ମଠଖାଇ ମହୋତ୍ସବର ପ୍ରତିଷ୍ଠା ଦିବସ
ବଲାଙ୍ଗିର: ସ୍ଥାନୀୟ କୋଶଲ କଳାମଣ୍ଡଳଠାରେ ୧୬ତମ ମଠଖାଇ ମହୋସôବର ଶୁଭସ୍ଥମ୍ଭ ସ୍ଥାପନ ହୋଇଛି । ଏହି ଉପଲକ୍ଷେ ମଠଖାଇ ମହୋସôବର ବରିଷ୍ଠ ସଭ୍ୟ ରୁଦ୍ରଦେବ ପ୍ରଧାନ, ମହେନ୍ଦ୍ର ମଲ୍ଲିକ, ରାଜକିଶୋର ମିଶ୍ର, ଚିତ୍ତରଞ୍ଜନ ଦାଶ, ବୀରେନ୍ଦ୍ର ବନଛୋର, ଧର୍ମେନ୍ଦ୍ର ନନ୍ଦ, କୃଷ୍ଣ ମହାପାତ୍ର, ସୋମ ନାୟକ ପ୍ରମୁଖ ଉପସ୍ଥିତ ଥିଲେ । ଏହି ସର୍ବଭାରତୀୟ ନାଟ୍ୟ ମହୋସôବ ଆସନ୍ତା ୫ ରୁ ୯ ଜାନୁଆରୀ ପର୍ଯ୍ୟନ୍ତ କୋଶଲ କଳାମଣ୍ଡଳଠାରେ ଅନୁଷ୍ଠିତ ହେବ । ୫ ଦିନ ବ୍ୟାପୀ ଏହି ସର୍ବଭାରତୀୟ ନାଟକ ମହୋସôବରେ ଦୁଇ ଦୁଇଟି କୋଶଲି ନାଟକ, ହିନ୍ଦୀ ନାଟକ ଓ ଗୋଟିଏ ଓଡ଼ିଆ ନାଟକ ସହିତ ୫ଟି ସାଂସ୍କୃତିକ ନୃତ୍ୟ ମଧ୍ୟ ପ୍ରଦର୍ଶିତ ହେବ । ପ୍ରଥମଦିନ ପଥ ମହୋସôବରେ ୭ ସାସ୍କୃତିକ ଦଳ ସହରର ବିଭିନ୍ନ ସ୍ଥାନରେ ନିଜର ନୃତ୍ୟ ଓ କଳା ପ୍ରଦର୍ଶନ କରିବେ ।