ମାଓ ଲିଙ୍କ୍ ସନେ୍ଦହରେ ଏନଆଇଏ ଟିମରେ ରେଡ଼
ମାଲକାନଗିରି: ମାଓ ଲିଙ୍କ୍ ସନେ୍ଦହରେ ମାଲକାନଗିରି ଓ ପଡୋଶୀ ସୁକୁମା ଜିଲ୍ଲାର ବିଭିନ୍ନ ସ୍ଥାନରେ ଏନଆଇଏ ଟିମ ପକ୍ଷରୁ ଚଢ଼ାଉ କରାଯାଇଥିବା ସୂଚନା ମିଳିଛି । ଏବେ ଆକ୍ସନ ମୋଡରେ ଏନଆଇଏ ଟିମ । ଓଡ଼ିଶା ମାଲକାନଗିରି ଜିଲ୍ଲା ମୋଟୁ ଥାନା ଅନ୍ତନପାଲି ଗ୍ରାମ ଓ ଛତିଶଗଡ଼ ରାଜ୍ୟ ସୁକୁମା ଜିଲ୍ଲାର ଦୁଇଟି ସ୍ଥାନରେ ଆଜି ସକାଳୁ ଚଢ଼ାଉ କରାଯାଇଥିଲା । ମାଓ ଲିଙ୍କରେ ତିନିଟି ଗାଁରେ ପଶିଲା ଜାତୀୟ ଅନୁସନ୍ଧାନ ଏଜେନ୍ସି । ମାଲକାନଗିରି ମୋଟୁ ଥାନା ଅନନ୍ତପାଲି ଗାଁରେ ଏନଆଇଏର ବଡ ଧରଣରେ ରେଡ୍ ହୋଇଛି । ଏ ସମ୍ପର୍କ ରେ ସଠିକ ତଥ୍ୟ ମାଲକାନଗିରି ଜିଲ୍ଲା ପୁଲିସ ନିକଟରେ ନଥିଲା । ହଠାତ ଏନଆଇଏର ରେଡର କାରଣ ଅସ୍ପଷ୍ଟ ହୋଇ ଥିବା ବେଳେ ଏହା ନକ୍ସଲ ଲିଙ୍କରେ ଏହି ରେଡ୍ ହୋଇ ଥିବାର ସନେ୍ଦହ କରାଯାଉଛି । ଆଜି ସକାଳେ ମାଲକାନଗିରିଜିଲ୍ଲା ମୋଟୁ ଥାନା ଅନନ୍ତପାଲି ଗାଁରେ ବିଏସଏଫ ଓ ଡିଭିଏଫ ସହାୟତାରେ ରେଡ୍ ହୋଇଛି । ମାଓ ସଂଗଠନ ସହ ସଂପୃକ୍ତି ଥିବା ସନେ୍ଦହରେ ଏହି ରେଡ କରାଯାଇଥିବା କୁହାଯାଉଛି । ସେପଟେ ଛତିଶଗଡ ସୁକୁମା ସହରରେ ୨ଟି ସ୍ଥାନରେ ମଧ୍ୟ ରେଡ୍ କରିଛି ଏନଆଇଏ । ଗୁଇନ୍ଦା ବିଭାଗ ପକ୍ଷରୁ ସୂଚନା ମିଳିବା ପରେ ଅନନ୍ତପାଲି ଗାଁରେ ଏନଆଇଏ ରେଡ କରିଛି । ସୁକମାରେ ହୋଇଥିବା ରେଡର ଲିଙ୍କ ଆଧାରରେ ଅନନ୍ତପାଲିରେ ରେଡ ହୋଇଛି । ସକାଳୁ ଏନଆଇଏ ଟିମ ଗାଁରେ ପହଁଚିବା ଦେଖି ଗ୍ରାମବାସୀମାନେ କଣ ହେଲା ବୋଲି କିଛି ସମୟ ପାଇଁ ଛାନିଆ ହୋଇ ଯାଇଥିଲେ ।