ନବଜାତ ଶିଶୁର ମୃତଦେହ ଉଦ୍ଧାର

କବାଟବନ୍ଧ : ଶନିବାର ଜେନାପୁର ଥାନା ଅନ୍ତର୍ଗତ ଅଂଜିରା ପଞ୍ଚାୟତ ଅଧିନ ଶ୍ୟାମସୁନ୍ଦରପୁର ଗ୍ରାମ ସଲଗ୍ନ ପୋଖରୀ ହୁଡ଼ା ନିକଟରୁ ନବଜାତ ଶିଶୁର ମୃତ ଦେହ ଉଦ୍ଧାର ହୋଇଛି । ଖବର ମୁତାବକ ଆଜି ସକାଳ ସମୟରେ ଗ୍ରାମ ପୋଖରୀ ହୁଡ଼ା କଡରେ ନବଜାତ ଶିଶୁ ପଡିଥିବାର ଲୋକ ଦେଖିବାକୁ ପାଇଥିଲେ । ନବଜାତ ଶିଶୁକୁ ଦେଖି ସ୍ଥାନୀୟ ଲୋକେ ଜେନାପୁର ଥାନାକୁ ଖବର ଦେଇଥିଲେ । ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଁଚି ମୃତ ଶିଶୁଟିକୁ ଉଦ୍ଧାର କରି ଶବ ବ୍ୟବଛେଦ ନିମନ୍ତେ ଧର୍ମଶାଳା ମେଡ଼ିକାଲକୁ ପଠାଇ କେସ ନଂ ୮/୨୫ରେ ଅପମୃତୁ୍ୟ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି । ଶିଶୁଟିର ବୟସ ୪-୫ମାସ ହୋଇଥିବା ଅନୁମାନ କରାଯାଉଛି । ତେବେ ମୃତ ଶିଶୁଟି କାହାର ଓ କେଉଁ କାରଣରୁ ଏଠାରେ କିଏ ଆଣି ପକାଇଲା ସେ ବିଷୟରେ କୌଣସି ସୂଚନା ମିଳିପାରି ନାହିଁ ।