ ଅଭିଯୋଗରେ ଅଭିଯୁକ୍ତକୁ କାବୁ କରିବାରେ ସକ୍ଷମ ହୋଇଥିଲେ । ତଲାସି ବେଳେ ପୁଲିସ ଅଭିଯୁକ୍ତଙ୍କ ହେପାଜତରୁ ୧୦ଟି ରସ ଡ଼ିକିଚିରେ ଥିବା ୨୦୦ ଲିଟର ଦେଶୀମଦ ଜବତ କରିଥିଲେ ।