ଘୁଗୁନି ଖାଇ ୩୦ ଅସୁସ୍ଥ, ୧୨ଗୁରୁତର

 ବାହାନଗା : ଘୁଗୁନି ତରକାରୀ ଖାଇ ୩୦ ରୁ ଉର୍ଦ୍ଧ ଗ୍ରାମବାସୀ  ଅସୁସ୍ଥ ହୋଇଥିବା ବେଳେ ୧୨ ଜଣ  ଗୁରୁତର ହୋଇ ହସପିଟାଲରେ ଚିକିସôାଧୀନ ଅଛନ୍ତି  । ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ବ୍ଲକ୍ ଦକ୍ଷିଣ ପ୍ରହରାଜପୁର ଗ୍ରାମପଞ୍ଚାୟତ ଅନ୍ତର୍ଗତ ପ୍ରହରାଜପୁର ଗ୍ରାମରେ ଘଟିଛି ଏଭଳି ଅଭାବନୀୟ ଘଟଣା  । ଆଜି ସକାଳେ ଗ୍ରାମକୁ ଘୁଗୁନି ତରକାରି ବିକ୍ରି କରିବାକୁ ଆସିଥିବା ବେଳେ ଘୁଗୁନି ବାଲା ଠୁ ଘୁଗୁନି କିଣି ଖାଇଥିଲେ ଗ୍ରାମର ଲୋକେ  । କିଛି ସମୟ ପରେ ସମସ୍ତଙ୍କ ଝାଡା ବାନ୍ତି ହେବା ସହ ୩୦ରୁ ଉର୍ଦ୍ଧ ଲୋକ ଅସୁସ୍ଥ ହୋଇ ପଡିଥିଲେ  । ସେଥି ମଧ୍ୟରୁ ୧୨ ଜଣ ଗୁରୁତର ହେବାରୁ ସେମାନଙ୍କୁ ଜଳେଶ୍ୱର ସ୍ଥିତ ଜିକେ ଭଟ୍ଟର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି  । ସବିଶେଷ ତଥ୍ୟ ଅନୁଯାଇ ଏଥି ମଧ୍ୟରୁ ବହୁ ଲୋକଙ୍କୁ ଝାଡ଼ା ବାନ୍ତି ହେଉଥିବା ବେଳେ ୮ଜଣଙ୍କ ଅବସ୍ଥା ଗୁରୁତର ହେବାରୁ ସେମାନଙ୍କୁ ବାଲେଶ୍ୱର ମୁଖ୍ୟ ଡାକ୍ତରଖନାକୁ ସ୍ଥାନାନ୍ତର କରାଯାଇଛି  । ଗ୍ରାମକୁ ଏକ ଡ଼ାକ୍ତର ଟିମ୍ ଯାଇ ତଦନ୍ତ କରିଥିବା ବେଳେ ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି  ।