ମହିଳା ବିକାଶ ମନ୍ତ୍ରଣାଳୟର ରାଜ୍ୟମନ୍ତ୍ରୀଙ୍କ ଢେଙ୍କାନାଳ ଗସ୍ତ

 ଢେଙ୍କାନାଳ:  ଭାରତ ସରକାରଙ୍କ ମହିଳା ଓ ବାଲ୍ ବିକାଶ ମନ୍ତ୍ରଣାଳୟର ରାଜ୍ୟମନ୍ତ୍ରୀ ସାବିତ୍ରୀ ଠାକୁର  ଢେଙ୍କାନାଳ ଜିଲ୍ଲା ଗସ୍ତ କରିଛନ୍ତି । ପ୍ରଥମେ ଶ୍ରୀମତୀ ଠାକୁରଙ୍କୁ ସ୍ଥାନୀୟ ସର୍କିଟ୍ ହାଉସ ଠାରେ ରାଜ୍ୟ ଖାଦ୍ୟ ଯୋଗାଣ, ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର, କାମାକ୍ଷାନଗରର ବିଧାୟକ ଶତୃଘ୍ନ ଜେନା, ହିନେ୍ଦାଳର  ବିଧାୟିକା ସୀମାରାଣୀ ନାୟକ, ପୌର ଅଧ୍ୟକ୍ଷା ଜୟନ୍ତୀ ପାତ୍ର, ଜିଲ୍ଲାପାଳ ସୋମେଶ କୁମାର ଉପାଧ୍ୟୟ, ଆରକ୍ଷୀ ଅଧିକ୍ଷକ ଅଭିନବ ସୋନକର, ଅତିରିକ୍ତ ଜିଲ୍ଲାପାଳ ରମେଶ ଚନ୍ଦ୍ର ସେଠି, ସିଡବ୍ଲୁସିର ଚେୟାରମ୍ୟାନ ପୁଷ୍ପକ ତ୍ରିପାଠୀଙ୍କ ସମେତ ସମସ୍ତ ବରିଷ୍ଠ ପ୍ରଶାସନିକ ଅଧିକାରୀ, ବିଭିନ୍ନ ସଂଗଠନର କର୍ମକର୍ତ୍ତାମାନେ ସ୍ୱାଗତ ଜଣାଇଥିଲେ । ପରେ କେନ୍ଦ୍ରମନ୍ତ୍ରୀ ସଦର ବ୍ଲକ ଅନ୍ତର୍ଗତ ବା‚କୁସୁମର ଜୁଆଙ୍ଗସାହି ସ୍ଥିତ ଅଙ୍ଗନବାଡ଼ି ପରିଦର୍ଶନ କରି ଅଙ୍ଗନବାଡ଼ି କର୍ମୀ ଓ ପିଲାମାନଙ୍କ ସହିତ ବିଭିନ୍ନ ବିଷୟକୁ ନେଇ ଆଲୋଚନା କରିଥିଲେ । ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଅନୁରାଧା ଗୋସ୍ୱାମୀ ଆଇନବାଡ଼ିର ପରିଚାଳନା ସଂପର୍କରେ ଅବଗତ କରାଇଥିଲେ । ପରେ ସେ ଗୋବିନ୍ଦପୁର ସ୍ଥିତ ମହର୍ଷି ଦୟାନନ୍ଦ ସର୍ଭିସ୍ ମିଶନର ଶିଶୁଗୃହ ପରିଦର୍ଶନ କରି ପିଲାମାନଙ୍କ ଖାଦ୍ୟପେୟ, ରହଣୀ ବ୍ୟବସ୍ଥା ସଂପର୍କରେ ପିଲାମାନଙ୍କ ସହ କଥା ହୋଇ ବିଭିନ୍ନ କାର୍ଯ୍ୟ ତଦାରଖ କରିଥିଲେ । ଶେଷରେ ସେ ଜିଲ୍ଲା ମୁଖ୍ୟ ଚିିକିତ୍ସାଳୟ ଠାରେ କାର୍ଯ୍ୟ କରୁଥିବା ମହିଳା ସହାୟତା କେନ୍ଦ୍ର "ସଖୀ’କେନ୍ଦ୍ର କୁ ଯାଇ ନିର୍ଯାତିତ ମହିଳାମାନେ ପାଉଥିବା ସୁବିଧା ସୁଯୋଗ ସଂପର୍କରେ ଅବଗତ ହୋଇଥିଲେ । ମଧ୍ୟାହ୍ନରେ ଜିଲ୍ଲା କାର୍ଯ୍ୟାଳୟ ସଦ୍ଭାବନା ସଭାଗୃହ ଠାରେ  କେନ୍ଦ୍ରମନ୍ତ୍ରୀ ଅଙ୍ଗନବାଡ଼ି କାର୍ଯ୍ୟକ୍ରମ ସମୀକ୍ଷା କରିଥିଲେ । ଜିଲ୍ଲାରେ ୨୨୨୦ ଟି ଅଙ୍ଗନବାଡ଼ି କେନ୍ଦ୍ର କାର୍ଯ୍ୟକ୍ଷମ ଥିବାବେଳେ ସେଥିରୁ ୭୧୪ ଟି କେନ୍ଦ୍ରରେ  ସମସ୍ତ ସୁବିଧା ଉପଲବ୍ଧ ଥିବା ସକ୍ଷମ ଅଙ୍ଗନବାଡ଼ି କେନ୍ଦ୍ର କାର୍ଯ୍ୟ କରୁଛି ବୋଲି ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ଶ୍ରୀମତୀ ମିତା ଶର୍ମା ସୂଚନା ଦେଇଥିଲେ । ୨୦୪୭ ସୁଦ୍ଧା ବିକଶିତ ଭାରତର ସ୍ୱପ୍ନ ସାକାର ପାଇଁ ସରକାରଙ୍କ ଶିଶୁ ଓ ମହିଳା ବିକାଶ ନିମନ୍ତେ କାର୍ଯ୍ୟକାରୀ ସମସ୍ତ ଯୋଜନାକୁ ନିଷ୍ଠାର ସହିତ କରିବାକୁ ପରାମର୍ଶ ଦେଇଥିଲେ ।