କାର୍ତ୍ତିକ ପୂର୍ଣ୍ଣିମାରେ ବୋଇତ ବନ୍ଦାଣ , ଆ-କା-ମା-ବୈ ସ୍ୱରରେ ମୁଖରିତ ନଦୀଠୁ ପୋଖରୀ
ବ୍ରହ୍ମପୁର: ବୋଇତ ବନ୍ଦଣ ଉଜ୍ଜୀବିତ କରିବା ପାଇଁ ରାଜ୍ୟର ଅନେକ ଅଞ୍ଚ ରେ ବୋଇତ ବନ୍ଦାଣ ଉସôବ ପାଳନ କରାଯାଉଛି । ଚଳିତ ବର୍ଷ ଗଞ୍ଜାମ ଜିଲ୍ଲାର ଗୋପାଳପୁର ଠାରେ ପ୍ରଶାସନ ପକ୍ଷରୁ ମହା ଆଡମ୍ବର ସହକାରେ ପ୍ରଥମ ଥର ବୋଇତ ବନ୍ଦାଣ ଉସôବ ପାଳନ କରାଯାଇଛି । ରାଜ୍ୟ ପରିବହନ ,ଖଣି ଓ ଇସ୍ପାତ ମନ୍ତ୍ରୀ ବିଭୂତି ଭୂଷଣ ଜେନାଙ୍କ ତତ୍ୱାବଧାନାରେ କାର୍ଯ୍ୟକ୍ରମ ଆୟୋଜନ ହୋଇଥିଲା । ଓଡ଼ିଆ ପରମ୍ପରାକୁ ମନେ ପକାଇ ଏହି ବୋଇତ ବନ୍ଦାଣ ଉସôବ ମହା ସମାରୋହରେ ପାଳନ ହୋଇଥିଲା । ଏହା ସହ ଅନେକ ସଂସ୍କୃତି କାର୍ଯ୍ୟକ୍ରମର ମଧ୍ୟ ଆୟୋଜନ ହୋଇଥିଲା । ଜିଲ୍ଲାର ସମସ୍ତ ବିଧାୟକ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡା, ବହୁ ପ୍ରଶାସନିକ ଅଧିକାରୀ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ ।
ତାଳଚେର: ପବିତ୍ର କାର୍ତ୍ତିକ ପୁର୍ଣିମା ଅବସରରେ ତାଳଚେର ବ୍ଲଜ ସନ୍ଥପଡା ପଂଚାୟତରେ ବୋଇତ ବନ୍ଦାଣ ଉସôବ ଅନୁଷ୍ଠିତ ହୋଇଥିଲା । ସନ୍ଥପଡା ନୂଆ ସାହି ତୈଳିକ ବୈଷ୍ୟ ସମାଜର ସଭାପତି ପ୍ରଶନ କୁମାର ସାହୁଙ୍କ ସଂଯୋଜନାରେ ଅନୁଷ୍ଠିତ ଉସôବରେ ସରପଞ୍ଚ ସହଦେବ ସାହୁ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ହଜାର ହଜାର ସଂଖ୍ୟାରେ ତୈଲିକ ସମାଜ ଓ ସାଧାରଣ ଲୋକ ଉପସ୍ଥିତ ରହି ସନ୍ଥପଡା ଗ୍ରାମ ପରିଦର୍ଶନ କରି ହରିହର ମନ୍ଦିର ନିକଟରେ ବ୍ରାହ୍ମଣୀ ନଦୀ କୂଳରେ ବୋଇତ ବନ୍ଦାଣ ଉସôବ ଅନୁଷ୍ଠିତ ହୋଇଥିଲା ।
କପ୍ତିପଦା: ନୁଦଡ଼ିହା-ପିଙ୍ଗୁସ୍ଥିତ ଜଗନ୍ନାଥ ମନ୍ଦିରରେ କାର୍ତ୍ତିକ ପୂର୍ଣ୍ଣିମା ଉତ୍ସବ ପାଳିତ ହୋଇଯାଇଛି । ହିନ୍ଦୁଶାସ୍ତ୍ର ମତରେ କାର୍ତ୍ତିକ ମାସ ଏକ ଧର୍ମ ମାସ । ଏହି ଅବସରରେ ଭକ୍ତଗଣ ମନ୍ଦିର ପରିସରରେ ଆକାଶଦୀପ ମାଧ୍ୟମରେ ନିଜ ନିଷ୍ଠା ଓ ସାଧନାପୂର୍ବକ କାର୍ତ୍ତିକ ବ୍ରତ ପାଳନ କରିଥାନ୍ତି । ଶ୍ରଦ୍ଧାଳୁମାନଙ୍କର ହରିବୋଲ ହୁଳହୁଳି ଏବଂ ମନ୍ଦିର ପରିସରରେ ଥିବା ପୁଷ୍କରିଣୀ ନିକଟରେ ଆ-କା-ମା-ବୈ ସ୍ୱରରେ ମୁଖରିତ ହୋଇ ଉଠିଥିଲା ।
ସୋର: ଔପଦା ବ୍ଲକ ଅନ୍ତର୍ଗତ ଈଶ୍ୱପାଞ୍ଚୟତର ତରତୁଆ ଗ୍ରାମରେ ଭୋର ସମୟରେ ଏକ ବିଶାଳ ବୋଇତ ପାଣିରେ ଶହସ୍ର ଲୋକ ଭସାଇ ଥିଲେ । ପ୍ରଥମେ ଆତଶବାଜି ଦ୍ୱାରା ଆକାଶ ପ୍ରକମ୍ପିତ ହୋଇଥିଲା ତାପରେ ନଗର କୀର୍ତନ ହୋଇଥିଲା । ଗୋଟିଏ ବୋଇତକୁ ୧୫୦ ଖଣ୍ଡ ବାଉଁଶରେ ତିଆରି କରାଯାଇଥିଲା । ବୋଇତର ଓଜନ ୩ ଟନରୁ ଅଧିକ ହୋଇଥିଲା ।