ଗୋଷ୍ଠୀ ସଂଘର୍ଷ: ଦୁଇ ଆହତ, ୩୨ କୋର୍ଟ ଚାଲାଣ 

ହିନେ୍ଦାଳ: ଢେଙ୍କାନାଳ ଜିଲ୍ଲାର ହିନେ୍ଦାଳ ଅନ୍ତର୍ଗତ ରାସୋଳ ଥାନା ବେଡ଼ାପଡ଼ା ଗ୍ରାମରେ ଗତ ରାତିରେ ଗୋଷ୍ଠୀ ସଘର୍ଷରେ ଜଣେ ଯୁବକ ଗୁରୁତର ଭାବେ ଆହାତ ହୋଇ ଢେଙ୍କାନାଳ ମୁଖ୍ୟ ଚିକିସôାଳୟରେ ଭର୍ତ୍ତି ହୋଇଛନ୍ତି । ପରେ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ହେବାରୁ କଟକ ସ୍ଥାନାନ୍ତର କରାଯାଇଛି । ସୂଚନା ଅନୁଯାୟୀ ଗତକାଲି ବେଡାପଡା ଗ୍ରାମରେ ସୁବାସ ମେମୋରିଆଲ କ୍ରିକେଟ ଟୁର୍ଣ୍ଣାମେଣ୍ଟର ଫାଇନାଲ ମ୍ୟାଚ ଅନୁଷ୍ଠିତ ହୋଇଥିଲା । ଫାଇନାଲ ମ୍ୟାଚ ସରିବା ପରେ ଗ୍ରାମର ଦୁଇ ଗୋଷ୍ଠୀ ମଧ୍ୟରେ ବଚସା ହୋଇଥିଲା । ପରେ ରାତିରେ ଉଭୟ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ଉଗରୂପ ନେଇଥିଲା । ଗଣ୍ଡଗୋଳରେ ସ୍ଥାନୀୟ ସରପଞ୍ଚଙ୍କ ଭାଇ ରାକେଶ ପରିଡାଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଥିବାରୁ ପ୍ରଥମେ ଢେଙ୍କାନାଳ ମୁଖ୍ୟ ଚିକିସôାଳୟରେ ପ୍ରାଥମିକ ଚିକିସôା ପରେ ଯୁବକଙ୍କୁ ରାତି ୧୦ଟା ୩୦ରେ ମୁଖ୍ୟ ଚିକିସôଳୟରୁ କଟକ ସ୍ଥାନାନ୍ତର କରାଯାଇଥିଲା । ଗ୍ରାମରେ ଗତକାଲି ରାତିରେ ତିନି ପ୍ଲାଟୁନ ପୋଲିସ୍ ଫୋର୍ସ ମୃତୟନ କରାଯାଇଛି । ଗ୍ରାମର ସବର୍ଣ୍ଣ ଏବଂ ଅସବର୍ଣ୍ଣ ଗୋଷ୍ଠୀ ମଧ୍ୟରେ ଭୟଙ୍କର ଗଣ୍ଡଗୋଳ ଉଗ୍ରରୂପ ନେଇଥିଲା । ସବର୍ଣ୍ଣ ଗୋଷ୍ଠୀର ରାକେଶ ଆହତ ହୋଇଥିବା ବେଳେ ଅସବର୍ଣ୍ଣ ଗୋଷ୍ଠୀର ଲୋକଙ୍କ ଘର ଦ୍ୱାର ଭଙ୍ଗାରୋଜା ହୋଇଥିବା ଦେଖିବାକୁ ମିଳିଛି । ଭୟରେ ଅସବର୍ଣ୍ଣ ଲୋକମାନେ ଗ୍ରାମ ଛାଡି ପଳାଉଥିବା ଦେଖିବାକୁ ମିଳିଛି । ତେବେ ଉଭୟ ଗୋଷ୍ଠୀର ରାସୋଳ ଥାନା ଏକାଧିକ ମାମଲା ହୋଇଥିବାବେଳେ ୧୨ଜଣଙ୍କୁ ପୁଲିସ ଗିରଫ କରି କୋର୍ଟ ଚାଲାଣ କରିଥିବା ଜଣାପଡ଼ିଛି ।