ଜିଲ୍ଲା ମହୋସôବ କଲ୍ଲୋଳର ଚତୁର୍ଥ ସନ୍ଧ୍ୟା ଜାଭେଦ ଅଲ୍ଲୀଙ୍କ ଗୀତରେ ଝୁମିଲେ ଦର୍ଶକ 

 ପୁରୀ : ଏକ ଛିନତାଇ ଘଟଣାରେ ୨ଜଣ ଅଭିଯୁକ୍ତଙ୍କ ଗିରଫ କରି ସମୁଦ୍ରକୂଳ ଥାନା ପୋଲିସ କୋର୍ଟଚାଲାଣ କରିଛି । ଅଭିଯୁକ୍ତ ଦ୍ୱୟ ହେଲେ ବଳଭଦ୍ର ଗଳିର ଜ୍ଞାନରଂଜନ ଦାସ (୨୦) ଓ ଶିକ୍ଷାଶ୍ରୀ କଲୋନୀର ଶକ୍ତିପ୍ରସାଦ ଶତପଥୀ (୨୦) । ଅଭିଯୁକ୍ତ ଦ୍ୱୟଙ୍କ ବିରୋଧରେ ବି.ଏନ୍.ଏସ୍ ୨୦୨୩ର ଧାରା ୩୦୯(୬) ଓ ୩(୫)ରେ ୫୪/୨୦୨୫ ନମ୍ବର ମାମଲା ରୁଜୁ କରାଯାଇଛି । ଅଭିଯୁକ୍ତଙ୍କ ଠାରୁ ଗୋଟିଏ ମୋବାଇଲ ଫୋନ୍ ଓ ୧୦ହଜାର ଟଙ୍କା ଜବତ କରାଯାଇଛି । ପୋଲିସ ସୂତ୍ରରୁ ପ୍ରକାଶ ହୋଜାଇ ଜିଲ୍ଳାର ବିବେକାନନ୍ଦ ପାଲିରୁ ପୁରୀ ବୁଲିବାକୁ ଆସିଥିବା ଜୁନୁ ଦେବନାଥ (୩୪) ଓ ତାଙ୍କ ସ୍ୱାମୀ ନାରାୟଣ ଦେବନାଥ ବେଳାଭୂମି ରାସ୍ତାରେ ପ୍ରାତଃ ଭ୍ରମଣ କରୁଥିବା ବେଳେ ୨ଜଣ ଯୁବକଙ୍କ ସହ ଜଣେ ନାବାଳକ ଏକ ବାଇକ ଯୋଗେ ସେମାନଙ୍କ ନିକଟକୁ ଆସି ଜୁନୁଙ୍କ ବେକରୁ ସୁନା ଚେନ୍ ଛଡ଼ାଇ ନେବା ସହ ହାତରେ ଧରିଥିବା ଭ୍ୟାନିଟ୍ ବ୍ୟାଗ୍ ଛଡ଼ାଇ ନେଇ ଫେରାର ହୋଇଯାଇଥିଲେ । ପରେ ଜୁନୁ ଦେବନାଥଙ୍କ ଅଭିଯୋଗ କ୍ରମେ ସମୁଦ୍ରକୂଳ ଥାନା ପୋଲିସ ମାମଲା ରୁଜୁ କରି ୨ଜଣ  ଅଭିଯୁକ୍ତଙ୍କୁ ଗିରଫ କରିଥିଲା ।