କୃଷି ସଶକ୍ତିକରଣ ପାଇଁ ଗେଟ୍ସ ଫାଉଣ୍ଡେସନ ସହ ଚୁକ୍ତି
ଭୁବନେଶ୍ୱର : ସୁସ୍ଥାୟୀ କୃଷି ନିମନ୍ତେ ଏକ ଐତିହାସିକ ବିକାଶ ଜନିତ ପଦକ୍ଷେପ ସ୍ୱରୂପ, ଓଡ଼ିଶା ସରକାରଙ୍କ କୃଷି ଓ କୃଷକ ସଶକ୍ତିକରଣ ଏବଂ ମସô୍ୟ ଏବଂ ପ୍ରାଣୀ ସମ୍ପଦ ବିକାଶ ବିଭାଗ ଏବଂ ଗେଟ୍ସ ଫାଉଣ୍ଡେସନ ମଧ୍ୟରେ ଆଜି ରାଜ୍ୟର କୃଷି ଏବଂ ଆନୁଷଙ୍ଗିକ କ୍ଷେତ୍ରରେ କୃଷିକୁ ସାମଗ୍ରିକ ରୂପାନ୍ତରଣ କରିବା ଦିଗରେ ସହଯୋଗ ପାଇଁ ଏକ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି । ଏହା ଦ୍ୱାରା କୃତ୍ରିମ ବୃଦ୍ଧିମତ୍ତା, ଜଳବାୟୁ ଅନୁକୁଳ ଆନୁଷଙ୍ଗିକ କୃଷି ଏବଂ ଯଥା ଯଥ କୃଷି ପଦ୍ଧତି ଦ୍ୱାରା କୃଷି, ମସô୍ୟ ଓ ଗୋପାଳନର ଉତ୍ପାଦକତା ବୃଦ୍ଧି ଘଟି ପାରିବ । କୃଷି ଓ କୃଷକ ସଶକ୍ତିକରଣ ଏବଂ ମସô୍ୟ ଏବଂ ପ୍ରାଣୀ ସମ୍ପଦ ବିକାଶ ବିଭାଗ ଦ୍ୱାରା ଆନୀତ ଏହି ଦୀର୍ଘକାଳୀନ ସହଭାଗିତା, ଗବେଷଣା,ବୈଷୟିକ ସହାୟତା ଏବଂ ଜଳବାୟୁ ଅନୁକୁଳ କୃଷିକୁ ରାଜ୍ୟରେ ପ୍ରୋସôାହିତ କରିବ ।
ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହ ଦେଓ କହିଛନ୍ତି ଗେଟ୍ସ ଫାଉଣ୍ଡେସନ ସହିତ ବୁଝାମଣାପତ୍ର ଓଡ଼ିଶାକୁ ଭବିଷ୍ୟତ କୃଷିର ଉତ୍ଥାନ ନିମନ୍ତେ ପ୍ରସ୍ତୁତ କରିବ । ରାଜ୍ୟର ଚାଷୀମାନଙ୍କୁ ଲାଭ ପହଞ୍ଚାଉଥିବା ଜ୍ଞାନ, ନବସୃଜନ ଏବଂ ସହଭାଗିତାରେ ନିବେଶ କରିବା ପାଇଁ ଆମ ସରକାର ପ୍ରତିଶ୍ରୁତିବଦ୍ଧ । ଏହି କାର୍ଯ୍ୟକ୍ରମରେ ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା ଏବଂ ନୀତି ଅଧ୍ୟୟନ କେନ୍ଦ୍ର ଦ୍ୱାରା ପ୍ରସ୍ତୁତ "ଓଡ଼ିଶାରେ ଜଳବାୟୁ ଅନୁକୁଳ କୃଷି ଓ ଜିଲ୍ଲାଗୁଡ଼ିକର ତଥ୍ୟ ସମ୍ବଳିତ ପ୍ରାଥମିକତା" ଉପରେ ଏକ ସ୍କିପିଂ ରିପୋର୍ଟ ଉନ୍ମୋଚନ ହୋଇଥିଲା । ଏହି ରିପୋର୍ଟରେ ଜିଲ୍ଲାୱାରୀ ଜଳବାୟୁ ପରିବର୍ତ୍ତନ ଜନିତ ସମସ୍ୟାର ମୂଲ୍ୟାୟନ, ବିଭିନ୍ନ ଉସôର ବ୍ୟବହାର, କୃଷି କ୍ଷେତ୍ରରୁ ସବୁଜ ଗ୍ୟାସ ନିର୍ଗମନ ସହ ଜିଲ୍ଲାୱାରୀ ଜଳବାୟୁ ଅନୁକୁଳ କୃଷି ପାଇଁ ବିଭିନ୍ନ କାର୍ଯ୍ୟକ୍ରମ ସମ୍ପର୍କରେ ବର୍ଣ୍ଣନା କରାଯାଇଛି ।