ନାବାଳିକାକୁ କୁକର୍ମ, ଯୁବକ ଗିରଫ
ପୁରୀ : ଜଣେ ନାବାଳିକାକୁ ଅଟକ ରଖି ତାର ଇଚ୍ଛା ବିରୁଦ୍ଧରେ ବାରମ୍ବାର ଦୁଷ୍କର୍ମ କରିବା ଅଭିଯୋଗରେ ଜଣେ ଯୁବକକୁ ଗିରଫ କରିଛି କୁମ୍ଭାରପଡ଼ା ଥାନା ପୁଲିସ । ଗିରଫ ଯୁବକ ଜଣକ ହେଲା କୁମ୍ଭାରପଡ଼ା ଥାନା ନରେନ୍ଦ୍ର କୋଣ ମଙ୍ଗଳା ସାହିର ବସନ୍ତ ନାୟକଙ୍କ ପୁଅ ସୁନୀଲ ନାୟକ ଓରଫ ଗୁଡ଼ୁ (୨୮) । ପୁଲିସ ସୂତ୍ରରୁ ପ୍ରକାଶ ଯେ ସଂପୃକ୍ତ ନାବାଳିକାଟି ନିଜର କାମ ସାହି ସୁଆର ସାହିରୁ ଆସୁଥିବା ବେଳେ ଚୁଡ଼ାପଟି ଗଳିର ଏକ ଦୋକାନ ନିକଟରୁ ଗୁଡ଼ୁ ଝିଅଟିକୁ ମୋଟର ସାଇକେଲରେ ନେଇ ଏକ ଲଜରେ ରଖିଥିଲା ଓ ୨୨ ତାରିଖ ପୂର୍ବାହ୍ନ ୧୦ଟାରୁ ୨୩ତାରିଖ ସକାଳ ୬ଟା ପର୍ଯ୍ୟନ୍ତ ଅଟକ ରଖି ତା ସହ ଦୁଷ୍କର୍ମ କରିଥିଲା । ପୀଡ଼ିତା ଜଣକ ଘରକୁ ଫେରି ତାର ଜେଜେ ମାକୁ ସବୁ କଥା କହିବା ପରେ ଥାନାରେ ଅଭିଯୋଗ କରାଯାଇଥିଲା । ପୁଲିସ ଗିରଫ କରି ଜିଲ୍ଳା ମୁଖ୍ୟ ଚିକିସôାଳୟରେ ଡ଼ାକ୍ତରୀ ପରୀକ୍ଷା ପରେ ତାକୁ କୋର୍ଟ ଚାଲାଣ କରିଥିଲା । ପୁଲିସ ଓଡ଼ି୧୩ଜେଡ଼୍୪୭୯୨ ରେଜିଷ୍ଟ୍ରେସନ ନମ୍ବର ବିଶିଷ୍ଟ ଏକ ପଲସର ପୋଲିସ ଜବତ କରିଛି । ଏ ସଂକ୍ରାନ୍ତରେ ପୋକ୍ସୋ ଆଇନର ୬ଦଫାରେ ମାମଲା ରୁଜୁ କରାଯାଇଛି ।