ବିଧାୟକଙ୍କ ଇଜତମା ଅଞ୍ଚଳ ପରିଦର୍ଶନ
କେନ୍ଦ୍ରାପଡା: କେନ୍ଦ୍ରାପଡା ବିଧାୟକ ଗଣେଶ୍ୱର ବେହେରା ଚଉଦକୁଲାଟ ଠାରେ ହେବାକୁ ଥିବା ଇଜତମା ଅଂଚଳ ପରିଦର୍ଶନ କରି କମିଟିର ସଦସ୍ୟମାନଙ୍କ ସହିତ ପ୍ରସ୍ତୁତି ସଂପର୍କରେ ସମୀକ୍ଷା କରିଥିଲେ । ବିଧାୟକ ଶ୍ରୀ ବେହେରା ଇଜତମା ସ୍ଥାନରେ ପହଞ୍ଚô ରାସ୍ତା, ପାଣି, ବିଦୁ୍ୟତ୍, ପରିମଳ, ଗାଡି ରହିଣୀ ସ୍ଥାନ, ଭକ୍ତମାନଙ୍କ ଆଶ୍ରୟସ୍ଥଳୀ ବିଭିନ୍ନ ସ୍ଥାନ ପରିଦର୍ଶନ କରି ସମୀକ୍ଷା କରିଥିଲେ । ଇଜତମା କମିଟିର ସଭାପତି ମହମ୍ମଦ ଆବତାବ ଆଲାମ ଓ ଅନ୍ୟ ପ୍ରତିନିଧିମାନଙ୍କ ସହ ଆଲୋଚନା କରି ଅସ୍ଥାୟୀ ରାସ୍ତା ନିର୍ମାଣ, ପାନୀୟ ଜଳ ପାଇପ ସଂଯୋଗ ସଂପର୍କରେ ଆଲୋଚନା କରିଥିଲେ । କେତେକ କାର୍ଯ୍ୟରେ ବିଳମ୍ବ ହେବାରୁ ତୁରନ୍ତ ଏହି କାର୍ଯ୍ୟ ଗୁଡିକୁ ସାରିବା ପାଇଁ ବିଧାୟକ ନିଦେ୍ର୍ଦଶ ଦେଇଛନ୍ତି । ତାଙ୍କର ଏହି ଆଲୋଚନା ସମୟରେ ସ୍ଥାନୀୟ ଅଂଚଳର ସରପଂଚ, ସମିତିସଭ୍ୟ ଏବଂ ସ୍ଥାନୀୟ ଅଂଚଳର ବହୁ ବିଶିଷ୍ଟ ବ୍ୟକ୍ତି ଉପସ୍ଥିତ ଥିଲେ ।