ଶିବମୁନି ଯୋଗାଶ୍ରମର ବାର୍ଷିକୋତ୍ସବ

ବଡସାହି: ବଡ଼ସାହି ବ୍ଲକ ଅନ୍ତର୍ଗତ ଚେଙ୍ଗୁଆ ମଙ୍ଗଳପୁର ଶିବ ମୁନି ଯୋଗାଶ୍ରମର ୩୧ ତମ ବାର୍ଷିକ ଅନୁଷ୍ଠିତ ହୋଇଯାଇଛି । ଆଶ୍ରମର ଆଚାର୍ଯ୍ୟ ଯୋଗୀ ହରେକୃଷ୍ଣ ମୁନି ସତ୍ୟ ପତାକ ଉତ୍ତୋଳନ କରି ଉତ୍ସବକୁ ଉଦ୍ଘାଟନ କରିଥିଲେ । ଆଶ୍ରମର ସଭାପତିି ଯୋଗୀ ମୁରଲୀ ମୁନିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ପ୍ରଫେସର ଯୋଗୀ ପଦ୍ମନାଭ ମହାରଣା ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ମୁଖ୍ୟ ବକ୍ତା ଭାବେ ଯୋଗ ଦେଇ ବୈଶିଙ୍ଗା ମହାତ୍ମା ଗାନ୍ଧୀ ମହାବିଦ୍ୟାଳୟର ଅଧ୍ୟାପକ ଯୋଗୀ ହରେକୃଷ୍ଣ ବେହେରା ଯୋଗର ଗୁତତତ୍ତ୍ୱ ବିଷୟରେ କହିଥିଲେ । ସମ୍ମାନିତ ବକ୍ତାଭାବେ ବି.ବି କଲେଜର ପୂର୍ବତନ ଅଧ୍ୟକ୍ଷା ଡ଼ଃ ଅଳକା ମଞ୍ଜରୀ ଭୂୟାଁଁ, ସମ୍ମାନିତ ଅତିଥି ଭାବେ ଜ୍ଞାନଦୀପ ପତ୍ରିକାର ସଂପାଦକ ଯୋଗୀ ସଞ୍ଜୟ ମୁନି, ଶିକ୍ଷକ ପ୍ରଦୀପ ଜେନା ଯୋଗ ଦେଇ ଶିବମୁନିଙ୍କ ସିଦ୍ଧାନ୍ତ ଓ ଦର୍ଶନ ବ୍ୟାଖ୍ୟା କରିଥିଲେ । ଆଶ୍ରମ ଆଚାର୍ଯ୍ୟ ଯୋଗୀ ହରେକୃଷ୍ଣ ମୁନି ପ୍ରାରମ୍ଭିକ ଅଭିଭାଷଣ ପ୍ରଦାନ କରିଥିଲେ । ମଞ୍ଚ ପରିଚାଳନା  ମୁନିସୈନିକ ନରୋତ୍ତମ ଜେନା କରିଥିବାବେଳେ ମୁନିସଙ୍ଗୀତ ଗାନ କରିଥିଲେ ଯୋଗୀ ନିଳାମ୍ବର ଧିନ୍ଦା । ଏହି କାର୍ଯ୍ୟକ୍ରମକୁ ବାବୁଲା ମୁନି, ରବି ମୁନି, ମୁନିମତୀ ପ୍ରଜ୍ଞା, ମୁନି ଜଗନ୍ନାଥ, ବରେନ୍ଦ୍ର,  ରତିକାନ୍ତ, ନିରଞ୍ଜନ ମୁନି, ବିଶ୍ୱନାଥ ମୁନି ତଥା ଡୁମୁରିଆ ମୁନି ସମାଜର ମୁନି ଓ ମୁନିମତୀ ଗଣ  ସହଯୋଗ କରିଥିଲେ । ଶେଷରେ ବିଷ୍ଣୁ ମୁନି ଧନ୍ୟବାଦ ପ୍ରଦାନ କରିଥିଲେ ।