ଗ୍ରାମୀଣ ଯୋଗାଯୋଗକୁ ସୁଦୃଢ଼ କରିଛି ‘ଗାଁ ଚାଲ’ ଅଭିଯାନ

 ଭୁବନେଶ୍ୱର: ଟାଟା ପାୱାର ଓ ଓଡ଼ିଶା ସରକାରଙ୍କ ଏକ ଯୌଥ ଉଦ୍ୟୋଗ ଟିପି ସେଂଟ୍ରାଲ୍ ଓଡ଼ିଶା ଡିଷ୍ଟ୍ରିବୁ୍ୟସନ୍ ଲିମିଟେଡ୍ (ଟିପିସିଓଡିଏଲ୍) ଏହାର ଗ୍ରାମୀଣ ଆଉଟ୍ରିଚ୍ କାର୍ଯ୍ୟକ୍ରମ ‘ଗାଁ ଚାଲ’ ଅଭିଯାନକୁ ବେଶ୍ ବ୍ୟାପକ କରିପାରିଛି । ନିଜ ଲାଇସେନ୍ସପ୍ରାପ୍ତ ଅଞ୍ଚଳରେ ଆୟୋଜନ କରାଯାଉଥିବା ଏହି ଗାଁ ସ୍ତରୀୟ ସେବା ଶିବିର ଲୋକମାନଙ୍କୁ ସିଧାସଳଖ ବିଦୁ୍ୟତ୍ ଜନିତ ସେବା ପ୍ରଦାନ କରିବାର ଗୁରୁତ୍ୱପୂର୍ଣ୍ଣ ଟଚ୍ପଏଣ୍ଟରେ ପରିଣତ ହୋଇଛି । ହଜାର ହଜାର ଗ୍ରାମୀଣ ଗ୍ରାହକ ଏହି ଶିବିରରେପହଁଞ୍ଚି ଉପକୃତ ହୋଇଛନ୍ତି । ଶିବିରରେ ନୂଆ ବିଦୁ୍ୟତ୍ ସଂଯୋଗର ପ୍ରକ୍ରିୟା କରଣ, ବିଲ୍ ସଂଶୋଧନ ଏବଂ ଗ୍ରାହକଙ୍କ ପ୍ରଶ୍ନଗୁଡ଼ିକର ସିଧାସଳଖ ସମାଧାନ ସୁବିଧା ପ୍ରଦାନ କରାଯାଉଛି । ଏହି ପଦକ୍ଷେପ ଚିନ୍ତାମୁକ୍ତ ସେବା ପ୍ରଦାନ ସୁନିଶ୍ଚିତ କରିଥିବା ବେଳେ ସହାୟତା ପାଇଁ ଗ୍ରାହକମାନଙ୍କୁ ଆଉ ଗ୍ରାହକ ସେବା କେନ୍ଦ୍ର ପର୍ଯ୍ୟନ୍ତ ଆସିବାକୁ ପଡ଼ୁନାହିଁ । ଏହି ପଦକ୍ଷେପ  ଗ୍ରାମୀଣ ପରିବାର ଗୁଡ଼ିକୁ ଶୀଘ୍ର, ଅଧିକ ସ୍ୱଚ୍ଛ ଓ ସୁବିଧାଜନକ ସେବା ହାସଲ କରିବାରେ ସହାୟକ ହୋଇଛି । ପ୍ରଚଳନରେ ଥିବା ‘ବିଲ୍ ପେ ଆଣ୍ଡ୍ ୱିନ୍’ ସ୍କିମ୍ ବିଷୟରେ ସଚେତନତା ସୃଷ୍ଟି କରିବା ଲାଗି ଏହି ଶିବିରରେ ଉତ୍ସର୍ଗୀକୃତ କାଉନ୍ସେଲିଂ ଅଧିବେଶନ ରହୁଛି । ଏହି ଅଧିବେଶନରେ ଠିକ୍ ସମୟରେ ବିଲ୍ ପଇଠକୁ ଉତ୍ସାହିତ କରାଯାଉଥିବା ବେଳେ ଡିଜିଟାଲ୍ ପେମେଣ୍ଟ ମାଧ୍ୟମ ବ୍ୟବହାର କରିବାର ଲାଭ ଓ ରିୱାର୍ଡ ଉପରେ ଆଲୋକପାତ କରାଯାଉଛି । ‘ଗାଁ ଚାଲ’ ଜରିଆରେ ଟିପିସିଓଡିଏଲ୍ ବିଦୁ୍ୟତ ସେବାକୁ ଗ୍ରାମୀଣ ଗ୍ରାହକଙ୍କ ନିକଟରେ ପହଂଚାଇ ଏବଂ ତୃଣମୂଳ ସ୍ତରରେ ଗ୍ରାହକଙ୍କ ଆବଶ୍ୟକତାକୁ ପୂରଣ କରି ଗ୍ରାମୀଣ ଗୋଷ୍ଠୀ ସହିତ ସମ୍ପର୍କକୁ ସୁଦୃଢ଼ କରିପାରିଛି ।