ଗୋଳାବାରୁଦ କାରଖାନାରେ ଅଗ୍ନିକାଣ୍ଡ: ୧ ଗୁରୁତର

 ବଲାଙ୍ଗିର :ବଲାଙ୍ଗିର ଜିଲ୍ଲା ସଇଁତଲା ଥାନା ବଡ଼ମାଳ ଗୋଳାବାରୁଦ କାରଖାନାରେ ଲାଗିଲା ନିଆ  । ୟୁନିଟ୍ ୬ ନମ୍ୱର୍ ବିଲଡିଂରେ ନିଆଁ ଲାଗିଛି  । ସୂଚନା ଅନୁସାରେ କେମିକାଲ ମିଶାଇବା ସମୟରେ ନିଆଁ ଲାଗିଥିବା ବେଳେ ଘଟଣାରେ ଜଣେ କର୍ମଚାରୀ ଗୁରୁତର ଭାବେ ଆହତ ହେଇଥିବା ଜଣାପଡ଼ିଛି  । ଅଗ୍ନିଶମ ବିଭାଗ ଆସି ନିଆଁ ଲିଭାଇଛନ୍ତି  । ଆହତ ଜଣକ(ଡିବିଡବ୍ଲୁ) ପୋଷ୍ଟରେ ଥିବା ଶିବ ଶଙ୍କର ଭୋଇ ବୋଲି ଜଣାପଡ଼ିଛି  । ଏହି ଦୁର୍ଘଟଣାରେ ତାଙ୍କ ହାତ ସହ ମୁଁହ ଜଳି ଯାଇଥିବା ବେଳେ ଆହତ ଜଣଙ୍କର ସ୍ଥିତି ଗୁରୁତର ଥିବା ଜଣାପଡିଛି  । ତାଙ୍କୁ ବଡ଼ମାଳ ହସ୍ପିଟାଲରୁ ରାଉଲକେଲା ମେଡିକାଲକୁ ଉଚ୍ଚ ଚିକିସôା ପାଇଁ ସ୍ଥାନାନ୍ତର କରାଯାଇ ଥିବା ସୂଚନା ମିଳିଛି  ।