ଗ୍ରାମୀଣ କଳା-ସଂସ୍କୃତି ପ୍ରାଦେଶିକ ସଂସ୍କୃତିକୁ ପରିପୁଷ୍ଟ କରେ'
ବ୍ରହ୍ମପୁର: କାଳ ଓ କଳାକାର ହିତୈଷୀ ମହାମଞ୍ଚ ନିଖିଳ ଓଡ଼ିଶା ବରିଷ୍ଠ କଳାକାର ମହାସଂଘର ସଭାପତି ସୀମାନ୍ତ ନାଟରାଜ ତିରୁପତି ସାହୁ କୋଳଥିଆ ଗ୍ରାମସ୍ଥ ଗ୍ରାମଦେବତୀ ମନ୍ଦିର ବେଢାରେ ମା' ଗ୍ରାମଦେବତୀ ଯୁବ ନାଟ୍ୟ ସଙ୍ଘର ବାର୍ଷିକୋସôବକୁ ଉଦଘାଟନ କରିବା ସହ ଗ୍ରାମୀଣ କଳା-ସଂସ୍କୃତି ପ୍ରାଦେଶିକ ସଂସ୍କୃତିକୁ ପରିପୁଷ୍ଟ କରିଥାଏ ବୋଲି ଉପସ୍ଥିତ ଶ୍ରଦ୍ଧାଳୁଙ୍କୁ ଉଦବୋଧନ ଦେଇଥିଲେ । ସେହିପରି ଅନ୍ୟତମ ଅତିଥି ଭାବେ ମହାସଂଘ ମହାସଚିବ ସୁବାସ ଚନ୍ଦ୍ର ସାହୁ ରୋଶନ୍ ଯୋଗଦେଇ ମହାସଂଘ ତରଫରୁ ଗ୍ରାମୀଣ ନାଟ୍ୟ କଳାକାରମାନଙ୍କୁ ମାନପତ୍ର ଓ ଉପଢ଼ୌକନ ପ୍ରଦାନ ସହ ସମ୍ବର୍ଦ୍ଧିତ କରି କଳାକାରମାନେ ଜଣେ ଜଣେ ସମାଜ ସଂସ୍କାରକ ହେତୁ ସେମାନେ ନିଜ ବୃତ୍ତିରେ ସଦାନନ୍ଦ ଅନୁଭବ କରିବା ଉଚିତ ବୋଲି ସ୍ୱମତ ଉପସ୍ଥାପନ କରିଥିଲେ । ନାଟ୍ୟ ଦଳ ପରିଚାଳକ ରାମନାଥ ପ୍ରଧାନ ଏବଂ ଅଧିକାରୀ ବୁଲୁ ପ୍ରଧାନଙ୍କ ମିଳିତ ସଂଯୋଜନା କ୍ରମେ ଆୟୋଜିତ ଉସôବରେ ସ୍ୱର ସୌରଭ ସଞ୍ଜୟ କୁମାର ବିଷୋୟୀ, ନାଟ୍ୟକାର ଯୁଦ୍ଧିଷ୍ଠିର ଭଞ୍ଜ ସାମନ୍ତ ପ୍ରମୁଖ ଅତିଥି ଭାବରେ ଯୋଗଦେଇ କୋଳଥିଆ ଗ୍ରାମର ନାଟ୍ୟ ପରମ୍ପରା ସମ୍ପର୍କରେ ସିଂହାବଲୋକନ କରିଥିଲେ । କାର୍ଯ୍ୟକ୍ରମ ପରିଚାଳନା କ୍ଷେତ୍ରରେ ନାଟ୍ୟ ସଙ୍ଘ ସଦସ୍ୟମାନେ ସହଯୋଗ କରିଥିବା ବେଳେ ପରିଶେଷରେ ନାଟ୍ୟ ସଙ୍ଘ ସଦସ୍ୟ ସନ୍ତୋଷ ପ୍ରଧାନ ଆନୁଷ୍ଠାନିକ ଧନ୍ୟବାଦ ଅର୍ପଣ କରିଥିଲେ ।