କ୍ୟାପିଟାଲ ଓ ସହିଦନଗର ଥାନାର ଦୁଇ ଅଭିଯୁକ୍ତଙ୍କୁ ସଜ୍ଜା

କ୍ୟାପିଟାଲ ଓ ସହିଦନଗର ଥାନାର ଦୁଇ ଅଭିଯୁକ୍ତଙ୍କୁ ସଜ୍ଜା
କ୍ୟାପିଟାଲ ଓ ସହିଦନଗର ଥାନାର ଦୁଇ ଅଭିଯୁକ୍ତଙ୍କୁ ସଜ୍ଜା


ଭୁବନେଶ୍ୱର, ୨୩ା୪ : କ୍ୟାପିଟାଲ ଥାନା ଓ ସହିଦନଗର ଥାନାର ୨ ଜଣ ଲୁଟେରାଙ୍କୁ ହୋଇଛି ସଜ୍ଜା । ସହିଦନଗର ଥାନାର ଅଭିଯୁକ୍ତକୁ ଆଜି ଭୁବନେଶ୍ୱର ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ଅଦାଲତ-୩ର ବିଚାରପତି ପୂଜା ଜୈନ, ସହିଦନଗର ଥାନା ଅଞ୍ଚଳରେ ହୋଇଥିବା ଏକ ବାଇକ ଚୋରି ମାମଲାର ବିଚାର କରି ଅଭିଯୁକ୍ତ ଦିଗବିଜୟ ପଟ୍ଟନାୟକକୁ ଦୋଷୀ ସାବ୍ୟସ୍ତ କରି ଦଣ୍ଡାଦେଶ ପ୍ରକାଶ କରିଛନ୍ତି ।
ସୂଚନାଯୋରଗ୍ୟଯେ, ଅଭିଯୋଗକାରୀ ଭବାନୀ ଶଙ୍କର ବେହେରା ଜନପଥ ରୋଡ ଇଡ଼କୋ ଟାୱାର ସ୍ଥିତ ଆନେକ୍ସର ବିଲ୍ଲିଂରେ ଡେପୁଟି ମ୍ୟାନେଜର ଭାବରେ କାର୍ଯ୍ୟରତ ଥିଲେ । ଅଭିଯୋଗକାରୀ ତାଙ୍କର ବାଇକ ଟିକୁ ଇଡ଼କୋ ପାର୍କିଂରେ ରଖିଥିବା ବେଳେ ଗତ ୧୭.୦୪.୨୦୨୩ ତାରିଖ ଦିନ ଅଭିଯୁକ୍ତ ଏକ ଅଟୋ ଯୋଗେ ଆସି ତାଙ୍କର ବାଇକକୁ ଚୋରି କରି ନେଇ ପଳାଇଥିଲା । ଅଭିଯୋଗକାରୀ ଲ୍ଲ୍ିଂରେ ଲାଗିଥିବା ସିସିଟିଭି କ୍ୟାମେରାରୁ ଦେଖିବାକୁ ପାଇଥିଲେ । ଏନେଇ ସେ ସହିଦନଗର ଥାନାରେ ଅଭିଯୋଗ କରିଥିଲେ । ଅଭିଯୋଗକାରୀଙ୍କ ଅଭିଯୋଗ ଆଧାରରେ ସହିଦନଗର ଥାନା ପୁଲିସ ଥାନା କେସ ନମ୍ବର ୧୫୬/୨୦୨୩,ଦଫା ୩୭୯ରେ ଏକ ମାମଲା ରୁଜୁକରାଯାଇଥିବା ବେଳେ ଏହାର ତଦନ୍ତ ଭାର ଏଏସଆଇ ପୂର୍ଣ୍ଣିମା ସାସମଲଙ୍କୁ ହସ୍ତାନ୍ତର କରାଯାଇଥିଲା । ହସ୍ତାନ୍ତର ପରେ ଏହି ମାମଲାକୁ ସଠିକ ଭାବେ ତଦନ୍ତ କରି ଅଭିଯୁକ୍ତକୁ ଗିରଫ କରିଥିଲେ । ତାଠାରୁ ବିଭିନ୍ନ ଥାନା ଅଞ୍ଚଳରୁ ଚୋରି କରିଥିବା ୮ଟି ବାଇକ ମଧ୍ୟ ଜବତ କରାଯାଇଥିବା ବେଳେ ବିଭିନ୍ନ ଥାନା ପୁଲିସ ତାକୁ କୋର୍ଟ ଚାଲାଣ କରି ପରେ ରିମାଣ୍ଡରେ ଆଣିଥିଲେ । ପରେ ତଦନ୍ତରୁ ଜଣାପଡ଼ିଥିଲା, ଅଭିଯୁକ୍ତ ଜଣକ ବିଭିନ୍ନ ପାର୍କିଂରୁ ବାଇକ ଚୋରି କରି କବାଡ଼ିଆ ଏବଂ ଗୋଦାମରେ ବନ୍ଧକ ରଖି ବାଇକ ପିଛା ୫ ହଜାରରୁ ୮ ହଜାର ଟଙ୍କା ନେଇ ଫେରାର ହୋଇଯାଉଥିଲା । ଏହି ମାମଲାର ବିଚାର କରି ଅଦାଲତ ବିଭିନ୍ନ ସାକ୍ଷୀ ଓ ପ୍ରଯୁଜ୍ୟ ଦସ୍ତାବିଜକୁ ଆଧାର କରି ଅଭିଯୁକ୍ତ ଦିଗବିଜୟକୁ ୧ ବର୍ଷ ସଶ୍ରମ କାରାଦଣ୍ଡାଦେଶ ଆଦେଶ ଦେଇଛନ୍ତି । ଏହି ମାମଲାକୁ ସରକାରଙ୍କ ତରଫରୁ ସହକାରୀ ପବ୍ଲିକ୍ ପ୍ରୋସିକୁ୍ୟଟର କଳ୍ପତରୁ ସାହୁ, ସରୋଜ କୁମାର ସ୍ୱାଇଁ ଏବଂ ସବିତା କୁମାରୀ ଚୌଧୂରୀ ପରିଚାଳନା କରିଥିଲେ । ସେହିଭଳି କ୍ୟାପିଟାଲ ଥାନାର ଅଭିଯୁକ୍ତକୁ ଆଜି ଭୁବନେଶ୍ୱର ସବ-ଡ଼ିଭିଜନ ଜୁଡ଼ିସିଆଲ ମାଜିଷ୍ଟ୍ରେଟ୍ ଶିଶିର କୁମାର ସାହୁ, କ୍ୟାପିଟାଲ ଥାନା ଅଞ୍ଚଳରେ ହୋଇଥିବା ଏକ ମୋବାଇଲ ଚୋରି ମାମଲାର ବିଚାର କରି ଅଭିଯୁକ୍ତ ବିଶ୍ୱଜିତ୍ ନାୟକ ଓରଫ ବାଞ୍ଚାକୁ ଦଣ୍ଡାଦେଷ ପ୍ରକାଶ କରିଛନ୍ତି ।
 ସୂଚନାଯୋଗ୍ୟଯେ, ଗତ ଜୁନ୍ ମାସରେ ଅଭିଯୋଗକାରୀ ଅମିତ୍ ନାୟକ କେଦାରପଲ୍ଲୀ ଅଞ୍ଚଳରେ ଥିବା ତାଙ୍କ ଘରେ ବିଶ୍ରାମ କରୁଥିବା ସମୟରେ ତାଙ୍କର ମୋବାଇଲ ଫୋନକୁ ଲୁଟେରା କୌଷଳ କ୍ରମେ ଚୋରି କରି ଫେରାର ହୋଇଯାଇଥିଲା । ଏନେଇ କ୍ୟାପିଟାଲ ଥାନାରେ ଅଭିଯୋଗ ହୋଇଥିଲା । ଅଭିଯୋଗ ପରେ ଥାନା କେସ ନମ୍ବର ୩୫୯/୨୦୨୩,ଦଫା ୩୮୦ରେ ଏକ ମାମଲା ରୁଜୁ କରାଯାଇଥିବା ବେଳେ ଏହାର ତଦନ୍ତ ଦାଇତ୍ୱ ଏଏସଆଇ ପ୍ରମୋଦ କୁମାର ମାଝୀଙ୍କୁ ହସ୍ତାନ୍ତର କରାଯାଇଥିଲା । ତଦନ୍ତ ଭାର ପରେ ସଠିକ ମାମଲାର ତଦନ୍ତ କରି ଅଭିଯୁକ୍ତକୁ ତୁରନ୍ତ ଗିରଫ କରିବା ସହ ତାକୁ କୋର୍ଟ ଚାଲାଣ କରାଯାଇଥିଲା ଓ ଚାର୍ଜସିଟ୍ ମଧ୍ୟ ତୁରନ୍ତ କୋର୍ଟରେ ଦାଖଲ କରାଯାଇଥିଲା । ଏହି ମାମଲାର ବିଚାର କରି ଅଦାଲତ ୫ ଜଣ ସାକ୍ଷୀ ଓ ପ୍ରଯୁଜ୍ୟ ଦସ୍ତାବିଜକୁ ଆଧାର କରି ଅଭିଯୁକ୍ତ ବିଶ୍ୱଜିତକୁ ଦଫା-୩୮୦ରେ ୩ ବର୍ଷର ସଶ୍ରମ କାରାଦଣ୍ଡାଦେଶ ସହ ୧୦ ହଜାର ଟଙ୍କା ଜୋରିମାନା ଓ ଜୋରିମାନା ଅନ୍ୟଦେୟ କ୍ଷେତ୍ରରେ ଅତ୍ୟଧିକ ୪ ମାସର କାରାଦଣ୍ଡ ଆଦେଶ ଦେଇଛନ୍ତି । ସେହିପରି ଦଫା-୪୫୪ରେ ୨ ବର୍ଷର ସଶ୍ରମ କାରାଦଣ୍ଡାଦେଶ ସହ ୫ ହଜାର ଟଙ୍କା ଜୋରିମାନା ଓ ଜୋରିମାନା ୍ରନ୍ୟଦେୟ କ୍ଷେତ୍ରରେ ଅତ୍ୟଧିକ ୨ ମାସର କାରାଦଣ୍ଡ ଆଦେଶ ଦେଇଛନ୍ତି । ଉଭୟ ଦଣ୍ଡାଦେଶ ଏକା ସାଙ୍ଗରେ ଚାଲୁ ରହିବ । ଏହି ମାମଲାକୁ ସରକାରଙ୍କ ତରଫରୁ ଅସକାରୀ ପବ୍ଲିକ୍ ପ୍ରସିକୁ୍ୟଟର ରାକେଶ କୁମାର ପୋଥାଲ ପରିଚାଳନା କରିଥିଲେ ।  

Files