ସମବାୟ ସମିତିର ସ୍ୱନକ୍ଷତ୍ର 

 କେନ୍ଦ୍ରାପଡ଼ା : କେନ୍ଦ୍ରାପଡା କ୍ରେଡିଟ୍ କୋ ଅପରେଟିଭ ସୋସାଇଟ ପଟ୍ଟମୁଣ୍ଡାଇ ଶାଖାର ୨୨ତମ ସ୍ୱନକ୍ଷତ ଉତ୍ସବ ପାଳିତ ହୋଇଯାଇଛି । ସୋସାଇଟ ପ୍ରତିଷ୍ଠାତା ସଭାପତି ପ୍ରମୋଦ ସାହୁ ମୁଖ୍ୟଅତିଥି ଭାବେ ଯୋଗଦେଇ ଦୀର୍ଘ ୨୨ବର୍ଷ ଧରି ପଟ୍ଟମୁଣ୍ଡାଇ ଅଂଚଳରେ ସୋସାଇଟ ଦକ୍ଷତାର ସହ କାର୍ଯ୍ୟ କରି ଉନ୍ନତମାନର ଗ୍ରାହକ ସେବା ତଥା କ୍ଷୁଦ୍ର ଓ ମଧ୍ୟମ ଧରଣର ଲୋକଙ୍କ ଆର୍ଥିକ ବିକାଶରେ ସହାୟତା କରିବା ସହ ବ୍ୟବସାୟ ବାଣିଜ୍ୟ ପାଇଁ ଋଣ ଯୋଗାଇଦେଇ ସମସ୍ତଙ୍କର ବିଶ୍ୱାସ ଭାଜନ ହୋଇ ପାରିଥିବା ମତବ୍ୟକ୍ତ କରିଥିଲେ । ଏହି ଅବସରରେ ଉତ୍ତମ ଋଣ ପରିଶୋଧକାରୀ ଭାବେ ପଦ୍ମଜା ନାୟକ ଓ ସ୍ୱର୍ଣ୍ଣଲତା ମଣ୍ଡଳଙ୍କୁ ସମ୍ବର୍ନ୍ଧିତ କରାଯାଇ ଥିଲା । କାର୍ଯ୍ୟକ୍ରମରେ ଅତିରିକ୍ତ ସମ୍ପାଦକ ଅରବିନ୍ଦ ସାହୁ ପଟ୍ଟାମୁଣ୍ଡାଇ ସଂପାଦକ ମାନସ ରାଉତ, ସୟଦ ଅନୱାର, ସେକ କମରୁଲ ହକ, ଦିପକ ରାଉତ, ଦେବବ୍ରତ ରାଉତ,  ଦେବାଶିଷ ସାହୁ, ନିଗମ ସୁନ୍ଦରରାୟ, ବନ୍ଦିତାରାଣୀ ଦାସ, ସୌମେନ୍ଦ୍ର ଦାସ ପ୍ରମୁଖ ଉପସ୍ଥିତ ଥିଲେ ।