ଗୋରୁ ଚୋରି ଅଭିଯୋଗରେ ୪ ଅଟକ

 ଧର୍ମଶାଳା : ଧର୍ମଶାଳା ଥାନା ଦେଓଦା ପଞ୍ଚାୟତ ଶେରପୁର ଗ୍ରାମରେ ଗୁହାଳରୁ ଗୋରୁ ଚୋରି କରୁଥିବା ୪ଦୁର୍ବୃତଙ୍କୁ ପୁଲିସ ଅଟକ ରଖି ପଚରା ଉଚରା କରୁଛି । ସୂଚନା ମୁତାବକ ଗତ କିଛି ଦିନ ହେବ ଦେଓଦା ପଞ୍ଚାୟତରେ ରାତିରେ ଗୁହାଳରୁ ଗାଇ ଚୋରି ହେଉଥିବା ନେଇ ଅଭିଯୋଗ ହୋଇଆସୁଥିବା ବେଳେ ଗତ ୨୦ତାରିଖରେ ଜଣକ ଗୁହାଳରୁ ରାତିରେ ଗାଈ ଚୋରି ହେବା ନେଇ ଥାନାରେ ଅଭିଯୋଗ ହୋଇଥିଲା । ଗତକାଲି ରାତି ପ୍ରାୟ ସାଢେ ୧୨ଟା ସମୟରେ ଶେରପୁର ଗ୍ରାମର କରୁଣା ରାଉତଙ୍କ ଗୁହାଳରେ କେତେକ ଯୁବକ ପଶି ଗୋରୁ ଫିଟାଉଥିବା ବେଳେ ଲୋକେ ୩ଜଣଙ୍କୁ କାବୁ କରିନେଇଥିଲେ । ପରେ ଏନେଇ ଧର୍ମଶାଳା ପୁଲିସକୁ ଖବର ଦେବା ପରେ ପୁଲିସ ସେଠାରେ ପହଁଚି ଅଟକଥିବା ବ୍ରହ୍ମବରଦା ଅଞ୍ଚଳର ୪ଜଣଙ୍କୁ ଧରି ଆଣି ଥାନାରେ ଅଟକ ରଖି ପଚରା ଉଚରା କରୁଛି । ଥାନରେ ଅଟକ ଥିବା ଦୁର୍ବୃତଙ୍କ ଠାରୁ ପୁଲିସ ସତବାହାର କରିବାରେ କେତେ ସଫଳ ହେଉଛି କି ନାହିଁ ତାହା ଦେଖିବାର ଅଛି ।