ଗ୍ରୀଷ୍ମ ପ୍ରବାହ ନିୟନ୍ତ୍ରଣ ପାଇଁ ପ୍ରସ୍ତୁତ : ନିଦେ୍ର୍ଦଶକ

 ଭୁବନେଶ୍ୱର : ଆଗାମୀ ଗ୍ରୀଷ୍ମ ପ୍ରବାହ ଓ କ୍ରମାଗତ ତାପମାତ୍ରା ବୃଦ୍ଧିକୁ ଦୃଷ୍ଟିରେ ରଖି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଜନସାଧାରଣଙ୍କ ଜୀବନ ଓ ଜୀବିକାର  ସୁରକ୍ଷା ପାଇଁ ବ୍ୟାପକ ପ୍ରସ୍ତୁତି ସହିତ ବ୍ୟାପକ ଜନସଚେତନତାକୁ ପ୍ରାଧାନ୍ୟ ଦିଆଯାଉଛି  । ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡ଼ଃ ମୁକେଶ ମହାଲିଙ୍ଗଙ୍କ ନିଦେ୍ର୍ଦଶକ୍ରମେ ଗ୍ରୀଷ୍ମ ପ୍ରବାହ ସମୟରେ ଜନଜୀବନର ସୁରକ୍ଷା ପାଇଁ ଆବଶ୍ୟକ ତ୍ୱରିତ ପଦକ୍ଷେପ, ସ୍ୱାସ୍ଥ୍ୟ କେନ୍ଦ୍ର ଗୁଡିକରେ ଆବଶ୍ୟକ ସ୍ୱାସ୍ଥ୍ୟ ସାମଗ୍ରୀର ସଂରକ୍ଷଣ ତାସହ ଅନ୍ୟାନ୍ୟ ସମସ୍ତ ବ୍ୟବସ୍ଥାକୁ ସୁବ୍ୟବସ୍ଥିତ କରିବା ପାଇଁ ଜନସ୍ୱାସ୍ଥ୍ୟ ନିଦେ୍ର୍ଦଶକ (ଡିପିଏଚ୍) ଡା. ନୀଳକଣ୍ଠ ମିଶ୍ରଙ୍କ ଅଧ୍ୟକ୍ଷତାରେ ଏକ ସମୀକ୍ଷା ବୈଠକ ଜନସ୍ୱାସ୍ଥ୍ୟ ନିଦେ୍ର୍ଦଶାଳୟଠାରେ ଅନୁଷ୍ଠିତ ହୋଇଯାଇଛି  । ଏହି ଅବସରରେ ଜନସ୍ୱାସ୍ଥ୍ୟ ନିଦେ୍ର୍ଦଶକ ଡା. ମିଶ୍ର କହିଛନ୍ତି  ।
 ଗ୍ରୀଷ୍ମ ପ୍ରବାହର ପ୍ରଭାବକୁ ହ୍ରାସ କରିବା ପାଇଁ ଈଂଟ୍ରାଭେନସ୍ ଫ୍ଲୁଇଡ୍, ଓରାଲ୍ ରିହାଇଡ୍ରେସନ୍ ସଲୁ୍ୟସନ୍ (ଙଜଝ), ଆବଶ୍ୟକୀୟ ଔଷଧ, ଏୟାର କୁଲର / ଶୀତତାପ ନିୟନ୍ତ୍ରିତ କକ୍ଷ ଏବଂ ସର୍ବୋପରି ପାୱାର ବ୍ୟାକଅପ୍ ସିଷ୍ଟମ୍ ଭଳି ଗୁରୁତ୍ୱପୂର୍ଣ୍ଣ ବ୍ୟବସ୍ଥାର ଉପଲବ୍ଧତା ସୁନିଶ୍ଚିତ କରିବା ଉପରେ ସ୍ୱାସ୍ଥ୍ୟ ବିଭାଗ ସଯାଗ ରହିଛି । ଏତଦବ୍ୟତୀତ ଗ୍ରୀଷ୍ମପ୍ରବାହକୁ ଦୁଷ୍ଟିରେ ରଖି ଡାକ୍ତରଖାନାରେ ପର୍ଯ୍ୟାପ୍ତ ଶଯ୍ୟା ପ୍ରସ୍ତୁତ କରି ରଖିବା ସହ ଚିକିସôାର ସମସ୍ତ ସୁବିଧା ସୁନିଶ୍ଚିତ କରିବାକୁ ସମସ୍ତ ୩୦ଟି ଜିଲ୍ଲା ସ୍ୱାସ୍ଥ୍ୟ ପ୍ରଶାସନଙ୍କୁ ନିଦେ୍ର୍ଦଶ ଦିଆଯାଇଛି ବୋଲି ସେ ପ୍ରକାଶ କରିଛନ୍ତି  । 
ଆଗାମୀ ଗ୍ରୀଷ୍ମ ପ୍ରବାହକୁ ଗୁରୁତ୍ୱର ସହ ନେଇ ସ୍ୱାସ୍ଥ୍ୟକର୍ମୀଙ୍କ ପ୍ରଶିକ୍ଷଣ କାର୍ଯ୍ୟକ୍ରମକୁ ସମ୍ପ୍ରସାରିତ କରିଛି ବିଭାଗ  । ଏହି ପ୍ରଶିକ୍ଷଣକୁ ତୃଣମୂଳସ୍ତର ଯାଏଁ ସମ୍ପ୍ରସାରିତ କରାଯାଉଛି ଯାହା ଫଳରେ ସ୍ଥାନୀୟ ସ୍ୱାସ୍ଥ୍ୟ ଅଧିକାରୀମାନେ ଗ୍ରୀଷ୍ମଜନିତ ସ୍ୱାସ୍ଥ୍ୟ ସମସ୍ୟାର ତ୍ୱରିତ ଏବଂ ପ୍ରଭାବଶାଳୀ ଚିକିସôା ଜନସାଧାରଣଙ୍କୁ ଦେଇପାରିବେ ବୋଲି ଡା. ମିଶ୍ର ଆଶାବ୍ୟକ୍ତ କରିଛନ୍ତି  । ବିଶେଷ କରି ଖଣିଖାଦାନ ଥିବା ଅଞ୍ଚଳରେ ଜନସାଧାରଣଙ୍କୁ ଅତିରିକ୍ତ ସମ୍ବଳ ଏବଂ ସୁରକ୍ଷା ଯୋଗାଇ ଦେଇ, ସେହି ସ୍ଥାନଗୁଡିକରେ ବିଶେଷ ଧ୍ୟାନ ଦେବାପାଇଁ ପରାମର୍ଶ ଦିଆଯାଇଥିବା ଜନସ୍ୱାସ୍ଥ୍ୟ ନିଦେ୍ର୍ଦଶକ ସୂଚନା ଦେଇଛନ୍ତି  ।