ଗୋରୁ ବୋଝେଇ ପିକ୍ଅପ୍ ଜବତ
ବଡ଼ସାହି : ଅମାନୁଷିକ ଭାବେ ପିକଅପରେ ଗୋରୁ ବୋଝେଇ କରି ଚାଲାଣ କରାଯାଉଥିବା ଗାଡ଼ିକୁ ବିଭିନ୍ନ ଅଞ୍ଚଳରେ ପୁଲିସ ଜବତ କରୁଥିବା ଦେଖାଯାଉଛି । ସେହିପରି ବଡ଼ସାହି ଥାନା ଅଞ୍ଚଳ ଦେଇ ଗତକାଲି ରାତିରେ ୨ ଗୋଟି ପିକଅପ୍ରେ ୨୦ଟି ଗୋରୁ ବୋଝେଇ କରାଯାଇ ଚାଲାଣ କରାଯାଉଥିଲା । ବାରିପଦା ଉଦଳା ରାଜ୍ୟ ରାଜପଥର ବାଲିଯୋଡା ଠାରେ ବଡ଼ସାହି ପୁଲିସ ହାବୁଡ଼ରେ ପଡ଼ିଥିଲା । ଗାଡି ଛାଡି ଚାଳକ ଦ୍ୱୟ ଫେରାର ହୋଇଯାଇଥିଲେ । ଉଭୟ ଗୋରୁ ବୋଝେଇ ପିକଅପ୍ କୁ ବଡ଼ସାହି ଥାନାକୁ ଅଣାଯାଇଛି । ଏ ସମ୍ପର୍କରେ ଥାନାରେ ଏକ ମାମଲା ରୁଜୁ ହୋଇଥିବା ବେଳେ ଆସନ୍ତାକାଲି ସମସ୍ତ ଗୋରୁକୁ ଗୋଶାଳାରେ ଛଡାଯିବ ବୋଲି ପୁଲିସ ସୂତ୍ରରୁ ପ୍ରକାଶ ।