ଦୀକ୍ଷାନ୍ତ କାର୍ଯ୍ୟକ୍ରମ ଉଦ୍ଘାଟିତ
ଆନନ୍ଦପୁର : ଆନନ୍ଦପୁର ଉଚ୍ଚମାଧ୍ୟମିକ ବିଦ୍ୟାଳୟରେ ଏକାଦଶ ଶ୍ରେଣୀ ଛାତ୍ରଛାତ୍ରୀ ମାନଙ୍କର ଇଣ୍ଡକ୍ସନ ପ୍ରୋଗ୍ରାମ ଆନନ୍ଦପୁର ଉପଜିଲ୍ଲାପାଳ ତଥା ପରିଚାଳନା ପରିଷଦର ସଭାପତି ନୀଳମାଧବ ସୁନା ଉଦଘାଟନ କରିଛନ୍ତି । ଅଧ୍ୟାପକ ରଘୁଦୀପ୍ତ ନାୟକଙ୍କ ସଂଯୋଜନା ଓ ଅଧ୍ୟକ୍ଷ ଡକ୍ଟର ନାରାୟଣ ମିଶ୍ରଙ୍କ ସଭାପତିତ୍ୱରେ ଉଚ୍ଚମାଧ୍ୟମିକ ବିଦ୍ୟାଳୟର ଭାରପ୍ରାପ୍ତ ଅଧିକାରୀ ପ୍ରାଧ୍ୟାପକ ଶ୍ରୀକାନ୍ତ କୁମାର ପଟେଲ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ । ସମ୍ମାନିତ ଅତିଥି ଭାବେ ଡକ୍ଟର ନିମାଇଁ ଚରଣ ରାଉତ, ଡକ୍ଟର ଶକ୍ତିପ୍ରସାଦ ମହାପାତ୍ର, ଦୁର୍ଗା ଶଙ୍କର ପରିଡ଼ା, ଭାରତୀ ସାହୁ, ରତିକାନ୍ତ ଦାସ, ସଂଘମିତ୍ରା ରାଉତ ପ୍ରମୁଖ ଯୋଗଦେଇ ଛାତ୍ର ଛାତ୍ରୀ ମାନଙ୍କୁ ନାମଲେଖା ପରୀକ୍ଷା, ଆତ୍ମରକ୍ଷା ତାଲିମ, ଆଇସିସି ପାଠ ପଢି ଭଲ ମଣିଷ ହେବା ପାଇଁ ପରାମର୍ଶ ଦେଇଥିଲେ ।