ଯୌନ ନିର୍ଯାତନା ରୋକିବା ଉପରେ ତାଲିମ କାର୍ଯ୍ୟକ୍ରମ
କେନ୍ଦ୍ରାପଡ଼ା, ୨୬ା୯: ଜିଲ୍ଲା ସାମାଜ ମଙ୍ଗଳ ବିଭାଗ ପକ୍ଷରୁ ଆଜି ସ୍ଥାନୀୟ ଗାରାପୁର ସ୍ଥିତ ହଟେଲ ସ୍ୱୟଂସିଦ୍ଧା କଣ୍ଟିନେଣ୍ଟାଲଠାରେ କର୍ମକ୍ଷେତ୍ରରେ ମହିଳାଙ୍କ ଉପରେ ହେଉଥିବା ଯୌନ ନିର୍ଯାତନାକୁ ରୋକଲଗେଇବା ଉପରେ ଦିନିକିଆ ତାଲିମ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାପାଳ ରଘୁରାମ ଆର ଆୟରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଅନ୍ୟ ମାନଙ୍କ ମଧ୍ୟରେ ଅତିରିକ୍ତ ଜିଲ୍ଳାପାଳ(ରାଜସ୍ୱ) ରବୀନ୍ଦ୍ର କୁମାର ମଲ୍ଲିକ, ଜିଲ୍ଲା. ସମାଜ ମଙ୍ଗଳ ଅଧିକାରୀ ସୁଷମା ମହାନ୍ତି, ଡେପୁଟି କଲେକ୍ଟରଙ୍କ ସମେତ ସ୍ୱାସ୍ଥ୍ୟ ବିଭାଗୀୟ ଅଧିକାରୀ ଏବଂ ଅନ୍ୟ ଜିଲ୍ଲାସ୍ତରୀୟ ମାନେ ଉପସ୍ଥିତ ଥିଲେ । ବୈଠକରେ ଅଧିକାରୀ ମାନେ ବିଭିନ୍ନ ଆଇନଗତ ଦିଗ ଉପରେ ବିସ୍ତୃତ ଆଲୋଚନା ସହିତ ସଚେତନତାକୁ ଗୁରୁତ୍ୱ ଦିଆଯାଇଛି ।