ଗୋପାଳଙ୍କ ଓଗାଳ କାର୍ଯ୍ୟକ୍ରମ ଓ କଳସ ପରିଭ୍ରମଣ

ବନ୍ତ: ଗଣିଜାଙ୍ଗ ପଞ୍ଚାୟତ ହାସିନପୁର ଦାସ ସାହି, ବେହେରା ସାହି, ଖର୍ଦ୍ଧା ସାହି, ନର୍ଦ୍ଧା ସାହିର ଶତାଧିକ ଗୋପାଳ ସମ୍ପ୍ରଦାୟର ଲୋକେ  ଓଗାଳ କାର୍ଯ୍ୟକ୍ରମ ଓ କଳସ ଶୋଭାଯାତ୍ରାରେ ଭାଗନେଲେ । ପ୍ରଥମେ ଦାସ ସାହି ହନୁମାନ ମନ୍ଦିରରେ ବାହାରି ବିଭିନ୍ନ ଗ୍ରାମ ପରିକ୍ରମା କରି ପ୍ରଧାନ ସାହିର ମା  ସୁନା ମୁହିଙ୍କ ଦର୍ଶନ ପରେ ବାଉନ ଘର ସ୍ଥିତ ଜମ୍ବେଶ୍ୱର ମହାଦେବ ପୁଷ୍କରିଣୀରେ ଶତାଧିକ ଗୋପାଳ ବୁଡ଼ ପକାଇ ଜମ୍ବେଶ୍ୱର  ପୀଠରେ  ପୂଜକ ଦ୍ୱାରା ପୂଜାର୍ଚ୍ଚନା କରି ବାଜା ବାଣ ରୋଷଣୀ, ଅଭିର ଖେଳ ର ମଜ୍ଜା ସହିତ ବଜାର ଗ୍ରାମ ପରିକ୍ରମା ପରେ ଭକ୍ତେଶ୍ୱର ଓ  ଜଗନ୍ନାଥ ଦର୍ଶନ କରିଥିଲେ । ପୁରୁଣା ହରିହାଟରେ ଗୋପାଳ ସମ୍ପ୍ରଦାୟର ବାଡି ଖେଳ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । କାର୍ଯ୍ୟକ୍ରମରେ ସୁକାନ୍ତ ମୁଦୁଲି, କାର୍ତ୍ତିକ ବେହେରା, ନାରାୟଣ କବି,ତପନ ଦାସ,ସୁଶାନ୍ତ ଦାସ, ନକୁଳ ବାରିକ, ସହଦେବ ବାରିକ, କାଳିଆ ବାରିକ, ଅକ୍ଷୟ ଦାସ, ସନ୍ତୋଷ ବେହେରା, ବୈକୁଣ୍ଠ ବେହେରା, ରାଜ କିଶୋର ବେହେରା, ମାଧବା ନନ୍ଦ ବେହେରା, ନନ୍ଦ କିଶୋର ଦାସ ପ୍ରମୁଖ ଶତାଧିକ ଗୋପାଳ ସମ୍ପ୍ରଦାୟର ଲୋକେ ଭାଗନେଇଥିଲେ ।